ଗିରିଜା ଭୂଷଣ ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗିରିଜା ଭୂଷଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ ଫେବୃଆରୀ ୯, ୧୯୩୧(1931-02-09)
ବାଘମୁଣ୍ଡା, ଅନୁଗୋଳ, ଓଡ଼ିଶା
ମୃତ୍ୟୁ ୩ ଜାନୁଆରୀ ୨୦୧୬ (୮୪ ବର୍ଷ)
କଟକ, ଓଡ଼ିଶା
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଜୀବିକା ସାହିତ୍ୟିକ ଓ ସମାଜସେବୀ
ଜୀବନସାଥି କମଳ କୁମାରୀ ପଟ୍ଟନାୟକ
ସନ୍ତାନ ପ୍ରଜ୍ଞା ଇତି ମିଶ୍ର
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ

ଗିରିଜା ଭୂଷଣ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ସାହିତ୍ୟିକ, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଦି ୟୁନିଭର୍ସ"ର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ବେଶି ପରିଚିତ ଥିଲେ ।[୧]

ଜୀବନୀ[ସମ୍ପାଦନା]

ଗିରିଜା ପଟ୍ଟନାୟକ, ୧୯୩୧ ମସିହା ଫେବୃଆରୀ ୯ ତାରିଖରେ ଅନୁଗୋଳର ବାଘମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଦେଶପ୍ରେମରେ ଉଦବୃଦ୍ଧ ହୋଇ, ୧୧ବର୍ଷ ବୟସରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।[୨] ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ସେ ସାମ୍ୟବାଦୀ ଦର୍ଶନ ପ୍ରତି ଅକୃଷ୍ଟ ହୋଇ ସର୍ବଭାରତୀୟ ଛାତ୍ର ସଂଘରେ ଯୋଗ ଦେଇଥିଲେ । ମନୋଜ ଦାସଙ୍କ ସଂସ୍ପର୍ଶରେ ଆସି ବାମପନ୍ଥି ଚିନ୍ତାଧାରାରେ[୩] ପ୍ରଭାବିତ ହୋଇ ବିଭିନ୍ନ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇଥିଲେ ।[୪] ବିଶେଷ କରି ସୀମା ଆନ୍ଦୋଳନ ସମୟରେ ଷଢ଼େଇଖଳା-ଖରସୁଆଁକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପଦ ଅଳଂକୃତ କରିଥିଲେ । ନିଜେ ସଭାପତି ଥାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ରେଭେନ୍ସା ମହାବିଦ୍ୟାଳୟକୁ ଆମନ୍ତ୍ରିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆମନ୍ତ୍ରଣକୁ ହେୟଜ୍ଞାନ କରି କହିଥିଲେ : ପ୍ରଧାନମନ୍ତ୍ରୀମାନେ କୌଣସି ମହାବିଦ୍ୟାଳୟକୁ ଯାଆନ୍ତି ନାହିଁ(Prime Ministers do not go to colleges) । ଗିରିଜା ବାବୁ ଉତ୍ତର ଦେଇଥିଲେ : ରେଭେନ୍ସା କେବଳ ଏକ ମହାବିଦ୍ୟାଳୟ ନୁହେଁ(Ravenshaw College is not a college in that sense) । ନେହେରୁ ତାଙ୍କ ଆମନ୍ତ୍ରଣ ରକ୍ଷା କରି, ରେଭେନ୍ସା ମହାବିଦ୍ୟାଳୟକୁ ଆସିଥିଲେ । ସେହି କାର୍ଯ୍ୟକ୍ରମରେ ନେହେରୁ ଅତିଥି ଥିଲେ ଓ ଗିରିଜା ବାବୁ ସଭାପତି ଥିଲେ । ନେହେରୁଙ୍କ ସହିତ ଉଠା ଯାଇଥିବା ସେ ସମୟର ଛବି ଏବେ ମଧ୍ୟ ରେଭେନ୍ସା ମହାବିଦ୍ୟାଳୟରେ ଶୋଭା ପାଉଛି ।[୫]

୧୯୫୮ ମସିହାରେ ଗିରିଜା ବାବୁ ଓକିଲାତି ଆରମ୍ଭ କରିଥିଲେ । ୧୯୭୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ‘ଦି ୟୁନିଭର୍ସ’ ଆରମ୍ଭ ହୋଇଥିଲା । ଦି ୟୁନିଭର୍ସ ମାଧ୍ୟମରେ ସେ କଟକରେ ବିଶ୍ଵ କୁଟୁମ୍ବତା ଭାବକୁ ବିଭିନ୍ନ ସଭା ସମିତି, ସେମିନାର ଓ ସମ୍ମିଳନୀ ମାଧ୍ୟମରେ ଉଦ୍ରେକ କରିବାକୁ ଚେଷ୍ଟା କରିଥିଲେ । କୌଣସି ରାଜନୈତିକ ଅଭିଳାଷ ନଥିଲେ ମଧ୍ୟ ଓଡ଼ିଶାର ସବୁ ରାଜନୈତିକ ଦଳର ତାଙ୍କ ପ୍ରତି ସମ୍ମାନ ରହିଥିଲା ଓ ସବୁ ମୁଖ୍ୟମନ୍ତ୍ରୀମାନଙ୍କର ସେ ପ୍ରିୟ ଥିଲେ । ଏ. ପି. ଜେ. ଅବଦୁଲ କଲାମଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା । ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ ।[୬] ୧୯୯୯ ମସିହାର ମହାବାତ୍ୟା ସମୟରେ ନିଆଳିରେ କମ୍ବଳ ବଣ୍ଟନ କରୁଥିବା ସମୟରେ, ତାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ ।[୭] ବହୁ ବର୍ଷ ଧରି ଅସୁସ୍ଥ ରହିବା ପରେ, ୨୦୧୬ ଜାନୁଆରୀ ୩ତାରିଖ ଭୋର ୪ଟା ୩୦ମିନିଟରେ ତାଙ୍କର କଟକସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।[୮]

ସାହିତ୍ୟ ସର୍ଜନା[ସମ୍ପାଦନା]

ଗିରିଜା ପଟ୍ଟନାୟକ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୩୦ଟି ପୁସ୍ତକ ରଚନା କରିଥିଲେ ।

  • ବୁଦ୍ଧିଜିମ୍ ଆଣ୍ଡ୍ ବୈନଜିମ୍
  • ଫୋକ୍ କଲଚର୍[୯]
  • ଏନଭାର୍ଣ୍ଣମେଣ୍ଟ୍ ଆଣ୍ଡ୍ ଟ୍ୱେଣ୍ଟିଫାଷ୍ଟ୍ ସେଞ୍ଚୁରୀ
  • ଗାନ୍ଧି ଆଣ୍ଡ୍ ମଡର୍ଣ୍ଣ ଟାଇମ୍
  • ରାଜନୀତିର ଭାରତ
  • ଜୀବନ ଜନପଥରେ
  • ଜୀବନର ବାଟେଘାଟେ[୧୦]
  • ବାଉନ ବଜାର ତେପନ ଗଳି
  • ଜୀବନ ସ୍ମୃତିରୁ ଖିଏ[୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର(‘ଜୀବନର ବାଟେ ଘାଟେ’ ପାଇଁ)[୧୨]

ଆଧାର[ସମ୍ପାଦନା]

  1. Baidyanath Misra; Universe (Organization); Council of Cultural Growth and Cultural Relations (Orissa, India) (୨୦୦୨). Population stabilisation and development. Council of Cultural Growth & Cultural Relations. 
  2. http://odishasuntimes.com/2016/01/03/eminent-odisha-litterateur-girija-bhusan-patnaik-no-more/
  3. Judith Schlehe; Boike Rehbein (January ୨୦୦୮). Religion und die Modernität von Traditionen in Asien: Neukonfigurationen von Götter-, Geister- und Menschenwelten. LIT Verlag Münster. pp. ୧୦୪–. ISBN ୯୭୮-୩-୮୨୫୮-୦୬୫୬-୯. 
  4. Subas Chandra Hazary (୧ December ୧୯୮୭). Student politics in India. Ashish Pub. House. ISBN ୯୭୮-୮୧-୭୦୨୪-୦୮୬-୦. 
  5. "ଶେଷ ଇଚ୍ଛା". ସମ୍ବାଦ ଭୁବନେଶ୍ଵର ସଂସ୍କରଣ ୧୨/୦୧/୨୦୧୫ ପୃଷ୍ଠା ୮. http://sambadepaper.com/Details.aspx?id=223598&boxid=21548123. Retrieved 12 January 2016. 
  6. http://www.newindianexpress.com/states/odisha/Girija-Patnaik-Passes-Away/2016/01/04/article3210518.ece
  7. http://sarbasadharana.com/?p=15238
  8. http://www.iamin.in/en/cuttack/news/eminent-odisha-litterateur-girija-bhusan-patnaik-dies-85-80877
  9. Folk Culture: Folk art & craft. Institute of Oriental and Orissan Studies. ୧୯୮୩*.  Check date values in: &#୧୨୪;date= (help)
  10. J. K. Nayak; Subha Chakraborty Dasgupta (୨୦୦୪). Reminiscences: Excerpts from Oriya and Bangla Autobiographies. DSA Publication, Department of Comparative Literature, Jadavpur University. 
  11. http://kalingatv.com/home/renowned-litterateur-girija-bhusan-patnaik-passes-away/
  12. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf