କାନନ ମିଶ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାନନ ମିଶ୍ର
ଜନ୍ମ ୨ ଜାନୁଆରୀ ୧୯୪୪(1944-01-02)
କଟକ, ଓଡ଼ିଶା
ମୃତ୍ୟୁ ୭ ମାର୍ଚ୍ଚ ୨୦୧୫ (୭୧ ବର୍ଷ)
କଟକ
ବୃତ୍ତି ଲେଖିକା, ଅନୁବାଦିକା ଓ ଶିକ୍ଷାବିତ
ଭାଷା ଓଡ଼ିଆ
ଶୈଳୀ କବି
ସାହିତ୍ୟ କୃତିs "ସୂର୍ଯ୍ୟମୁଖୀର ସ୍ୱପ୍ନ" (ଅନୁବାଦ)
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ବିନୟ ମିଶ୍ର
ଜ୍ଞାତି କୁଟୁମ୍ବ କୁଞ୍ଜବିହାରୀ ତ୍ରିପାଠୀ (ବାପା), ସୁରେଖା ତ୍ରିପାଠୀ (ମାଆ)

କାନନ ମିଶ୍ର (୨ ଜାନୁଆରୀ ୧୯୪୪ - ୭ ମାର୍ଚ୍ଚ ୨୦୧୫ ) ଜଣେ ଓଡ଼ିଆ ଲେଖିକା, ଅନୁବାଦିକା ଓ ଶିକ୍ଷାବିତ । ତାଙ୍କ ଅନୁବାଦ ବହି "ସୂର୍ଯ୍ୟମୁଖୀର ସ୍ୱପ୍ନ" ନିମନ୍ତେ ସେ ୨୦୦୪ ମସିହାରେ [୧] [୨] ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ [୩] [୪] ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ ୫ଟି ଗଳ୍ପ ସଂକଳନ, ୨ଟି ଫିଚର ସଂକଳନ, ଗୋଟିଏ ଇଂରାଜୀ ଫିଚର ସଂକଳନ, ଗୋଟିଏ ପ୍ରବନ୍ଧ, ୪ଟି କବିତା ସଂକଳନ ଓ ୭ଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା । [୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କାନନ ମିଶ୍ର ୨ ଜାନୁଆରୀ ୧୯୪୪ ମସିହାରେ କଟକ ଜିଲ୍ଲାରେ ପିତା କୁଞ୍ଜବିହାରୀ ତ୍ରିପାଠୀ ଓ ମାତା ସୁରେଖା ତ୍ରିପାଠୀଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ସେ ବିନୟ ମିଶ୍ରଙ୍କୁ ବିବାହ କରିଥିଲେ ।

୭ ମାର୍ଚ୍ଚ ୨୦୧୫ ମସିହାରେ, ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । [୫]

ଆଧାର[ସମ୍ପାଦନା]

  1. "ସୁଦର୍ଶନ ଆଚାର୍ଯ୍ୟଙ୍କୁ ୨୦୦୬ର ୨୦୦୪ ଅତିବଡ଼ି ଜଗନ୍ନାଥ ସମ୍ମାନ". ୨୯ ଅଗଷ୍ଟ ୨୦୦୭. Odisha.com. Retrieved 16 March 2015. 
  2. "Atibadi Jagannath Das award presented to Sudarshan Acharya". Orissadiary.com. Retrieved 16 March 2015. 
  3. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା". Odisha.com. Retrieved 16 March 2015. 
  4. "Odisha Sahitya Academy awarded books and writers" (PDF). Department of Culture, Government of Odisha. Retrieved 16 March 2015. 
  5. ୫.୦ ୫.୧ "ସାହିତ୍ୟିକା କାନନ ମିଶ୍ରଙ୍କ ପରଲୋକ". ସମାଜ. ୯ ମାର୍ଚ୍ଚ ୨୦୧୫.