ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକିପାଠାଗାର ଭିତ୍ତିକ ଆଲୋଚନା ହୋଇଥାଏ । ମନେ ରଖନ୍ତୁ, କୌଣସି ଆଲୋଚନାରେ ମତ ଦେଲା ପରେ "~~~~" ଟାଇପ କରି କିମ୍ବା ଏଡିଟ ଟୁଲ ବାର (Edit Toolbar)ରେ ଥିବା ସନ୍ତକ ଓ ସମୟଚିହ୍ନ ଆଇକନ ଉପରେ କ୍ଲିକ କରି ନିଜର ଦସ୍ତଖତ କରନ୍ତୁ ।

ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨
ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ


ଆଗରୁ ଥିବା ଲେଖା ଭିତରେ ଖୋଜନ୍ତୁ

ବିଷୟସୂଚୀ

Flow ନେମସ୍ପେସର ଅନୁବାଦ[ସମ୍ପାଦନା]

ଫାବ୍ରୀକେଟରରେ ହେଇଥିବା T110846 ଆଲୋଚନା ମୁତାବକ ଆମକୁ Flow ନେମସ୍ପେସର କିଛି ଭାଗକୁ ପ୍ରଥମେ ଉନ୍ନତ କରିବାକୁ ପଡିବ । Flow ଆଲୋଚନା ପାଇଁ ବ୍ୟବହୃତ ଏକ ନୂତନ ବ୍ୟବସ୍ଥା ଅଟେ । ଆପଣ https://en.bywiki.com/wiki/Wikipedia_talk:Flow/Developer_test_page ଠାରେ Flow କୁ ନେଇ ପରଖ କରିପାରିବେ । ତେବେ Flow ଆମେ ଓଡ଼ିଆ କଣ ନାମଦେବା ? 'ଫ୍ଲୋ', 'ଆଳାପ' ବା ଆଉକିଛି ? ଶୀଘ୍ର ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୩:୨୦, ୧୭ ଜୁନ ୨୦୧୬ (IST)

ମତାମତ[ସମ୍ପାଦନା]

  1. ମୁଁ 'ଫ୍ଲୋ' ଓ 'ଆଳାପ' ଉଭୟକୁ ସମର୍ଥନ କରୁଛି । 'ଆଳାପ' ଓଡ଼ିଆ ଶବ୍ଦ ହୋଇଥିବାରୁ ଅଧିକ ଗ୍ରହଣୀୟ ମନେ ହେଉଛି ।--ଶିତିକଣ୍ଠ (ଆଲୋଚନା) ୧୩:୨୩, ୧୭ ଜୁନ ୨୦୧୬ (IST)
  2. flow ଅର୍ଥ ଆଳାପ ନୁହେଁ । ଆଳାପ ବା ଆଲୋଚନାର ପ୍ରବାହ । ଅନେକ ବ୍ୟବହାରକାରୀ ନିଜ ଦସ୍ତଖତରେ talkକୁ (ଆଳାପ) ଲେଖିଛନ୍ତି flow କୁ ଆଳାପ ଲେଖିବେ ଯଦି ଏହା ଦ୍ଵନ୍ଦ ଉପୁଜାଇବ । ଶ୍ରେଣୀରେ ଆମେ flow chart (ପ୍ରବାହ ଚିତ୍ର) ବାବଦରେ ପଢିଛୁ ପ୍ରବାହ ଶବ୍ଦ ସହ ସମସ୍ତେ ପରିଚିତ । ତେଣୁ ଅନୁବାଦ "ପ୍ରବାହ" ରଖିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । "ଫ୍ଲୋ" କୁ ମୁଁ ଦୃଢ଼ ବିରୋଧ କରିବି । ଯଦି ରଖିବେ ଇଂରାଜୀରେ "flow" ନଚେତ ଓଡ଼ିଆରେ "ପ୍ରବାହ" ବା ଅନ୍ୟ କିଛି ଅନୁବାଦ ପ୍ରସ୍ତାବ ଯଦି ଥାଏ ।ନିଷ୍ଠାରଞ୍ଜନଦାଶtalk ୧୯:୨୯, ୧୭ ଜୁନ ୨୦୧୬ (IST)
  3. ମୋ ମତରେ ଇଂରାଜୀରେ "Flow" ବା ଓଡ଼ିଆରେ "ପ୍ଲୋ"ରଖିଲେ ବୁଝାପଡ଼ନ୍ତା । କାରଣ ଫ୍ଲୋ ଏକ ଟେକନିକାଲ ଜିନିଷ ଆଉ ଗୋଟେ ପ୍ରପର ନାଉନ (ନାଁ) । ତେଣୁ ବାକି ବିଶ୍ୱଭାଷାସମୂହ ମଧ୍ୟ ଫ୍ଲୋ ବୋଲି ନାଁ ରଖିଛନ୍ତି । ପ୍ରବାହ ବୋଲି ରଖିଲେ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବୁଝିବାରେ ଅଡ଼ୁଆ ହେବ ଭାବୁଛି ।--ସୁଭାସିସ ପାଣିଗାହି (ଆଳାପ) ୧୩:୧୮, ୧୮ ଜୁନ ୨୦୧୬ (IST)
Hello there
I don't have any tool to translate your language in a language I speak, so I can't know about your discussion.
At the moment, your request for Flow is stalled, due to a lack of translations: the interface is still untranslated and we don't know if that's a problem for you to have it in English.
There is also these questions pending.
Please ping me if you can answer/help!
Best, Trizek (WMF) (ମୋ ଆଲୋଚନା) ୧୮:୫୦, ୪ ଅଗଷ୍ଟ ୨୦୧୬ (IST)

BDA କୁ QRcode ପ୍ରକଳ୍ପ ପାଇଁ ପ୍ରସ୍ତାବ।[ସମ୍ପାଦନା]

ନମସ୍କାର, Access Bhubaneswar ଗଣସମ୍ପାଦନା ଦ୍ୱାରା କିପରି ଭୁବନେଶ୍ୱରର ଅଧିକରୁ ଅଧିକ ମନ୍ଦିର ଓ ASI ସଂରକ୍ଷିତ ସ୍ମାରକ ବିଷୟରେ ତ‌ଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଇପାରିବ ସେହି ବିଷୟରେ ମୁଁ ୨୬/୧୨/୨୦୧୬ରେ BDAର ଉପାଧ୍ୟକ୍ଷଙ୍କୁ ଜଣାଇଥିଲି। ସେ ଏଥିରେ ଖୁସି ଅଛନ୍ତି ଓ ଆଗକୁ ବୁଧବାର(୨୮/୧୨।୨୦୧୬) ସୁଧା ଗୋଟେ ପ୍ରସ୍ତାବଟେ ଦେବା ପାଇଁ ଅନୁରୋଧ କରିଛନ୍ତି।

ଏହି ପ୍ରସ୍ତାବଟି ଓଡ଼ିଆ ଉଇକିପିଡ଼ିଆ ତରଫରୁ ଦିଆଯିବ, ଏବଂ କଣ କଣ କାର୍ଯ୍ୟ କରିବାର ଅଛି ତାହା ରହିବ। ଯେପରି:

  1. ଏହା ଏକ ବ‌ହୁ ଭାଷୀୟ ଗଣ-ସମ୍ପାଦନା ହେବ।
  2. BDA ଗଣସମ୍ପାଦନା ପାଇଁ ତ‌ଥ୍ୟ ଉପଲବ୍ଧ କରିବ, ଯାହା CC ଲାଇସେନ୍ସରେ ରହିବା ଦରକାର।
  3. ପ୍ରଥମ ପର୍ଯ୍ୟାୟରେ କିଛି ଲେଖା ବଛା ହେବ, ଯାହା ବିଷୟରେ ଅନ୍ୟ ଭାଷାରେ ଉଇକିଆଳି ମାନେ ଲେଖିବେ।
  4. ଲେଖାର QRCode କରି BDAକୁ ଦିଆଯିବ।
  5. ଗଣସମ୍ପାଦନାର ପୁରସ୍କାର ଦୁଇ ଭାଗରେ ବିଭକ୍ତ ହେବ, ରାଷ୍ଟ୍ରୀୟ ଓ ଅନ୍ତଃ-ରାଷ୍ଟ୍ରୀୟ , ଓ ପୁରସ୍କାର ଭାବେ ଓଡ଼ିଶାର କିଛି ହସ୍ତଶିଳ୍ପ ଜିନିଷ ଦିଆଯିବ, ଯାହା BDA ଦେବ।
  6. ଭୁବନେଶ୍ୱରରେ ଗୋଟେ on-site ଗଣସମ୍ପାଦନା ହେବ, ଯାହା ପାଇଁ ଜାଗା ପାଇଁ BDA କୁ ଅନୁରୋଧ କରାଯିବ।
  7. ଆୟୋଜକ ଓ ପ୍ରତିଯୋଗୀଙ୍କ ପାଇଁ କିଛି ଉପ‌ହାର BDA ଦେବ ଓ କିଛି ଉଇକିମିଡ଼ିଆ ଫାଉଣ୍ଦେସନଠୁ ମଗାହେବ।
  8. ଓଡ଼ିଆ ଉଇକିପିଡ଼ିଆ ଏହି ଗଣସମ୍ପାଦନାର ଆୟୋଜକ ରହିବ, ଏବଂ CIS-A2K ଏହାକୁ ଆୟୋଜନ କରିବା ପାଇଁ ସାହାୟତା କରିବ।

ଏହା ଛଡା ଅନ୍ୟ କିଛି ଯଦି ଯୋଡ଼ିବାକୁ ଚାହୁଁଛନ୍ତି, କିମ୍ବା ଏହି ଭିତରୁ କିଛି ବଦଳେଇବାକୁ ଚାହୁଁଛନ୍ତି ତାହାଲେ ତଳେ ଲେଖନ୍ତୁ। -ଶୈଳେଶ (ପଚାରିବେ କିଛି?) Face-smile.svg ୦୧:୪୬, ୨୭ ଡିସେମ୍ବର ୨୦୧୬ (IST)

ପ୍ରସ୍ତାବଟି ଏଠାରେ ଦେଖିପାରିବେ।--ଶୈଳେଶ (ପଚାରିବେ କିଛି?) Face-smile.svg ୧୮:୨୦, ୨୮ ଡିସେମ୍ବର ୨୦୧୬ (IST)

ମତାମତ[ସମ୍ପାଦନା]

  • ଗଣସମ୍ପାଦନା ଆଇଡ଼ିଆ ଭଲ ଲାଗୁଛି । ତେବେ ତା' ବାଦ ବିଡ଼ିଏ ଦ୍ୱାରା ସମ୍ଭବ ହେଲେ କେତୋଟି ଜାଗାରେ QRPedia ପ୍ରକଳ୍ପ ଅଧୀନରେ କିଛି QR କୋଡ଼ ଲଗାଇବା ବ୍ୟବସ୍ଥା କଲେ ଭଲ ହୁଅନ୍ତା । ତେବେ ସେ ଆଲୋଚନା ଏବେ କରି ପ୍ରକୃତ କାମ ଗଣସମ୍ପାଦନା ପରେ କଲେ ଭଲ । --ସୁଭାସିସ ପାଣିଘରି (ଆଳାପ) ୧୦:୪୧, ୨୭ ଡିସେମ୍ବର ୨୦୧୬ (IST)
  • ବହୁତ ଭଲ ପ୍ରୟାସ । ଏଥିରେ ସକ୍ରିୟ ଯୋଗଦାନ କରିପାରିବି । --ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୨୨:୩୮, ୮ ଜାନୁଆରୀ ୨୦୧୭ (IST)

ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ।[ସମ୍ପାଦନା]

ବିଡ଼ିଏ ସ‌ହ QRcode ପ୍ରକଳ୍ପ ପାଇଁ ମୁଁ ପୁର୍ବରୁ ଥରେ ଆଲୋଚନା କରିଥିଲି । ବର୍ତ୍ତମାନ, ବିଡ଼ିଏ, ଓଡ଼ିଆ ଉଇକିପିଡ଼ିଆ ସମୁଦାୟ, ସିଆଇ୍ଏସ୍ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସ‌ହ ମିଶି ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା କରିବା ପାଇଁ କାଥେରିନଙ୍କୁ LOI ପଠେଇଛି । ଏହି ଦ୍ୱାରା ଭୁବନେଶ୍ୱର ଭାରତରେ ପ୍ରଥମ ସ‌ହର ହେବ ଯେଉଁଠାରେ ସମସ୍ତ ଐତିହ୍ୟ ସ୍ଥଳ QRcoded ହେବ । ଏହି ପ୍ରକଳ୍ପଟିକୁ ସଫଳ କରିବା ପାଇଁ ନିଜ ଭିତରେ ଏବେ ଦ୍ୱାୟିତ୍ୱ ବାଣ୍ଟିବାକୁ ପଡିବ, ମୁଁ ଏହି ଗଣସମ୍ପାଦନା ପାଇଁ ମେଟା ଉଇକି ରେ ପୃଷ୍ଠା ତିଆରି କିଛି ହେଲେ ପୃଷ୍ଠାଟି ମୁଣ୍ଡିଆ ଅଛି, ଆପଣ ଚାହିଁଲେ ସେଥିରେ ତ‌ଥ୍ୟ ଯୋଡ଼ିପାରିବେ।

ଏହି ଗଣସମ୍ପାଦନା ପାଇଁ ଆମକୁ ଏକ ବଜେଟ୍ ଓ ସମୟସୀମା ଠିକ କରିବାକୁ ପଡିବ, ଯେପରି କି ଇଂରାଜୀ ଉଇକିପିଡ଼ିଆ ର ଲେଖାକୁ ଆଗେ ସୁଧାରିବାକୁ ପଡିବ ଓ ପରେ ଏକ ମାସ ଧରି ବିଭିନ୍ନ ଭାଷାରେ ଏହି ଗଣସମ୍ପାଦନାଟି କରିବା ପାଇଁ ପ୍ରୋମୋସନ କରିବାକୁ ପଡିବ । ଲୋଗୋ ଓ ଅନ୍ୟ ଗ୍ରାଫିକ୍ସ କାମ ପାଇଁ ବିଡ଼ିଏ ସାହାୟତା କରିବ ।

କାମ ସୂଚୀ
  • ଭୁବନେଶ୍ୱର ବିଷୟରେ ଏଠାରେ ଯୋଡ଼ିବା ।
  • ଲେଖା ତାଲିକାକୁ ଇଂରାଜୀ ଉଇକିପିଡ଼ିଆ ସ‌ହ ଯୋଡ଼ିବା ଓ ଉଇକିଡ଼ାଟା ଯୋଗ କରିବା ଦରକାର ।
  • ଭୁବନେଶ୍ୱରରେ ଥିବା ଅନ୍ୟ ଐତିହ୍ୟ ସ୍ଥଳକୁ ଏହି ତାଲିକାରେ ଯୋଡ଼ିବା ।
  • ଅନ୍ୟ କିଛି ପ୍ରକାରର ସାହାଯ୍ୟ କରିବାକୁ ଚାହିଁଲେ ତଳେ ଲେଖନ୍ତୁ ।
ଯୋଗଦାନ ଦେବାକୁ ଚାହିଁଲେ ଏଠାରେ ନାମ ଲେଖାନ୍ତୁ ।

ଧନ୍ୟବାଦ ।-ଶୈଳେଶ (କିଛି ପଚାରିବେ?) Face-smile.svg ୦୦:୫୬, ୧୨ ମଇ ୨୦୧୭ (IST)

ଇଲିଆନା ସିତାରିଷ୍ଟଙ୍କ "ଆର୍ଟ ଭିଜନ" ଏକାଡେମି ସହ ମିଶି ଓଡ଼ିଶୀ ନୃତ୍ୟକୁ କମନ୍ସରେ ଆଣିବା ପାଇଁ ପ୍ରକଳ୍ପ ।[ସମ୍ପାଦନା]

ଓଡିଶୀ ନୃତ୍ୟ, ତାହାର ବିଭିନ୍ନ ମୁଦ୍ରା, ଅଳଙ୍କାର ଓ ଭଙ୍ଗୀ କୁ ଉଇକିମିଡ଼ିଆ କମନ୍ସରେ ଆଣିବା ପାଇଁ ଆମେ ଇଲିଆନା ସିତାରିଷ୍ଟଙ୍କ "ଆର୍ଟ ଭିଜନ" ଏକାଡେମି ସହ ମିଶି ଏକ ଗ୍ଲାମ ପ୍ରକଳ୍ପଟି କରିବାର ପ୍ରସ୍ତାବ ଦେଉଛି । ୨ ଜୁନ ୨୦୧୭ରେ ଇଲିଆନା ମତେ ଉଇକିପିଡ଼ିଆ ବିଷୟରେ ଜାଣିବା ପାଇଁ ତାଙ୍କ ଏକାଡେମୀକୁ ଡାକିଥିଲେ ଓ କଥା ହେବ ସମୟରେ ମୁଁ ତାଙ୍କୁ ଏହି ଗ୍ଲାମ ପ୍ରକଳ୍ପ ବିଷୟରେ ଜଣାଇଥିଲେ । ସେ ଏହି ପ୍ରକଳ୍ପରେ ଭାଗ ନେବାକୁ ଇଚ୍ଛୁକ ଓ ଏହା ଦ୍ୱାରା ଆମକୁ ଓଡ଼ିଶୀ ନୃତ୍ୟର ବହୁତ ଗୁଡ଼ାଏ ଫୋଟୋ ମିଳିପାରିବ । ହୁଏତ ଏହି ପ୍ରକଳ୍ପଟିକୁ ଭଲ ଭାବେ କରିବା ପାଇଁ ଆମକୁ ଏକ ରା଼ପୀଡ଼ ଗ୍ରାଣ୍ଟ ଆବେଦନ କରିବାକୁ ପଡ଼ିବ, ଯଦି କେହି ଇଚ୍ଛୁକ ଅଛନ୍ତି ଜଣେଇବେ । ସମସ୍ତଙ୍କୁ ମତାମତ ଦେବାକୁ ଅନୁରୋଧ କରୁଛି । -ଶୈଳେଶ (କିଛି ପଚାରିବେ?) Face-smile.svg ୨୨:୦୫, ୨ ଜୁନ ୨୦୧୭ (IST)

Symbol support vote.svg ସମର୍ଥନ[ସମ୍ପାଦନା]

  1. --ବିକାଶ ଓଝା (ମୋ ଆଲୋଚନା) ୧୨:୨୫, ୪ ଜୁନ ୨୦୧୭ (IST)
  2. ଫୋଟୋ ଗୁଡିକ ସହିତ ସେସବୁ ବିଷୟରେ କିଛି ସୂଚନା ମଧ୍ୟ ମିଳିପାରିଲେ ଭଲ ହୁଅନ୍ତା । --Chinmayee Mishra (ମୋ ଆଲୋଚନା) ୦୨:୦୬, ୫ ଜୁନ ୨୦୧୭ (IST)
  3. -- ଇଲିଆନାଙ୍କଠାରୁ ସୂଚନା ନିଶ୍ଚୟ ମିଳିଯିବ । ପୁରା ସମର୍ଥନ । --Subas Chandra Rout (ମୋ ଆଲୋଚନା) ୧୮:୪୮, ୬ ଜୁନ ୨୦୧୭ (IST)
  4. ମୋର ମୋଟାମୋଟି ସମର୍ଥନ । ତେବେ ତାଙ୍କ ସଙ୍ଗେ ବଡ଼ ଧରଣର କିଛି ସହବନ୍ଧନ କରିବା ଆଗରୁ ତାଙ୍କୁ ୧୦ଟି ଖଣ୍ଡେ ଫଟୋ ଅପଲୋଡ଼ କରାଇପାରିଲେ ଭଲ ହୁଅନ୍ତା । ଏ ପ୍ରଥମ ସୋପାନ ପାରିହେଲେ ତାଙ୍କ ସଙ୍ଗେ ମିଶି ଏକାଥରେ Pattypan ବା ସେହିଭଳି ସଫ୍ଟଓଏର ବ୍ୟବହାର କରି ସବୁ ଫଟୋକୁ ଏକ ଗଣଅପଲୋଡ଼ାଥନ ଜରିଆରେ ଅପଲୋଡ଼ କରିହୁଅନ୍ତା । ଏଥିରେ ସ୍ଥାନୀୟ ଉଇକିଆଳିମାନେ ଭାଗନେଇ ମେଟାଡାଟା ଆଦି ତିଆରିରେ ସାହାଯ୍ୟ ବି କରିପାରନ୍ତେ । ତେବେ ତାଙ୍କ ନିଜ ଫଟୋ ଛଡ଼ା ଆଉ କି କି ଫଟୋ ଆସିପାରିବ ଟିକେ କହନ୍ତନି? --ସୁଭାସିସ ପାଣିଘରି (ଆଳାପ) ୨୨:୩୪, ୬ ଜୁନ ୨୦୧୭ (IST)
  5. ଓଡ଼ିଶୀ ନୃତ୍ୟ ବିଷୟରେ ତାଙ୍କଠାରୁ ଫଟୋ ସ‌ହ ଅନେକ କିଛି କଥା ବି ଜାଣିବାକୁ ମିଳିବ । ଏହି ପ୍ରକଳ୍ପ ପାଇଁ ମୋର ସମ୍ପୂର୍ଣ୍ଣ ସମର୍ଥନ । --ଗପୁ (ମୋ ଆଲୋଚନା) ୧୦:୧୦, ୭ ଜୁନ ୨୦୧୭ (IST)

ଅକ୍ଟୋବରରେ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ।[ସମ୍ପାଦନା]

ପୁର୍ବ ଆଲୋଚନାରେ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ବିଷୟରେ ଲେଖିଥିଲି, ଏହି ଗଣସମ୍ପାଦନା ଅକ୍ଟୋବର ମାସରେ ହେବାକୁ ଯାଉଛି ଓ ଏହା ଓଡ଼ିଆ ଉଇକିମିଡ଼ିଆ Usergroup କରୁଛି, ଏବଂ CIS ଏହି ଗଣସମ୍ପାଦନା କରିବାରେ Usergroupର ସାହାୟତା କରୁଛି । ଏହି ଗଣସମ୍ପାଦନାଟି ଆମେ ସବୁ ଭାଷା ପାଇଁ କରୁଛୁ ଏବଂ ସପ୍ତାହେ ଭିତରେ ପୁରସ୍କାର ତୟ କରିବା ଯୋଜନା କରୁଛି । ଗଣସମ୍ପାଦନା ପାଇଁ ସମସ୍ତ ଖର୍ଚ୍ଚ ବିଡ଼ିଏ ବୟନ କରୁଛି । ଗଣସମ୍ପାଦନା ବିଷୟରେ ଅନ୍ୟ ସୂଚନା ମୁଁ ଆଉ ସପ୍ତାହ ଭିତରେ ଏଠାରେ ଜଣାଇବି। --ଶୈଳେଶ (କିଛି ପଚାରିବେ?) Face-smile.svg ୧୧:୫୩, ୨୫ ଅଗଷ୍ଟ ୨୦୧୭ (IST)

ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡ଼ିକ ଫ୍ରି ଲାଇସେନ୍ସରେ ଆସିଲା, ଆଗକୁ କଣ?[ସମ୍ପାଦନା]

୧୪ ସେପ୍ଟେମ୍ବର ୨୦୧୭ରୁ ଓଡ଼ିଶା ସରକାରଙ୍କ ୮ଟି ସୋସିଆଲ ମିଡ଼ିଆ ଆକାଉଣ୍ଟ ଏବେ ଫ୍ରି ଲାଇସେନ୍ସରେ । ଆକାଉଣ୍ଟ ଗୁଡ଼ିକରେ ଥିବା ଫୋଟୋ ଗୁଡ଼ିକୁ ଆମେ କମନ୍ସରେ ଅପଲୋଡ଼ କରିପାରିବା ଏବଂ ଉଇକିପିଡ଼ିଆରେ ବ୍ୟବ‌ହାର କରିପାରିବା । ବର୍ତ୍ତମାନ ସୁଧା କମନ୍ସରେ ୧୯ଟି ଫୋଟୋ ଅପଲୋଡ କରାଯାଇଛି ଓ ଆପଣମାନେ ବାକି ଫୋଟୋ ଗୁଡ଼ିକ ମଧ୍ୟ ଅପଲୋଡ କରିପାରିବେ । ଅପଲୋଡ କରିବା ପୂର୍ବରୁ ଟିକେ ଦେଖିବେ କି ସେହି ଫୋଟୋଟି ସେହି ଫେସବୁକ ପୃଷ୍ଠାରୁ ଅଟେ କି ନାହିଁ (କଷ୍ଟ ହେବ ଜାଣିବା କିନ୍ତୁ ଚେଷ୍ଟା କରିବେ । ) କିମ୍ବା ସେହି ଫୋଟୋଟି ସରକାରଙ୍କ ଦ୍ଵାରା କିଛି କାମର ଫୋଟୋ କି ନାହିଁ । ଅପଲୋଡ କରିବା ପୂର୍ବରୁ କମନ୍ସର ଶ୍ରେଣୀରୁ ଗୋଟେ ଫୋଟୋ ଦେଖିନିଅନ୍ତୁ ।

ଏହା ଥିଲା କାମ କଣ ହେଇଛି ତା' ବିଷୟରେ, ହେଲେ ଏବେ ଆଗକୁ କଣ କରିବା ?

ସରକାର ସହ ମିଶି ଆଗକୁ କାମ କରିବାକୁ ହେଲେ ଆମକୁ ସରକାରକୁ ମଧ୍ୟ ଦେଖେଇବାକୁ ପଡିବକି ତାଙ୍କ ତଥ୍ୟ ଆମର କେଉଁ ସବୁ କାମରେ ଲାଗୁଛି ଓ କିପରି ଉଇକିପିଡିଆରେ ବ୍ୟବହାର ହେଉଛି । ଏହି ସହଭାଗୀତାକୁ ଆଗକୁ ବଢେଇବା ପାଇଁ ମୁଁ ଆଉ ଏକ ପ୍ରସ୍ତାବ ଦେଉଛି । ସରକାରଙ୍କ ସହ ମିଶି ଏକ ଗଣସମ୍ପାଦନା ଆରମ୍ଭ କରିବା ପାଇଁ, ଯେମିତିକି ମୋ ଗାଁ ଓ ମୋ ସରକାର, ଯେଉଁଠି ବିଭିନ୍ନ କଲେଜର ଛାତ୍ର ଓ ଛାତ୍ରୀଙ୍କ ସହ ମିଶି ଓଡ଼ିଶାର ବିଭିନ୍ନ ଗାଁ ଓ ସରକାରୀ ଯୋଜନା ଗୁଡ଼ିକ ବିଷୟରେ ଉଇକିପିଡ଼ିଆରେ ଲେଖିବା ପାଇଁ (ଉଭୟ ଓଡ଼ିଆ ଓ ଇଂରାଜୀ) । ପ୍ରକଳ୍ପର କିଛି ନାମ ଦେଇନି, ଖାଲି ଉଦାହରଣ ପାଇଁ ଲେଖିଛି । ତଳେ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କାରିବାକୁ ଅନୁରୋଧ କରୁଛି । --ଶୈଳେଶ (କିଛି ପଚାରିବେ?) Face-smile.svg ୨୧:୨୨, ୨୪ ସେପ୍ଟେମ୍ବର ୨୦୧୭ (IST)

Symbol support vote.svg ସମର୍ଥନ[ସମ୍ପାଦନା]

Symbol oppose vote.svg ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

ପରିଚାଳକ ହେବା/ରହିବା ବାବଦରେ[ସମ୍ପାଦନା]

ଏଇ ନିକଟରେ ଆମ ପୁରୁଣା ଉଇକିଆଳି ଜ୍ଞାନବାବୁ ନୂଆ ପରିଚାଳକ ଭାବରେ ବିପୁଳ ସମର୍ଥନ ସହ ମନୋନୀତ ହୋଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ତାଙ୍କ ନେତୃତ୍ୱ ଏବଂ ଦିଗଦର୍ଶନରେ କାମ କରିବା ପାଇଁ ମୁଁ ଉତ୍ସାହିତ । ଏ ପରିଚାଳକ ମନୋନୟନ ପ୍ରକ୍ରିୟାରେ ଗୋଟିଏ କଥା ମନକୁ ଆସିଲା । କଥା ହେଲା ଆମର ଆଗରୁ ୪ ଜଣ ପରିଚାଳକ ଥିଲେ, ଏବେ ନୂଆ ଭାବେ ଜ୍ଞାନବାବୁ ମନୋନୀତ ହୋଇ ୫ ହେଲେ । ତେବେ ଦେଖାଯାଉଛି ଯେ କିଛି ପରିଚାଳକ କୌଣସି କାରଣ ବଶତଃ ସକ୍ରୀୟ ନାହାନ୍ତି । ଯଦି ଜଣେ ସକ୍ରୀୟ ନାହିଁ, ତେବେ ସେ ପରିଚାଳକ ରହିବା ଉଚିତ ନୁହେଁ ବୋଲି ମୁଁ ଭାବୁଛି । ତାଙ୍କ ଯାଗାରେ ଅନ୍ୟ ଜଣଙ୍କୁ ପରିଚାଳକ କରାଯାଇପାରନ୍ତା । ଏହା ଆମ ଉଇକିପିଡ଼ିଆର ଗ୍ରହଣୀୟତା ବଢାଇବା ଦିଗରେ ସାହାଯ୍ୟ କରିବ ବୋଲି ମୁଁ ଭାବୁଛି । ଆପଣ ସମସ୍ତଙ୍କ ଏବାବଦରେ ମତାମତ ଅପେକ୍ଷା କରୁଛି । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୫୩, ୩ ଅକ୍ଟୋବର ୨୦୧୭ (IST)

ଆମ ଓଡ଼ିଆ ଉଇକିପିଡ଼ିଆରେ ସେମିତି କିଛି ନିୟମ ନାହିଁ ଏବେ ଯାଏଁ ।ଆମେ କିଛି ନିୟମ ନୂଆ କରି ପରିବା । ଏହି ନିୟମ ଅନୁସାରେ, ଅତି କମରେ ଦୁଇ ବର୍ଷ ସମ୍ପାଦନା ନ କରିଥିବା ପରିଚାଳକ ମାନଙ୍କୁ ତାଙ୍କ ପରିଚାଳକ ପଦରୁ ବାହାର କରିଦିଆଯାଇପାରିବ । ଆମେ ଏଇ ନିୟମକୁ ଅନୁବାଦ କରିପାରିବା । ଏଥିରେ ସମୟ କାଳ ବଦଳେଇ ଦେଇ ପାରିବା । ମୁଁ ଭାବୁଛି ଆମର ଗୋଟେ ବର୍ଷ ରଖିବା ଠିକ ହେବ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୫:୨୦, ୩ ଅକ୍ଟୋବର ୨୦୧୭ (IST)
Symbol support vote.svg ସମର୍ଥନ (ଏକ ବର୍ଷ ରଖିବା ବାବଦରେ) । --ସୁଭାସିସ ପାଣିଘରି (ଆଳାପ) ୧୦:୦୬, ୨ ନଭେମ୍ବର ୨୦୧୭ (IST)

ଓଡ଼ିଆ FLA ସର୍ଭେ[ସମ୍ପାଦନା]

ନମସ୍କାର,

ସିଆଇଏସ ଏ2କେ ଏବେ ନିଜର ଆଗାମୀ କାର୍ଯ୍ୟ ଯୋଜନା ଲେଖିବାକୁ ଯାଉଛି ମାର୍ଚ୍ଚ ଶେଷ ସପ୍ତାହରେ, ଏହି କାର୍ଯ୍ୟ ଯୋଜନା ଲେଖିବାରେ ଆମକୁ ଆପଣମାନଙ୍କ ସହାୟତା ଦରକାର । ସବୁ ବର୍ଷ ପରି ଆମେ ଏହି ବର୍ଷ ମଧ୍ୟ ଗୋଟେ ସର୍ଭେ ଓ IRCର ଯୋଜନା କରିଛୁ ଆପଣମାନଙ୍କ ସହ ଆଲୋଚନା କରିବା ପାଇଁ । ସର୍ଭେରେ ଭାଗ ଏହି ଫର୍ମରେ ନିଜ ମତ ଦେଇ ନେଇପାରିବେ, ଦୟାକରି ଏହି ସର୍ଭେରେ ନିଜର ମତ ୧୧ ତାରିଖ ଭିତରେ ଦେବାକୁ ଚେଷ୍ଟା କରନ୍ତୁ ।

ଯେହେତୁ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ମଧ୍ୟ ତିଆରି ହେଇଗଲାଣି ଏବେ ଆମେ ଓଡ଼ିଆ କମ୍ଯୁନିଟିରେ ସିଆଇଏସ ଏ2କେ ପ୍ରୋଗ୍ରାମର ଭୂମିକା ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛୁ ଏବଂ ମୁଁ ଆଗାମୀ ୧୩ ତାରିଖରେ ସନ୍ଧ୍ଯା ୭:୩୦ଟାରେ ଏକ IRC ସଭା ରଖିବାକୁ ପ୍ରସ୍ତାବ ଦେଉଛି ।

ଫର୍ମରେ କିଛି ଦ୍ଵନ୍ଦ ରହିଲେ କିମ୍ବା ଅନୁବାଦରେ ଭୁଲ ବାହାରିଲେ ଜଣେଇବେ । ତାହା ଛଡା କିଛି ପ୍ରଶ୍ନର ଉତ୍ତର ଆମେ ଇଂରାଜୀରେ ଜାଣିବାକୁ ଚାହୁଞ୍ଚୁ ଯାହା ସମ୍ପୂର୍ଣ ସିଆଇଏସ ଏ2କେ ଟୀମ ପଢିପାରିବ । ଯଦି ଆପଣ ସେହି ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେବାକୁ ଚାହାନ୍ତି ତେବେ କିଛି ଅସୁବିଧା ନାହିଁ । --Saileshpat (ମୋ ଆଲୋଚନା) ୦୦:୦୬, ୮ ମାର୍ଚ୍ଚ ୨୦୧୮ (IST)

Galicia 15 - 15 Challenge[ସମ୍ପାଦନା]

Mapa de Galiza con bandeira.svg

Wikipedia:Galicia 15 - 15 Challenge is a public writing competition which will improve improve and translate this list of 15 really important articles into as many languages as possible. Everybody can help in any language to collaborate on writing and/or translating articles related to Galicia. To participate you just need to sign up here. Thank you very much.--Breogan2008 (ମୋ ଆଲୋଚନା) ୧୯:୫୭, ୧୨ ମାର୍ଚ୍ଚ ୨୦୧୮ (IST)

ଉଇକିଟୁଙ୍ଗି ଭୁବନେଶ୍ୱରରେ ଆଲୋଚନାରେ ପ୍ରସ୍ତାବ[ସମ୍ପାଦନା]

ଫେବୃଆରୀ ମାସ ଉଇକିଟୁଙ୍ଗି ଆଲୋଚନାରେ ଆମ କଥାବାର୍ତ୍ତା ଅନୁସାରେ ଦୁଇଟା ନୂଆ ପ୍ରସ୍ତାବ ଆସିଅଛି ।

  1. ଅନେକ ଗଣ ସମ୍ପାଦନା ହେଉଛି ହେଲେ ବହୁତ ଗୁଡ଼େ ପ୍ରସଙ୍ଗ ମୁଣ୍ଡିଆ ହେଇ ପଡୁଛି । ଏହାଛଡ଼ା ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ବହୁତ କମ ଅଛି ତେଣୁ ମାସ ଅନୁସାରେ ଗୋଟେ ବିଷୟ ହିସାବରେ ଲେଖିଲେ ଭଲ ହେବ । ଅର୍ଥାତ ପ୍ରତି ମାସରେ ଅଲଗା ଅଲଗା ବିଷୟ ଲେଖିଲେ ଭଲ ହେବ ।
  1. 2 ଆଉ ଗୋଟେ ପ୍ରସ୍ତାବ ହେଉଛି ପ୍ରତି ମାସରେ ଜଣେ ଲେଖାଏଁ ବଛା ଉଇକିଆଳି ରଖିବା ଏବଂ ତାଙ୍କ ଫଟୋ ସହ ଅବଦାନର ଏକ ସାରାଂଶ ରଖିବା ।


ଆପଣମାନଙ୍କ ମତାମତ ଏଥିରେ ଦେଲେ ବହୁତ ଭଲ ହେବ ।ଅଧିକ ଲୋକ ସମର୍ଥନ ମିଳିଲେ ଅଧିକ କଥାବାର୍ତ୍ତା କରାଯିବ ଏବଂ କାର୍ଯ୍ୟକାରୀ କରାଯିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୦୪, ୧୪ ମାର୍ଚ୍ଚ ୨୦୧୮ (IST)

ମତାମତ[ସମ୍ପାଦନା]

Symbol support vote.svg ସମର୍ଥନ, ମତେ ପ୍ରସ୍ତାବଟି ଭଲ ଲାଗୁଛି ।--Saileshpat (ମୋ ଆଲୋଚନା) ୧୭:୧୧, ୧୪ ମାର୍ଚ୍ଚ ୨୦୧୮ (IST)
Symbol support vote.svg ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୭:୪୧, ୧୪ ମାର୍ଚ୍ଚ ୨୦୧୮ (IST)
Symbol support vote.svg ସମର୍ଥନ ଭଲ ହେବ ଜ୍ଞାନ । ପ୍ରଥମ: କିଛି ଗଣସମ୍ପାଦନା ଭାରତ ସ୍ତରରେ (ଟାଇଗର) ଆଉ କିଛି ଆନ୍ତର୍ଜାତୀୟ (ମହିଳା ଇତିହାସ ମାସ) ସ୍ତରରେ ମଧ୍ୟ ହେଉଛି । ଆଉ ସେସବୁକୁ ବି ମୁଣ୍ଡରେ ରଖିବାକୁ ପଡ଼ିବ । ସ୍ଥାନୀୟ ଓ ଏ ଦୁଇଟି ମିଶିଗଲେ ଯେମିତି ଖୁବ ଅଧିକ ନ ହୁଏ । ଦ୍ୱିତୀୟ: ଏଥିରେ ୧ ମାସ - ୧ ବର୍ଷ ପୁରୁଣା ଉଇକିଆଳିଙ୍କୁ ବାଛିଲେ ଭଲ ହେବ ଭାବୁଛି । ପୁରୁଣାଙ୍କଠୁ ନୂଆମାନଙ୍କୁ ବେଶୀ ଉତ୍ସାହିତ କଲେ ସେମାନେ ଅଧିକ ଆଗ୍ରହର ସହ ଲେଖିବେ । ତେବେ ଏମିତି କିଛି ଧରାବନ୍ଧା ନିୟମ ନ ରଖି କେହି ପୁରୁଣା ଉଇକିଆଳି କୌଣସି ମାସରେ କିଛି ଉଲ୍ଲେଖନୀୟ କାମ କଲେ ତାଙ୍କୁ ବି ଉତ୍ସାହିତ କରିବା କଥା । ତାମିଲ ଉଇକିପିଡ଼ିଆରେ ଆଗରୁ ବଛା ଉଇକିଆଳିଙ୍କ ଫଟୋ ସାଇଟ ନୋଟିସରେ ରଖୁଥିଲେ । ତେବେ ପ୍ରାଇଭେସି କାରଣରୁ ହୁଏତ ସବୁ ଉଇକିଆଳି ତାଙ୍କ ଫଟୋ ଉଇକିପିଡ଼ିଆ ଖୋଲିଲା ମାତ୍ରେ ଦେଖାଇବାକୁ ନଚାହିଁପାରନ୍ତି । ତେବେ ବ୍ୟବହାରକାରୀ ନାମ, ପ୍ରକୃତ ନାମ ଓ ଫଟୋ ଭିତରୁ କେଉଁଟି ଉକ୍ତ ଉଇକିଆଳି ଚାହାନ୍ତି ନାହିଁ ତାହା ତାଙ୍କୁ ପଚାରି ସାଇଟ ନୋଟିସରେ ସେହି ଅନୁସାରେ ବି ୨/୩ ସପ୍ତାହ-ମାସେ ପାଇଁ ତାଙ୍କ ଅବଦାନ ବାବଦରେ ସୂଚନା ରଖିପାରିବା । --ସୁଭାସିସ ପାଣିଘରି (ଆଳାପ) ୧୧:୪୩, ୧୮ ମାର୍ଚ୍ଚ ୨୦୧୮ (IST)
Symbol support vote.svg ସମର୍ଥନ - ନିହାତି ଭଲ ପ୍ରସ୍ତାବ ଜ୍ଞାନବାବୁ । ତେବେ ବେଶି ଭଲଲାଗିଲା, ତୁମେ ଲେଖିଥିବା ଏ ଧାଢିଟି "ଅଧିକ ଲୋକ ସମର୍ଥନ ମିଳିଲେ ଅଧିକ କଥାବାର୍ତ୍ତା କରାଯିବ ଏବଂ କାର୍ଯ୍ୟକାରୀ କରାଯିବ" । ଗତ କେତୋଟି ଗଣସମ୍ପାଦନା ଏତେ ଉତ୍ସାହଜନକ ନଥିଲା । ଭାଗନେଉଥିବା ଉଇକିଆଳି ସଂଖ୍ୟା ନଗଣ୍ୟ । ପୁଣି ଭାଗନେଇ, କିଛି ଅବଦାନ ରଖିଥିବା ଉଇକିଆଳିଙ୍କ ସଂଖ୍ୟା ଆହୁରି କମ । ଉଇକିପିଡ଼ିଆର ନିତିନିୟମ ଭିତରେ ରହି, ଓଡ଼ିଆ ଉଇକିପିଡ଼ିଆରେ ହେଉଥିବା କାମଗୁଡ଼ିକ ଓଡ଼ିଶା/ଓଡ଼ିଆ ଅଭିମୁଖୀ ହେଲେ ଭଲ । ଗଣସମ୍ପାଦନାଗୁଡ଼ିକ ମଧ୍ୟ ସେହି ଲକ୍ଷ୍ୟ ନେଇ ଆୟୋଜନ କରିବାକୁ ଅନୁରୋଧ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୦, ୧୯ ମାର୍ଚ୍ଚ ୨୦୧୮ (IST)
Symbol support vote.svg ସମର୍ଥନ -- ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୨:୨୭, ୧୯ ମାର୍ଚ୍ଚ ୨୦୧୮ (IST)

ଓଡ଼ିଆ ଉଇକିପିଡ଼ିଆ ୧୬ତମ ଜନ୍ମଦିନ ବିଷୟରେ[ସମ୍ପାଦନା]

ଉଇକିଟୁଙ୍ଗି ଭୁବନେଶ୍ୱର ମାର୍ଚ୍ଚ ଆଲୋଚନାରେ ଆମେ ଓଡ଼ିଆ ଉଇକିପିଡ଼ିଆ ୧୬ତମ ଜନ୍ମଦିନ ବିଷୟରେ ଆଲୋଚନା କରିଛୁ । ଗତ କାଲିର ଆଇଆରସି ଆଲୋଚନା ହିସାବରେ ଏହାକୁ ଜୁନ ମାସରେ ଆୟୋଜିତ କରାଇଯିବାର ବ୍ୟବସ୍ଥା ଅଛି ।

ଏହି ଲିଙ୍କକୁ ଯାଇ ଆପଣ ଏହି ଗ୍ରାଣ୍ଟ ବିଷୟରେ ଅଧିକ ଜାଣିପାରିବେ ।

ଆପଣଙ୍କ ମତାମତ ନିହାତି ଦରକାର । ଏହାକୁ ପଢି କଣ ସବୁ ବଦଲା ଯିବ ବା କଣ ସବୁ କରାଯିବ ମତାମତ ଦେବାକୁ ଅନୁରୋଧ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୩୫, ୧୪ ମାର୍ଚ୍ଚ ୨୦୧୮ (IST)

ଅପଡେଟ: ଯୋଜନା ଲେଖା ପୂରା ହେଲା: ଏବେ ଦୟାକରି ସମସ୍ତେ ଏହି ଲିଙ୍କକୁ ଯାଇ ସେଥିରେ ଲେଖାଥିବା ଯୋଜନା ପଢ଼ିସାରିବା ପରେ ନିଜର ସମର୍ଥନ ବା ଭିନ୍ନ ମତ ଜଣାନ୍ତୁ । ମନେରଖିଥିବେ, ମଇ ୧୫ ତାରିଖ ଆବେଦନ କରିବାର ଶେଷ ତାରିଖ ତେଣୁ ତା' ଆଗରୁ ସମସ୍ତେ ନିଜ ମତ ଦେଇପାରିଲେ ଭଲ ହେବ । --ସୁଭାସିସ ପାଣିଘରି (ଆଳାପ) ୧୦:୦୩, ୨୪ ଅପ୍ରେଲ ୨୦୧୮ (IST)

Women's edithathon[ସମ୍ପାଦନା]

Is there any Ediatathon related to women is going on in Odia Wikipedia? Please give me the link.--Arunsunilkollam (ମୋ ଆଲୋଚନା) ୦୬:୫୪, ୧୮ ମାର୍ଚ୍ଚ ୨୦୧୮ (IST)

Arunsunilkollam ଦୟାକରି ଏହି ଲିଙ୍କ ଦେଖନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୨:୨୬, ୧୮ ମାର୍ଚ୍ଚ ୨୦୧୮ (IST)

ସମ୍ବାଦ ମହିଳା ଓ ସ୍ଵାସ୍ଥ ଗଣସମ୍ପାଦନା ଓ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାର ବିବରଣୀ[ସମ୍ପାଦନା]

ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାରେ ବିଭିନ୍ନ ଭାଷାରେ ତିଆରି ହେଇଥିବା ଲେଖାର ସଂଖ୍ୟା ।

ନମସ୍କାର , ପୂର୍ବ ବର୍ଷ ଆମେ ସମ୍ବାଦ ସହ ମିଶି "୧୦୦ ମହିଳା" ଗଣସମ୍ପାଦନାଟି ଆୟୋଜନ କରିଥିଲୁ ଯାହାର ଫଳସ୍ଵରୂପ ଓଡ଼ିଆ ଉଇକିପିଡିଆରେ ଗୋଟିଏ ଦିନରେ ୨୫ଟି ନୂଆ ଲେଖା ଆସିଥିଲା ଓ ପରେ ୨୭ଟି ଲେଖା ସଜଡା ଯାଇଥିଲା। ଏହି ଯୋଜନାକୁ ଆଗକୁ ବଢେଇବା ପାଇଁ ଆମେ ଏହି ବର୍ଷ ସମ୍ବାଦ ସହ ମିଶି "ମହିଳା ଓ ସ୍ଵାସ୍ଥ ଗଣସମ୍ପାଦନା" କରିବାକୁ ଯୋଜନା କରୁଛୁ । ପୂର୍ବରୁ ଏହି ଗଣସମ୍ପାଦନାଟି ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ହେବାର ଯୋଜନା ଥିଲା, ବର୍ତ୍ତମାନ ଏହା ଏପ୍ରିଲ ପ୍ରଥମ ସପ୍ତାହକି ଦ୍ଵିତୀୟ ସପ୍ତାହରେ ସମ୍ବାଦ ଭବନରେ ଆୟୋଜନ କରାଯିବ । ଏହି ଭିଡିଓ ଯୋଗେ ପୂର୍ବ ବର୍ଷର ଗଣସମ୍ପାଦନା ବିଷୟରେ ଜାଣିପାରିବେ । ନିଜର ମତ ତଳେ ଲେଖନ୍ତୁ ଓ ଭାଗ-ନେବା-ପାଇଁ ନିଜ ନାମ ପ୍ରକଳ୍ପ ପୃଷ୍ଠାରେ ଯୋଡନ୍ତୁ ।

ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାରେ ମୂଳତଃ ୧୨ଟି ଭାଷାରେ ୧୯୩ଟି ଲେଖା ତିଆରି ହେଇଛି, ସବୁଠୁ ଅଧିକ ଲେଖା ବଙ୍ଗାଳୀ ଭାଷାରେ ତିଆରି ହେଇଛି ଓ ଆମେ ଏହି ଗଣସମ୍ପାଦନାଟିକୁ ଆଗକୁ ନେବାର ଚେଷ୍ଟା ଚଳେଇଛୁ ଓ BDAକୁ ଏକ ମୁଖ୍ୟ ପ୍ରକଳ୍ପ କରିବାରକୁ କହିଛୁ ଏହି ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସରେ, ଏହା ପୂର୍ବରୁ BDA ସହାୟତାରେ ଇଂରାଜୀ ଉଇକିପିଡିଆରେ ଥିବା ଲେଖା ଗୁଡ଼ିକ ସଜାଡିବାକୁ ଯୋଜନା ଅଛି । ମୁଁ ଅଧିକ ବିବରଣୀ ଏଠାରେ ଜଣେଇବି । ଧନ୍ୟବାଦ ---Saileshpat (ମୋ ଆଲୋଚନା) ୦୦:୩୫, ୨୮ ମାର୍ଚ୍ଚ ୨୦୧୮ (IST)

ଲେଖାର ମାନ (ବେଙ୍ଗାଳୁରୁରେ ହୋଇଥିବା କୁନି ମେଳଣ ଓ ଫେସବୁକ ଆଲୋଚନାରୁ)[ସମ୍ପାଦନା]

ଏପ୍ରିଲ ୧୪ ତାରିଖରେ ଭେଟିଥିବା ତିନି ଉଇକିଆଳି ।

ଗତ ଶନିବାର (ଏପ୍ରିଲ ୧୪ ତାରିଖ) ଦିନ ବ୍ୟବହାରକାରୀ:Ssgapu22, ବ୍ୟବହାରକାରୀ:Skumarm ଆଉ ମୁଁ କିଛି ସମୟ ପାଇଁ ଭେଟିଲୁ । ଆମେ ଯଦିଓ ଅନେକ ବିଷୟରେ ଆଲୋଚନା କଲୁ ତା' ଭିତରୁ ଦୁଇଟି ଜିନିଷ ସମସ୍ତଙ୍କ ପାଇଁ ଆଲୋଚନା ଉପଯୋଗୀ ହେବେ ବୋଲି ଏଠି ଲେଖୁଛି:

  • ଟୁଟୋରିଆଲ/ଶିକ୍ଷଣ ସେତେ ବେଶୀ interactive/engaging ଲାଗୁନି । ଉପର site notice ରେ ଥିବା ମେସେଜ ସମସ୍ତଙ୍କ ଆଖିରେ ପଡ଼ିବା ଭଳି ରଙ୍ଗ, ଫଟୋ ଆଉ କିଛି ପରିବର୍ତ୍ତନ କଲେ ଭଲ ହୁଅନ୍ତା । ଭିଡ଼ିଓ ଟୁଟୋରିଆଲ ରହିଲେ ଆଉ ଟିକେ ସୁବିଧା ହୁଅନ୍ତା । ସେସବୁ ସୋସିଆଲ ମିଡ଼ିଆରେ ସେଆର କରିବାକୁ ସୁବିଧା ହୁଅନ୍ତା ।
  • ଗପୁ ସିନେମା ଉପରେ ପ୍ରସଙ୍ଗ ଲେଖୁଥିବାରୁ ସେସବୁ ସିନେମା ଉପରେ ବେଶୀ ତଥ୍ୟ ମିଳୁନାହିଁ ବୋଲି କହୁଥିଲା । ତେବେ ଆଗ ଅପେକ୍ଷା ଏବେ ଖବରକାଗଜରେ ବେଶୀ ତଥ୍ୟ ମିଳିଲାଣି । ଆଗରୁ ଅନେକ ସିନେମା ପ୍ରସଙ୍ଗରେ ଅଣ-ବିଶ୍ୱସନୀୟ ଅନଲାଇନ ପୋର୍ଟାଲର ଲିଙ୍କ ଦିଆଯାଇଛି ଓ ଖୁବ ଛୋଟ ଛୋଟ ଲେଖା ଲେଖାଯାଇଛି । ସେସବୁ କାଢ଼ି ଖବରକାଗଜରୁ ଆଧାର ଦେଲେ ଭଲହୁଅନ୍ତା ।
  • ମତ: ଏବେ ଏକ ପ୍ରସଙ୍ଗ-ଛାଞ୍ଚ ବ୍ୟବହାର କରି ସିନେମା ପ୍ରସଙ୍ଗ ଲେଖାହେଉଛି । ସେଇଟିକୁ ବଦଳେଇ ସେଥିରେ ଆଉ କିଛି ଅଧିକ ତଥ୍ୟ ଓ ବିଭାଗ ଯୋଡ଼ିବାକୁ ଅନୁରୋଧ । ଯଦି ତଥ୍ୟ ନ ମିଳୁଛି କିଛି ଦିନ ଅପେକ୍ଷା କରିବା ଭଲ ହେବ । ସବୁ ସିନେମା ଉପରେ ପ୍ରସଙ୍ଗ ତିଆରି ହେବା ନିହାତି ଜରୁରୀ ନୁହେଁ କିନ୍ତୁ ଯେତିକି ପ୍ରସଙ୍ଗ ତିଆରି ହେଉଛି ତା'ର ମାନ ଚଳନୀୟ ହେବା ଲୋଡ଼ା ।
  • ବ୍ୟବହାରକାରୀ:Skumarm ଆଗରୁ ଅନେକ ନିମ୍ନମାନର ଖାଦ୍ୟ ପ୍ରସଙ୍ଗ ବାବଦରେ ପଚାରିଥିଲେ । ସେ ନିଜେ ଇଂରାଜୀ ଉଇକିପିଡ଼ିଆରୁ ଲେଖା ଅନୁବାଦ କରି ଆଗରୁ ଥିବା ପଲଉ ପ୍ରସଙ୍ଗର ମାନ ଉନ୍ନତ କରିଛନ୍ତି ।
  • ମତ: ଆଗକୁ ଖାଦ୍ୟ ଉପରେ କେହି ପ୍ରସଙ୍ଗ ତିଆରି କଲେ ଏହି ପ୍ରସଙ୍ଗ-ଛାଞ୍ଚ ବ୍ୟବହାର କରିପାରିବେ । ଏହି ପ୍ରସଙ୍ଗ-ଛାଞ୍ଚକୁ ଆବଶ୍ୟକ ଅନୁସାରେ ବଦଳାଇ ଆଗକୁ ପ୍ରସଙ୍ଗ ତିଆରି ପାଇଁ ଅନୁରୋଧ । ଅଧୁନା ଅଧିକାଂଶ ଖାଦ୍ୟ ପ୍ରସଙ୍ଗ "ରନ୍ଧା ପ୍ରଣାଳୀ ବ୍ଲଗ" ଭଳି ଲେଖାଯାଇଛି । ସେସବୁ ଉଇକିପିଡ଼ିଆ ଅନୁପଯୋଗୀ ।

--ସୁଭାସିସ ପାଣିଘରି (ଆଳାପ) ୧୨:୦୮, ୧୬ ଅପ୍ରେଲ ୨୦୧୮ (IST)

ଏସବୁ ବାଦ ଫେସବୁକରେ ଲେଖାର ମାନ ବାବଦରେ ଆଲୋଚନା ହୋଇଥିଲା । ଅନେକ ନୂଆ ଓ କମ ଜଣାଶୁଣା ସିନେ ଅଭିନେତା/ଅଭିନେତ୍ରୀ/ଗାୟକ/ନିର୍ଦ୍ଦେଶକଙ୍କ ବାବଦରେ ତିଆରି ପ୍ରସଙ୍ଗ ହୁଏତ ଏବେ ଆବଶ୍ୟକ ନାହିଁ କାରଣ ଉକ୍ତ କଳାକାରମାନେ ଏଯାଏ ସେତେ ନାଁ କରିନାହାନ୍ତି । ଏ ବାବଦରେ ଆଗରୁ କିଛି ବିଧିବଦ୍ଧ ନିୟମ ନ ଥିଲେ ମଧ୍ୟ ଉଇକିପିଡ଼ିଆର ସାଧାରଣ ବିଶ୍ୱସନୀୟତା ନୀତି ଏଠି ଲାଗୁ ହେବ । ୪-୫ଟି ଫିଲ୍ମରେ/ଗୀତରେ କାମ କରିଥିବା କଳାକାରଙ୍କ ବାବଦରେ ଏବେ ପ୍ରସଙ୍ଗ ତିଆରି ନ କଲେ ଭଲ । ପରେ ସେହି କଳାକାରମାନେ ଜଣାଶୁଣା ହେଲେ, ବିଭିନ୍ନ ରାଜ୍ୟ ଓ ଜାତୀୟ ପୁରସ୍କାରରେ ପୁରସ୍କୃତ ହେଲେ ସେମାନଙ୍କ ଉପରେ ପ୍ରସଙ୍ଗ ଲେଖାଯାଇପାରିବ । ଚଳଚ୍ଚିତ୍ରଟିଏ ମୁକ୍ତିଲାଭ କଲେ ସେଥିରେ ସବୁ କଳାକାରଙ୍କ ଉପରେ ଯେ ଉଇକିପିଡ଼ିଆରେ ପ୍ରସଙ୍ଗ ତିଆରି ହେବ ତା'ର କିଛି ମାନେ ନାହିଁ । ପ୍ରସଙ୍ଗ ତିଆରି ଆଗରୁ ବ୍ୟକ୍ତିବିଶେଷଙ୍କ ବିଶ୍ୱସନୀୟତାତା ବାବଦରେ ପଢ଼ି ନୂଆ ପ୍ରସଙ୍ଗ ତିଆରି କଲେ ଭଲ ହେବ । (ପୁରୁଖା ଉଇକିଆଳିଙ୍କ ଭିତରେ ହୋଇଥିବା ଆଲୋଚନାକୁ ଭିତ୍ତି କରି) --ସୁଭାସିସ ପାଣିଘରି (ଆଳାପ) ୧୨:୨୭, ୧୬ ଅପ୍ରେଲ ୨୦୧୮ (IST)

Time to bring embedded maps (‘mapframe’) to most Wikipedias[ସମ୍ପାଦନା]

CKoerner (WMF) (talk) ୦୩:୦୮, ୨୫ ଅପ୍ରେଲ ୨୦୧୮ (IST)

ଆଗକୁ କଣ କରିବା?[ସମ୍ପାଦନା]

ବ‌ହୁତ ଗୁଡାଏ ଗଣସମ୍ପାଦନା ଯୋଗୁ ପ୍ରବଳ ଦ୍ୱନ୍ଦ ହେଲାଣି, ଆମେ ସେଥିପାଇଁ ଆଗାମୀ କିଛି ମାସ ଏହି ଗଣସମ୍ପାଦନା ନାମକ ଜିନିଷଠୁ ଦୂରରେ ରହି କେମିତି ସାମୁହିକ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଥିବା ପୁରୁଣା ପ୍ରସଙ୍ଗ ଗୁଡିକୁ ଉନ୍ନତ କରିପାରିବା ତାହା ଉପରେ ଧ୍ୟାନ ଦେବା । ପ୍ରୀତି ଭାଇ ଓ ଅନ୍ୟ ଉଇକିଆଳିମାନେ ଆଧାର ଯୋଡ଼ିବା କି ଫୋଟୋ ଯୋଡ଼ିବା ଭଳି କାମ କରୁଛନ୍ତି, ଆମେ ଯଦି ନିଜେ ନିଜେ ସେମିତି କିଛି ବାଛିପରିବା ଓ କିଛି ଦ୍ବାୟିତ୍ଵ ନେବା ତେବେ କିଛି ମାସ ଭିତରେ ଓଡ଼ିଆ ଉଇକିପିଡ଼ିଆରେ ଥିବା ଅଳିଆ ଲେଖା ଗୁଡ଼ିକୁ ଉନ୍ନତ କରିପାରିବା । କିମ୍ବା ଅନ୍ୟମାନଙ୍କର ଯଦି କିଛି ଅଲଗା ବିଚାର ଅଛି ତେବେ ତଳେ ଲେଖନ୍ତୁ । --Saileshpat (ମୋ ଆଲୋଚନା) ୦୧:୧୬, ୧୨ ମଇ ୨୦୧୮ (IST)