ଖଣ୍ଡାଧାର ଜଳପ୍ରପାତ

ଉଇକିପିଡ଼ିଆ ରୁ
Jump to navigation Jump to search
ଖଣ୍ଡାଧାର ଜଳପ୍ରପାତ
Khandhadhar Falls.jpg
ଅବସ୍ଥାନ ସୁନ୍ଦରଗଡ଼ ଜିଲା, ଓଡ଼ିଶା, ଭାରତ
ପ୍ରକାର ଘୋଡା ଲାଞ୍ଜ ପରି
ଉଚ୍ଚତା ୨୪୪ ମି[convert: %s]%s
ଖାଲମାନଙ୍କ ସଂଖ୍ୟା
ଝରଣା କୋରାପାଣି ନାଳ

ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲାରେ ଥିବା ଓଡ଼ିଶାର ସବୁଠୁ ବଡ଼ ଜଳପ୍ରପାତ ।[୧]

ଉଚ୍ଚତା ଓ ଅବସ୍ଥାନ[ସମ୍ପାଦନା]

ଏହାର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର)[୨] ଏବଂ ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ।ଏହାକୁ ଭାରତର ଚତୁର୍ଥ ଉଛତମ ଜଳପ୍ରପାତ ବୋଲି ମଧ୍ୟ କୁହା ଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ଲୋକକଥା ଅନୁଯାୟୀ, ସୁନ୍ଦରଗଡ଼ ପାହାଡିଆ ଅଞ୍ଚଳରେ ଠାକୁରାଣୀ "କଙ୍କାଳ ଦେବୀ" ବାସ କରୁଥିଲେ । ବଡ଼ ବଡ଼ ଗଛ, ପଥର, ମାଟି ଯାହା ପାଉଥିଲେ, ସେ ଖାଇ ଯାଉଥିଲେ । ଏତଦ୍ଵାରା, ସେ ଅଞ୍ଚଳର ଅଧିବାସୀ "ପାହାଡି ଭୂୟାଁ" ଜନଜାତିର ଲୋକମାନେ ଅତିଷ୍ଟ ହୋଇ ପଡିଥିଲେ ।[୩] ସେମାନେ, ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ । ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ, ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା । ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ ।[୪] ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି । ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ" । ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ ।[୫]

ଗମନାଗମନ ବ୍ୟବସ୍ଥା[ସମ୍ପାଦନା]

ଖଣ୍ଡାଧାର ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ୨୩ରେ ଲହୁଣିପଦା ଯାଏ ଯିବାକୁ ହେବ । ସେଠାରୁ ଦହନକୁ ଲାଳେଇ ଛକ ଯାଏ ଯାଇ ବାମ ପାର୍ଶ୍ଵ ରାସ୍ତାରେ ଗଲେ ଖଣ୍ଡାଧାର ପଡିବ । ଲହୁଣିପଦାରୁ ଯାଇଥିବା ରାସ୍ତା କେବଳ ଗ୍ରୀଷ୍ମକାଳୀନ ରାସ୍ତା । ଏହା ପୁକ୍କ ରାସ୍ତା ନୁହେ ।[୬]

ଅନିୟନ୍ତ୍ରୀତ ଖଣି ଖନନ, ଖଣ୍ଡାଧାର ଜଳପ୍ରପାତ ପ୍ରତି ବିପଦ ସୃଷ୍ଟି କରୁଛି ।[୭]

ଆଧାର[ସମ୍ପାଦନା]