ଚିତାବାଘ

ଉଇକିପିଡ଼ିଆ ରୁ
Jump to navigation Jump to search
Bilateria
ଚିତାବାଘ
ଜୀବାଶ୍ମ କାଳ: ପ୍ଲାଇଷ୍ଟୋସିନ୍–ହୋଲୋସିନ୍, 1.9–0 Ma
Cheetah (Acinonyx jubatus) female 2.jpg
ଦକ୍ଷିଣ ଆଫ୍ରିକୀୟ ଚିତାବାଘ
(Acinonyx jubatus jubatus)
ଚିତାବାଘର ଶବ୍ଦ
Conservation status
VU (IUCN୩.୧)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Phylum: Chordata
Class: Synapsida
Class: Mammalia
Order: Carnivora
Family: Felidae
Genus: Acinonyx
ଜାତି: A. jubatus
ବାଇନୋମିଆଲ ନାମ
Acinonyx jubatus
ଜୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍, ୧୭୭୫
ଉପ-ପ୍ରଜାତି
  • A. j. venaticus (ଏଡୱାର୍ଡ୍ ଗ୍ରିଫିଥ୍, ୧୮୨୧) *A. j. hecki (ହିଲଝାଇମର୍, ୧୯୧୩) *A. j. jubatus (ସ୍କ୍ରେବର୍, ୧୭୭୫) *A. j. soemmeringii (ଲିଓପୋଲ୍ଡ୍ ଫିଟଜିଂଗର୍, ୧୮୫୫) *A. j. raineyi (ଏଡମଣ୍ଡ୍ ହେଲ୍ଲର୍, ୧୯୧୩)
Cheetah range - 2.png
ଚିତାବାଘର ଉପସ୍ଥିତି ରହିଥିବା ଅଞ୍ଚଳ      Former range      Low density      Medium density      High density

ଚିତାବାଘ (ଈଂରାଜୀରେ The Cheetah ଓ ଜୀବ ବିଜ୍ଞାନ ନାମ Acinonyx jubatus) ଏକ ବିଲେଇ ଜାତୀୟ ମାଂସଭୋଜୀ ଜୀବ । ବର୍ତ୍ତମାନ ସମୟରେ ଏହି ଜୀବ ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖାଯାଏ । ଏକିନୋନିକ୍ସ୍ ପ୍ରଜାତିର ଚିତାବାଘର ପ୍ରଥମ ବର୍ଣ୍ଣନା ୧୭୭୫ ମସିହାରେ ଜୋହାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍ (Johann Christian Daniel von Schreber)ଙ୍କ ଲେଖାରେ ମିଳେ । ଚିତାବାଘର ଶରୀର ପତଳା, ମୁଣ୍ଡ ଛୋଟ, ଶରୀର ଚିତାଦାଗରେ ପୂର୍ଣ୍ଣ, ଗୋଡ଼ଗୁଡ଼ିକ ପତଳା ଓ ଲମ୍ଵା ଓ ଲାଞ୍ଜ ଲମ୍ଵା । ଏହାର ନାକ ଓ ଆଖି ମଝିରେ ଲୁହ ଗଡ଼ିଲା ପରି ଏକ କଳାଚିହ୍ନ ଥାଏ । ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ଯାହା ବିଲେଇ ପ୍ରଜାତିର ଅନ୍ୟ ଜୀବ ଯଥା ମହାବଳ ବାଘ, ସିଂହ, କଲରାପତରିଆ ବାଘ ଇତ୍ୟାଦିଙ୍କ ଶରୀର ଗଠନର ସମ୍ପୂର୍ଣ୍ଣ ବିପରୀତ । ବରଂ କୁଗାର୍ ପ୍ରଜାତିର ଜୀବଙ୍କ ସହ ଏହାର ଅଧିକ ସାମଞ୍ଜସ୍ୟ ରହିଛି । ଭୂମିରୁ ଚିତାବାଘର କାନ୍ଧର ଉଚ୍ଚତା ପ୍ରାୟ ୭୦-୯୦ ସେଣ୍ଟିମିଟର୍ ହୋଇଥିବା ବେଳେ ଏମାନଙ୍କ ଓଜନ ପ୍ରାୟ ୨୧-୭୨ କିଲୋଗ୍ରାମ୍ ମଧ୍ୟରେ ରହିଥାଏ । ଏମାନେ କଲରାପତରିଆ ବାଘଠାରୁ ସାମାନ୍ୟ ଉଚ୍ଚ ହୋଇଥିବା ବେଳେ ସିଂହମାନଙ୍କ ତୁଳନାରେ ଖୁବ୍ ଛୋଟ । ଏମାନଙ୍କ ହଳଦିଆ ବା ଧୁସରିଆ ରଙ୍ଗର ଚମଡ଼ା ପ୍ରାୟ ୨୦୦୦ ଚିତା ଚିତା ଦାଗରେ ସଜାଇ ହୋଇଥାଏ । 

ଚିତାବାଘ ମୁଖ୍ୟତଃ ଏକ ଦିବାଚର ପ୍ରାଣୀ ଓ ଏମାନେ ଦିନବେଳେ ଶିକାର କରନ୍ତି । ପ୍ରାପ୍ତବୟସ୍କ ଅଣ୍ଡିରା ଚିତାବାଘ ଶିକାର ପାଇଁ କ୍ଷେତ୍ର ନିୟନ୍ତ୍ରଣ କରନ୍ତି, କିନ୍ତୁ ଏମାନଙ୍କଠାରେ ସାମାଜିକ (ମିଳିମିଶି ଦଳରେ ରହିବା) ମନୋଭାବ ମଧ୍ୟ ଦେଖାଯାଇଥାଏ । କେତେକ ସମୟରେ ଚିତାବାଘ ଭାଈମାନଙ୍କ ଗୋଷ୍ଠୀ ମିଳିମିଶି ରହିବା ଓ ଶିକାର କରିବା ଦେଖାଯାଏ । ମାଈ ଚିତାବାଘମାନଙ୍କଠାରେ ଶିକାର କ୍ଷେତ୍ର ନିୟନ୍ତ୍ରଣ ପ୍ରବୃତ୍ତି ଦେଖାଯାଏ ନାହିଁ । ମାଈମାନେ ଏକାକୀ କିମ୍ଵା ନିଜ ପରିବାର ସହିତ ରୁହନ୍ତି । ଚିତାବାଘ ମାଂସଭୋଜୀ ପ୍ରାଣୀ ଓ ସାଧାରଣତଃ ଆଣ୍ଟିଲୋପ୍ ହରିଣ (କୁଟୁରା ଭଳି ଜୀବ) ବା ଥୋମସନ୍ ଗ୍ୟାଜେଲ୍ ହରିଣଙ୍କ ଶିକାର କରନ୍ତି । ଚିତାବାଘ ଶିକାରର ଅଜାଣତରେ ତାହାର ୧୦୦ରୁ ୩୦୦ ମିଟର୍ ଦୂରତା ପର୍ଯ୍ୟନ୍ତ ଛପି ଛପି ତା’ର ଅନୁସରଣ କରେ ଓ ତାହାପରେ ଶିକାରକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରେ । ଦୌଡ଼ୁଥିବା ଅବସ୍ଥାରେ ଶିକାରକୁ ପକାଇ ଦେଇ ଓ ତାହାର ଶ୍ଵାସରୁଦ୍ଧ କରି ହତ୍ୟା କରେ । ଚିତାବାଘର ଦ୍ରୁତ ବେଗର କାରଣ ହେଉଛି ତାହାର ଶରୀର ଗଠନ । ସ୍ଥଳଚର ପ୍ରାଣୀଙ୍କ ମଧ୍ୟରେ ଚିତାବାଘ ଦ୍ରୁତତମ । ଶିକାର କରୁଥିବା ଅବସ୍ଥାରେ ଚିତାବାଘର ହାରାହାରି ବେଗ ପ୍ରାୟ ୬୪ କି.ମି. ପ୍ରତି ଘଣ୍ଟା ହୋଇଥାଏ । ଶିକାରକୁ ଗୋଡ଼ାଇବା ବେଳେ ଚିତାବାଘ ଖୁବ୍ କମ୍ ସମୟପାଇଁ ପ୍ରାୟ ୧୧୨ କି.ମି. ପ୍ରତି ଘଣ୍ଟାର ବେଗ ମଧ୍ୟ ପ୍ରାପ୍ତ କରିଥାଏ ବୋଲି କୁହାଯାଏ । କେତେକ ସଦ୍ୟ ଗଣନାରୁ କିନ୍ତୁ ଏହାର ସତ୍ୟତା ପ୍ରମାଣିତ ହୋଇପାରି ନାହିଁ । ଚିତାବାଘମାନେ ବର୍ଷସାରା ପ୍ରଜନନଶୀଳ ଥାଆନ୍ତି । ଏମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୩ ମାସ ଓ ଏକାସାଙ୍ଗରେ ମାଈ ଚିତାବାଘ ୩ରୁ ୫ଟି ଛୁଆଙ୍କୁ ଜନ୍ମ ଦେଇଥାଏ । ଗୋଟିଏ ଥରରେ ଏକରୁ ଆଠଟି ଛୁଆ ଜନ୍ମ ହେବାର ମଧ୍ୟ ଦେଖାଯାଇଛି । ଛୁଆଗୁଡ଼ିକ ପ୍ରାୟ ୬ ମାସର ହୋଇଯିବା ପରେ ମା’ ଚିତାବାଘ ଛୁଆଙ୍କୁ ଛାଡ଼ି ଚାଲିଯାଏ ଓ ଛୁଆମାନେ ମିଶି କିଛି ସମୟ ପର୍ଯ୍ୟନ୍ତ ଶିକାର କରନ୍ତି । ସ୍ତନ୍ୟପାୟୀ ଜୀବଙ୍କ ମଧ୍ୟରେ ଶୈଶବ ଅବସ୍ଥାରେ ବହୁତ ଜୀବ ମୃତ୍ୟୁବରଣ କରନ୍ତି ଓ ଏହି ମୃତ୍ୟୁହାର ଚିତାବାଘଙ୍କ ମଧ୍ୟରେ ସର୍ବାଧିକ (ବିଶେଷ କରି ସେରେଙ୍ଗେଟି ତୃଣଭୂମି ଅଞ୍ଚଳରେ ଏହା ସର୍ବାଧିକ) । ଚିତାବାଘମାନେ ଶୁଷ୍କ ଜଙ୍ଗଲ, ବୁଦାଳିଆ ଜଙ୍ଗଲ ଓ ତୃଣଭୂମି ପରି ଭିନ୍ନ ଭିନ୍ନ ସ୍ଥାନରେ ରୁହନ୍ତି ।

ଏହାର ଶିକାର ଧରିବାର କଳା ଓ ଦକ୍ଷତା ଯୋଗୁଁ ପ୍ରାଚୀନ ସମୟରେ ଚିତାବାଘକୁ ମଣିଷ ପୋଷା ଜୀବ ଭାବେ ରଖୁଥିଲା ଓ ଶିକାର କରିବା ପାଇଁ ଚିତାବାଘକୁ ବ୍ୟବହାର କରୁଥିଲା । ସାହିତ୍ୟ, କଳାକୃତି ଓ ବିଜ୍ଞାପନ ଇତ୍ୟାଦିରେ ଚିତାବାଘଙ୍କ ବହୁଳ ଉଲ୍ଲେଖ ରହିଛି । 

ଦ୍ଵାଦଶ ଶତାବ୍ଦୀରେ ଚିତାବାଘମାନଙ୍କର ଅତ୍ୟଧିକ ଶିକାର ହେବା ଯୋଗୁଁ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ।  ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature-IUCN) ଚିତାବାଘକୁ “vulnerable” ଶ୍ରେଣୀଭୁକ୍ତ (ଯେଉଁ ଜୀବ ଲୋପ ପାଇନାହାନ୍ତି କିନ୍ତୁ ସଂରକ୍ଷଣ ନ ହେଲେ ଲୁପ୍ତପ୍ରାୟ ବା ବିଲୁପ୍ତ ଶ୍ରେଣୀରେ ପରିଗଣିତ ହେବେ) କରିଛି । ଅନେକ ଆଫ୍ରିକୀୟ ଦେଶ ଚିତାବାଘର ସଂରକ୍ଷଣ ପାଇଁ ଚେଷ୍ଟାରତ । ୨୦୧୬ର ଶେଷଭାଗ ଓ ୨୦୧୭ର ପ୍ରାରମ୍ଭରେ ସମଗ୍ର ବିଶ୍ଵରେ ଚିତାବାଘଙ୍କ ସଂଖ୍ୟା ହ୍ରାସ ପାଇ ପ୍ରାୟ ୭୧୦୦ ହୋଇଯାଇଥିଲା । ବାସସ୍ଥାନ କ୍ଷୟ, ଅବୈଧ ଶିକାର, ଅବୈଧ ପଶୁ ବ୍ୟବସାୟ, ମନୁଷ୍ୟଙ୍କ ସହ ସଂଘର୍ଷ ଇତ୍ୟାଦି ଏହାର ପ୍ରମୁଖ କାରଣ । ଅନେକ ଗବେଷକ ମତ ପୋଷଣ କରିଛନ୍ତି ଯେ ତୁରନ୍ତ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତାଲିକାରେ ଚିତାବାଘକୁ ଲୁପ୍ତପ୍ରାୟ (Red List) ଘୋଷଣା କରାଯିବା ଦରକାର ଓ ଏହାର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।

ନାମକରଣ[ସମ୍ପାଦନା]

ଚିତାବାଘକୁ ହିନ୍ଦୀରେ चीता (ଚୀତା) ଓ ଈଂରାଜୀରେ “Cheetah” ବୋଲି କୁହାଯାଏ । ଚିତା ଶବ୍ଦଟି ସଂସ୍କୃତ ଶବ୍ଦ “ଚିତ୍ରକାୟଃ”ରୁ ଉଦ୍ଧୃତ । ଚିତ୍ରକାୟର ଅର୍ଥ ହେଲା ଯାହାର ଶରୀର/କାୟା ଚିତ୍ରିତ (ଚିତ୍ରିତ ଅଟେ କାୟା ଯାହାର ସେ ଚିତ୍ରକାୟ) । ଚିତା ଶବ୍ଦର ବ୍ୟବହାର ବା ଉଲ୍ଲେଖ ୧୬୧୦ ମସିହା ପରଠାରୁ ଦେଖିବାକୁ ମିଳେ ।[୨][୩] ଚିତାବାଘକୁ କେତେକ ସ୍ଥାନରେ “ଶିକାରୀ କଲରାପତରିଆ ବାଘ (Hunting Leopard)” ବୋଲି ମଧ୍ୟ କୁହାଯାଇଛି । ଚିତାବାଘର ବୈଜ୍ଞାନିକ ନାମ ହେଲା : ଏକିନୋନିକ୍ସ୍ ଜୁବାଟସ୍ (Acinonyx Jubatus) । ଏକିନୋନିକ୍ସ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ଏକିନେଟୋସ୍ (ଗତିବିହୀନ) ଓ ଓନିକ୍ସ୍ (ପଞ୍ଝା)ର ମିଶ୍ରଣରୁ ସୃଷ୍ଟ ।[୪][୫] ଅନ୍ୟ ବଡ଼ ବିଲେଇ ଜାତୀୟ ପ୍ରାଣୀଙ୍କ ତୁଳନାରେ ଚିତାବାଘର ପଞ୍ଝାର ନଖଗୁଡ଼ିକର ଭିତରକୁ ପଶିବା ବା ପଦାକୁ ବାହାରିବାର ମାତ୍ରା କମ୍ ହୋଇଥିବାରୁ ବୋଧହୁଏ ଏପରି ନାମ ଦିଆଯାଇଛି । ଜୁବାଟସ୍ ଶବ୍ଦର ଲାଟିନ୍ ଅର୍ଥ ହେଲା “କେଶରଯୁକ୍ତ” । ଚିତାବାଘର ପୃଷ୍ଠ ଦେଶରେ ରହିଥିବା କେଶର ଭଳି ବାଳ ପାଇଁ ଏହି ଶବ୍ଦ ପ୍ରୟୋଗ କରାଯାଇଥିବ ।[୬]

ବର୍ଗୀକରଣ[ସମ୍ପାଦନା]



ଲିଂକ୍ସ୍

ଲିଂକ୍ସ୍ ରଫସ୍ (Lynx rufus) (ବବ୍ କ୍ୟାଟ୍)




ଲିଂକ୍ସ୍ କ୍ୟାନାଡେନ୍ସିସ୍ (L. canadensis) (କ୍ୟାନେଡୀୟ ଲିଂକ୍ସ୍)




ଲିଂକ୍ସ୍ ପାର୍ଡିନସ୍ (L. pardinus) (ଆଇବେରୀୟ ଲିଂକ୍ସ୍)



ଲିଂକ୍ସ୍ ଲିଂକ୍ସ୍ (L. lynx) (ଇଉରେସୀୟ ଲିଂକ୍ସ୍) Евразийская рысь.png






ପୁମା

ଏକିନୋନିକ୍ସ୍ ଜୁବାଟସ୍ (Acinonyx jubatus) (ଚିତାବାଘ) Cynailurus guttata - 1818-1842 - Print - Iconographia Zoologica - Special Collections University of Amsterdam - (white background).jpg




ପୁମା କନକଲର୍ (Puma concolor) (କୁଗାର୍) Felis concolor - 1818-1842 - Print - Iconographia Zoologica - Special Collections University of Amsterdam -(white background).jpg



ପୁମା ୟାଗୌଆରୌଣ୍ଡି (P. yagouaroundi) (ଜାଗୁଆରୁଣ୍ଡି)




ଫେଲିସ୍

ଫେଲିସ୍ ଚାଉସ୍ (Felis chaus) (ବଣଭୁଆ) Felis chaus - 1700-1880 - Print - Iconographia Zoologica - Special Collections University of Amsterdam -(White Background).jpg




ଫେଲିସ୍ ନିଗ୍ରାଇପ୍ସ୍ (F. nigripes) (କୃଷ୍ଣପଦ ବିରାଡ଼ି)




ଫେଲିସ୍ ସିଲଭେଷ୍ଟ୍ରିସ୍ ସିଲଭେଷ୍ଟ୍ରିସ୍ (F. silvestris silvestris) (ଇଉରୋପୀୟ ବଣଭୁଆ) The Journal of the Bombay Natural History Society (tabby cat).jpg



ଫେଲିସ୍ ମାର୍ଗାରିଟା (F. margarita) (ବାଲି ବିରାଡ଼ି)




ଫେଲିସ୍ ସିଲଭେଷ୍ଟ୍ରିସ୍ ଲାଇବିକା (F. silvestris lybica) (ଆଫ୍ରିକୀୟ ବଣଭୁଆ) Felis caligata - 1700-1880 - Print - Iconographia Zoologica - Special Collections University of Amsterdam -(white background).jpg



ଫେଲିସ୍ କ୍ୟାଟସ୍ (F. catus) (ପୋଷା ବିରାଡ଼ି) Felis obscura - 1834 - Print - Iconographia Zoologica - Special Collections University of Amsterdam - (white background).jpg









ପୁମା, ଲିଂକ୍ସ୍ ଓ ଫେଲିସ୍ ପ୍ରଜାତି

ଏକିନୋନିକ୍ସ୍ ପ୍ରଜାତିର ବର୍ତ୍ତମାନ ଜୀବିତ ଏକମାତ୍ର ପ୍ରାଣୀ ହେଉଛି ଚିତାବାଘ । ଲିଂକ୍ସ୍, ବଣଭୁଆ, ପୁମା ପରି ଚିତାବାଘ ମଧ୍ୟ “ଫେଲିଡାଏ” ପରିବାରର “ଫେଲିନାଏ” ଉପପ୍ରଜାତିର ଅଂଶ । ୧୭୭୫ ମସିହାରେ ପ୍ରକାଶିତ “Die Säugethiere in Abbildungen nach der Natur mit Beschreibungen” (ବିବରଣୀ ସହିତ ପ୍ରକୃତିର କିଛି ଚିତ୍ର) ନାମକ ପୁସ୍ତକରେ, ଜର୍ମାନ୍ ପ୍ରକୃତି ବିଶେଷଜ୍ଞ ଜୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍ ପ୍ରଥମେ ଚିତାବାଘର ଉଲ୍ଲେଖ କରିଥିଲେ ।[୭] କୁଗାର୍ ଓ ଜାଗୁଆରୁଣ୍ଡି ପ୍ରଜାତିର ପଶୁଙ୍କୁ ଚିତାବାଘର ନିକଟତମ ସମ୍ପର୍କୀୟ ବୋଲି କୁହାଯାଇପାରିବ ।[୮][୯][୧୦] ଏହି ତିନି ପ୍ରଜାତିର ପଶୁ ପୁମା ବଂଶର ଓ ଫେଲିଡାଏ ପ୍ରଜାତିର ଆଠଟି ବଂଶ ମଧ୍ୟରେ ଏକ । ଆକାରରେ ଛୋଟ ସମସ୍ତ ପ୍ରକାରର ବିଲେଇ ଯଥା ଫେଲିସ୍, ଓଟୋକୋଲୋବସ୍, ପ୍ରିଓନାଇଲୁରସ୍ ଇତ୍ୟାଦି ପୁମା ବଂଶର ଆଉ ଏକ ପ୍ରଜାତି । ବର୍ତ୍ତମାନ ସମୟରେ ଚିତାବାଘକୁ ଆଫ୍ରିକୀୟ ଜୀବ କୁହାଯାଏ କିନ୍ତୁ ଗବେଷଣାରୁ ଜଣା ପଡ଼ିଛି ଯେ ପ୍ରାୟ ୨୦-୩୦ ଲକ୍ଷ ବର୍ଷ ପୂର୍ବେ ଦକ୍ଷିଣ ଆମେରିକାରେ ଗୋଟିଏ ପ୍ରଜାତିର ଜୀବଠାରୁ ପୁମାର ସବୁ ବଂଶର ସୃଷ୍ଟି ହୋଇଥିଲା ।[୧୧] ଉତ୍ତର ତାଞ୍ଜାନିଆର ଓଲ୍ଡୁୱାଇ ଗଣ୍ଡର ନିମ୍ନଦେଶରେ ମିଳିଥିବା ଚିତାବାଘ ଜୀବାଶ୍ମ ପ୍ଲାଇଷ୍ଟୋସିନ୍ ଯୁଗର ବୋଲି ଜଣା ପଡ଼ିଛି ।[୧୨] ବର୍ତ୍ତମାନ ବିଲୁପ୍ତ ଏକିନୋନିକ୍ସ୍ ପ୍ରଜାତି ଚିତାବାଘଠାରୁ ପୁରୁଣା ଓ ସେମାନଙ୍କ ଜୀବାଶ୍ମ ପ୍ରାୟ ୩୦ ଲକ୍ଷ ବର୍ଷ ତଳର ବୋଲି କୁହାଯାଉଛି ।[୧୩] ଚିତାବାଘଠାରୁ ଆକାରରେ ସାମାନ୍ୟ ବଡ଼ ପ୍ଲାୟୋସିନ୍ ସମୟର ଏକିନୋନିକ୍ସ୍ ପାର୍ଡିନେନ୍ସିସ୍ ଓ ମଧ୍ୟ-ପ୍ଲାଇଷ୍ଟୋସିନ୍ ସମୟର ଏକିନୋନିକ୍ସ୍ ଇଣ୍ଟର୍ମିଡ଼ିଅସ୍ ଏମାନଙ୍କ ମଧ୍ୟରେ ଅନ୍ୟତମ । ଏକିନୋନିକ୍ସ୍ ଇଣ୍ଟର୍ମିଡ଼ିଅସ୍ ପ୍ରଜାତିଟି ଇଉରୋପରୁ ଚୀନ ପର୍ଯ୍ୟନ୍ତ ବ୍ୟାପ୍ତ ଥିବା ବେଳେ ଏକିନୋନିକ୍ସ୍ ପାର୍ଡିନେନ୍ସିସ୍ ପ୍ରଜାତି ଇଉରେସିଆ, ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ବିସ୍ତୃତ ଥିଲା । ଆକାରରେ ବଡ଼ ଚିତାବାଘଙ୍କ ଏକ ପ୍ରଜାତି ଇଉରୋପ ମହାଦେଶରେ ଦେଖିବାକୁ ମିଳୁଥିଲା ଯାହା ପ୍ରାୟ ୫ ଲକ୍ଷ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଛି । ବର୍ତ୍ତମାନ ଲୁପ୍ତ ଉତ୍ତର ଆମେରିକୀୟ ବିଲେଇ ପ୍ରଜାତି ଯେଉଁମାନେ ଚିତାବାଘ ପରି ଦେଖାଯାଉଥିଲେ ସେମନେ ଫେଲିସ୍, ପୁମା ଓ ଏକିନୋନିକ୍ସ୍ ଆଦିଙ୍କ ସମ୍ପର୍କୀୟ ଥିବେ । ୧୯୯୦ ମସିହାରେ ଏକ ପଲିଜେନେଟିକ୍ ବିଶ୍ଳେଷଣ ପରେ ଏହି ପ୍ରଜାତି ଗୁଡିକୁ ମାଇରାସିନୋନିକ୍ସ୍ ପ୍ରଜାତିର ଅନ୍ତର୍ଭୁକ୍ତ କରାଯାଇଛି । ମାଇରାସିନୋନିକ୍ସ୍ ପ୍ରଜାତିର ଚିତାବାଘ ସହିତ ଖୁବ୍ ଅଧିକ ସାମଞ୍ଜସ୍ୟ ରହିଥିଲା । ୧୯୯୮ ମସିହାରେ କରାଯାଇଥିବା ଏକ ଡି. ଏନ୍. ଏ. ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ପ୍ଲାଇଷ୍ଟୋସିନ୍ ସମୟର ଶେଷଭାଗରେ ଉତ୍ତର ଆମେରିକାରେ ବିଚରଣ କରୁଥିବା ମାଇରାସିନୋନିକ୍ସ୍ ଇନେକ୍ସପେକ୍ଟାଟସ୍, ମାଇରାସିନୋନିକ୍ସ୍ ଷ୍ଟୁଡେରି ଓ ମାଇରାସିନୋନିକ୍ସ୍ ଟ୍ରୁମାନି ପ୍ରଜାତି ପ୍ରକୃତରେ ଚିତାବାଘ ନୁହଁନ୍ତି ବରଂ କୁଗାର୍ ପ୍ରଜାତିର ନିକଟ ସମ୍ପର୍କୀୟ ।

ଉପ-ପ୍ରଜାତି[ସମ୍ପାଦନା]

ଚିତାବାଘର ୫ଟି ମୁଖ୍ୟ ଉପ-ପ୍ରଜାତି ଦେଖିବାକୁ ମିଳେ । ସେଗୁଡିକ ହେଲା : 

୧. ଏସୀୟ ଚିତାବାଘ (A. j. venaticus) (ଗ୍ରିଫିଥ୍, ୧୮୨୧): ଏହି ପ୍ରଜାତିକୁ ଇରାନୀୟ ଚିତାବାଘ ବା ଭାରତୀୟ ଚିତାବାଘ ମଧ୍ୟ କୁହାଯାଏ । ଅତୀତରେ ଏହି ପ୍ରଜାତି ମଧ୍ୟ-ପୂର୍ବ ଏସିଆ, ମଧ୍ୟ ଏସିଆ ଓ ଭାରତୀୟ ଉପମହାଦ୍ଵୀପରେ ବିଚରଣ କରୁଥିଲା । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତଥ୍ୟାନୁସାରେ ବର୍ତ୍ତମାନ ଏହି ପ୍ରଜାତି କେବଳ ଇରାନରେ ସୀମିତ ଓ ଏହି ଏସୀୟ ପ୍ରଜାତିର ଅଳ୍ପ କିଛି ପ୍ରାଣୀ ଜୀବିତ । ଏହାକୁ “Critically Endangered“ ଶ୍ରେଣୀଭୁକ୍ତ କରାଯାଇଛି । ୨୦୦୪ ମସିହାରେ ହୋଇଥିବା ଏକ ଗଣନାନୁଯାୟୀ ଏମାନଙ୍କ ସର୍ବମୋଟ ସଂଖ୍ୟା ପ୍ରାୟ ୫୦-୬୦ । ପରେ ୨୦୦୭ ମସିହାର ଗଣନା ଅନୁସାରେ ୬୦-୧୦୦ଟି ପ୍ରାଣୀ ଜୀବିତ ଥିବା ଜଣାପଡ଼ିଲା ଓ ଏହି ସଂଖ୍ୟାର ଅଧିକାଂଶ ପ୍ରତିଶତ ଚିତାବାଘ ବାଲ୍ୟାବସ୍ଥାରେ  ଥିଲେ । ୧୯୭୦ ପରଠାରୁ ଏମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଛି । ୨୦୧୨ ମସିହା ବେଳକୁ ଏହି ପ୍ରଜାତିର ଦୁଇଟି ବାଘ ଚିଡ଼ିଆଖାନାରେ ରହିଥିବା ଜଣା ପଡ଼ିଛି । ଭାରତୀୟ ଜଙ୍ଗଲରୁ ବର୍ତ୍ତମାନ ଚିତାବାଘ ସମ୍ପୂର୍ଣ ଲୋପ ପାଇଯାଇଛି । 

୨. ଉତ୍ତର-ପଶ୍ଚିମ ଆଫ୍ରିକୀୟ ଚିତାବାଘ (A. j. hecki) (ହିଲଝାଇମର୍, ୧୯୧୩): ଏହାକୁ ସାହାରାର ଚିତାବାଘ ମଧ୍ୟ କୁହାଯାଏ । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତଥ୍ୟାନୁସାରେ ଏହି ଚିତାବାଘ ଉତ୍ତର-ପଶ୍ଚିମ ଆଫ୍ରିକାର ଆଲଜେରିଆ, ବେନିନ୍, ବୁର୍କିନା ଫାସୋ, ନାଇଜର୍ ଆଦି ଦେଶରେ ଦେଖାଯାଏ । ଆଲଜେରିଆର ଆହାଗର୍ ଓ ତାସିଲି ନାଜେର୍ ଜାତୀୟ ଉଦ୍ୟାନରେ ଏମାନେ କିଛିମାତ୍ରାରେ ପରିଲକ୍ଷିତ ହୁଅନ୍ତି । ୨୦୦୩ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଆହାଗର୍ ଜାତୀୟ ଉଦ୍ୟାନରେ ଏହି ପ୍ରଜାତିର ପ୍ରାୟ ୨୦-୪୦ଟି ଜୀବ ରହିଥିଲେ । ନାଇଜରର ଐର ପର୍ବତ, ତେନେରେ, ଟର୍ମିଟ୍ ମ୍ୟାସିଫ୍, ତାଲକ ଓ ଆଜୌଆକ୍ ଉପତ୍ୟକାରେ ଚିତାବାଘ ଦେଖାଯାନ୍ତି । ୧୯୯୩ ମସିହାରେ ତେନେରେ ଅଞ୍ଚଳରେ ପ୍ରାୟ ୫୦ଟି ବାଘ ରହିଥିଲେ ବୋଲି ଜଣାପଡ଼ିଥିଲା । ବେନିନର ପେନ୍ଦଜାରି ଜାତୀୟ ଉଦ୍ୟାନରେ ଓ ଡବ୍ଲ୍ୟୁ ଜାତୀୟ ଉଦ୍ୟାନରେ ଚିତାବାଘ ଏବେ ମଧ୍ୟ ରହିଛନ୍ତି । ବୁର୍କିନା ଫାସୋର ଦକ୍ଷିଣ-ପୂର୍ବାଞ୍ଚଳରେ ଖୁବ୍ କମ୍ ସଂଖ୍ୟକ ଚିତାବାଘ ରହିଥିବାର ଅନୁମାନ କରାଯାଏ । ବିଶ୍ଵରେ ଏହି ପ୍ରଜାତିର ଚିତାବାଘଙ୍କ ସଂଖ୍ୟା ୨୫୦ରୁ କମ୍ ହୋଇଥିବା ଯୋଗୁଁ ଏମାନଙ୍କୁ ମଧ୍ୟ  ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତାଲିକାରେ “Critically Endangered“ ଶ୍ରେଣୀଭୁକ୍ତ କରାଯାଇଛି । 

୩. ଦକ୍ଷିଣ ଆଫ୍ରିକୀୟ ଚିତାବାଘ (A. j. jubatus) (ସ୍କ୍ରେବର୍, ୧୭୭୫): ଏହି ପ୍ରଜାତିକୁ ନାମିବୀୟ ଚିତାବାଘ ମଧ୍ୟ କୁହାଯାଏ । ଏହି ପ୍ରଜାତିର ଚିତାବାଘ ସଂଖ୍ୟା ବର୍ତ୍ତମାନ ସର୍ବାଧିକ । ଏମାନେ ନାମିବିଆ, ବୋତ୍ସୱାନା, ଜିମ୍ଵାବ୍ଵେ, ଦକ୍ଷିଣ ଆଫ୍ରିକା, ମୋଜାମ୍ଵିକ୍ ଓ ଜାମ୍ଵିଆରେ ବିଚରଣ କରନ୍ତି । ଲେସୋଥୋ ଏବଂ କଙ୍ଗୋ-କିନସାସା ପରି ଦେଶରୁ ଏମାନେ ସମ୍ପୂର୍ଣ୍ଣ ଲୋପ ପାଇଯାଇଛନ୍ତି ।  ସ୍ଵାଜିଲ୍ୟାଣ୍ଡର ହ୍ଲାନ୍ ରୟାଲ୍ ଜାତୀୟ ଉଦ୍ୟାନରେ ଓ ମାଲାୱିର ଲିୱୋନ୍ଦେ ଜାତୀୟ ଉଦ୍ୟାନରେ ଚିତାବାଘକୁ ନୂତନ ଭାବେ ନୂଆ ବାସସ୍ଥଳୀ ଦେବାପାଇଁ ଚେଷ୍ଟା ହୋଇଥିଲା । ଏସୀୟ ଚିତାବାଘଠାରୁ ଏହି ପ୍ରଜାତି ପ୍ରାୟ ୩.୨-୬.୭ ଲକ୍ଷ ବର୍ଷ ପୂର୍ବେ ବିଚ୍ଛିନ୍ନ ହୋଇଥିଲା । ୨୦୦୭ ମସିହା ବେଳକୁ ଏମାନଙ୍କ ସଂଖ୍ୟା ୫୦୦୦-୬୫୦୦ ଥିଲା ବୋଲି ଏକ ଗଣନାରୁ ଜଣା ପଡ଼ିଛି । ଦକ୍ଷିଣ ଆଫ୍ରିକା, ନାମିବିଆ ଓ ବୋତ୍ସୱାନାରେ ଚିତାବାଘଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ୩୦ ବର୍ଷ ପାଇଁ ବିଲୁପ୍ତ ବୋଲି ଅଭିହିତ କରାଯାଇଥିବା ଚିତାବାଘ ଅଂଗୋଲାର ଆୟୋନା ଜାତୀୟ ଉଦ୍ୟାନରେ ୨୦୧୦ ମସିହାରେ ପୁଣି ଦୃଶ୍ୟମାନ ହୋଇଥିଲା । ଜିମ୍ଵାବ୍ଵେରେ ୧୯୯୯ ପରଠାରୁ ଏମାନଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି ଓ ମୋଜାମ୍ଵିକରେ ୧୯୮୦-୯୦ ସମୟର ଗୃହଯୁଦ୍ଧ ସମୟରେ ଅନେକ ଚିତାବାଘଙ୍କୁ ହତ୍ୟା କରାଯାଇଥିଲା । ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ତାଲିକାରେ ଏହି ଜୀବ ନାହିଁ ।

ଚିତାବାଘର ଉପପ୍ରଜାତି
ଏସୀୟ ଚିତାବାଘ 
ଦକ୍ଷିଣ ଆଫ୍ରିକୀୟ ଚିତାବାଘ 
ସୁଦାନୀୟ ଚିତାବାଘ 
ତାଞ୍ଜାନୀୟ ଚିତାବାଘ 
ଉତ୍ତର-ପଶ୍ଚିମ ଆଫ୍ରିକୀୟ ଚିତାବାଘ 

୪. ସୁଦାନୀୟ ଚିତାବାଘ (A. j. soemmeringii) (ଫିଟଜିଂଗର୍, ୧୮୫୫): ଏହାକୁ ମଧ୍ୟ ବା ଉତ୍ତର-ପୂର୍ବ ଆଫ୍ରିକୀୟ ଚିତାବାଘ ବୋଲି ମଧ୍ୟ କୁହାଯାଏ । ମଧ୍ୟ ଆଫ୍ରିକା, ଉତ୍ତର-ପୂର୍ବ ଆଫ୍ରିକା ଓ ଆଫ୍ରିକା ମହାଦେଶର ଶିଙ୍ଗ ବୋଲାଉଥିବା ଅଞ୍ଚଳରେ ଏମାନେ ବିଚ୍ଛିନ୍ନ ଭାବରେ ରହିଛନ୍ତି । ଏହି ଉପ-ପ୍ରଜାତି ଦକ୍ଷିଣ ଆଫ୍ରିକୀୟ ଉପ-ପ୍ରଜାତି ସହ ସମାନ ବୋଲି କୁହାଯାଉଥିଲା । ୨୦୧୧ ମସିହାରେ ଏକ ଜେନେଟିକ୍ ବିଶ୍ଳେଷଣ ମାଧ୍ୟମରେ ଜଣା ପଡ଼ିଲା ଯେ ଏହି ଦୁଇ ଉପ-ପ୍ରଜାତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । 

୫. ତାଞ୍ଜାନୀୟ ଚିତାବାଘ (A. j. raineyi syn. A. j. fearsoni) (ହେଲ୍ଲର୍, ୧୯୧୩): ଏହାକୁ ପୂର୍ବ ଆଫ୍ରିକୀୟ ଚିତାବାଘ ବୋଲି ମଧ୍ୟ କୁହାଯାଏ । ଏମାନେ କେନିଆ, ସୋମାଲିଆ, ତାଞ୍ଜାନିଆ, ଉଗାଣ୍ଡା ପ୍ରଭୁତି ଦେଶରେ ଦେଖାଯାନ୍ତି । ୨୦୦୭ ମସିହାରେ ଏମାନଙ୍କ ସର୍ବମୋଟ ସଂଖ୍ୟା ଆନୁମାନିକ ଭାବେ ୨୫୭୨ ରହିଥିଲା । ସେରେଙ୍ଗେଟି ତୃଣଭୂମି ଓ ମସାଇ ମାରା ଉଦ୍ୟାନରେ ଏମାନେ ବହୁ ପରିମାଣରେ ଦେଖାଯାନ୍ତି । 

ଉପ-ପ୍ରଜାତିଙ୍କ ବ୍ୟାପ୍ତି

ଜେନେଟିକ୍ସ୍[ସମ୍ପାଦନା]

ଅନ୍ୟ ବଡ଼ ଶିକାରୀ ବିଲେଇଙ୍କ ପରି ଚିତାବାଘର ଡାଇପ୍ଲୟଡ୍ ଗୁଣସୂତ୍ର (କ୍ରୋମୋଜୋମ୍) ସଂଖ୍ୟା ୩୮ । ଓସେଲୋଟ୍ ଓ ମାର୍ଗେମାନଙ୍କଠାରେ ଏହି ସଂଖ୍ୟା ୩୬ ହୋଇଥାଏ । ଚିତାବାଘମାନଙ୍କଠାରେ ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଖୁବ୍ କମ୍ ଜେନେଟିକ୍ ବିଭିନ୍ନତା ଦେଖାଯାଏ । ତେଣୁ ସ୍କିନ୍ ଗ୍ରାଫ୍ଟ୍, ଇଲେକ୍ଟ୍ରୋଫୋରିକ୍ ପ୍ରମାଣ ଓ ପ୍ରଜନନଗତ ପରୀକ୍ଷଣରେ ସବୁ ଚିତାବାଘ ପରସ୍ପର ସହିତ ସମାନ ଗୁଣ ପ୍ରଦର୍ଶନ କରିଥାନ୍ତି । ହିମଯୁଗର ଶେଷଭାଗ ଆଡ଼କୁ ଲମ୍ଵା ସମୟ ପର୍ଯ୍ୟନ୍ତ ସମଜାତୀୟ ପ୍ରଜନନ ଯୋଗୁଁ କିଛି ବ୍ୟତିକ୍ରମ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ଏପରି ଜେନେଟିକ୍ ସାମଞ୍ଜସ୍ୟ ଚିତାବାଘଙ୍କଠାରେ ଶୁକ୍ରାଣୁ ସଂଖ୍ୟା ଓ ଶକ୍ତି ହ୍ରାସ ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସର କାରଣ ହୁଏ ।

ରାଜଚିତାବାଘ[ସମ୍ପାଦନା]

ରାଜଚିତାବାଘ ଓ ତାହାର ଦେହର ଭିନ୍ନ ପ୍ରକାରର ଚିତାଦାଗ

ପ୍ରକୃତି ଓ ପ୍ରବୃତ୍ତି[ସମ୍ପାଦନା]

ଚିତାବାଘର ଚିତ୍ର ଯେଉଁଥିରେ ତାହାର ଲୁହ ପରି ଦାଗ ଦୃଶ୍ୟମାନ

ଶରୀର ଗଠନ[ସମ୍ପାଦନା]

ଚିତାବାଘର ଖପୁରୀ ହାଡ଼

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଛାଇରେ ବିଶ୍ରାମ ନେବାବେଳେ ଚିତାବାଘ ପରିବାର
ଚିତାବାଘଙ୍କ ଦଳ

ମହାବଳ ବାଘ, କଲରାପତରିଆ ବାଘ ଓ ସିଂହମାନେ ନିଶାଚର ହୋଇଥିବା ବେଳେ ଚିତାବାଘମାନେ ଦିବାଚର ପ୍ରାଣୀ । ଦିନବେଳା ଶିକାର କରୁଥିବାରୁ ଗବେଷକମାନେ ଏହି ପ୍ରାଣୀର ନିରୀକ୍ଷଣ କରିପାପରନ୍ତି । ଦିନବେଳା ଏମାନଙ୍କ ମୁଖ୍ୟ କାର୍ଯ୍ୟ ହେଲା ଶିକାର କରିବା ଓ ଭୋର ଅବା ଗୋଧୁଳି ସମୟରେ ଏମାନଙ୍କ ଶିକାରର ହାର ଅଧିକ ହେବା ଏମାନଙ୍କ କିଞ୍ଚିତ୍ ସାଂଧ୍ୟକାଳୀନ ପ୍ରବୃତ୍ତିର ସୂଚନା ଦିଏ । ସନ୍ଧ୍ୟା ପରେ ଚିତାବାଘ ପରିବାର ତୃଣଭୂମି ଅଞ୍ଚଳରେ ବିଶ୍ରାମ ନିଅନ୍ତି । ଅଣ୍ଡିରା ଚିତାବାଘ କିନ୍ତୁ ରାତ୍ରି ସମୟରେ ନିଜ ଇଲାକାର ସର୍ବେକ୍ଷଣ କରିବାକୁ ବାହାରି ପାରନ୍ତି । ଚିତାବାଘ ଏକ ଅତ୍ୟନ୍ତ ସତର୍କ ପ୍ରାଣୀ । ଆଖେପାଖେ ହେଉଥିବା ଘଟଣାକୁ ଏକ ଢେପୁଆ ବା ଉଚ୍ଚ ସ୍ଥାନରୁ ଚିତାବାଘ ନିରୀକ୍ଷଣ କରୁଥାଏ । ଏକ ପରିବାର ବିଶ୍ରାମ ନେବା ସମୟରେ ଜଣେ ଜଣେ ପାଳି କରି ଜଗୁଆଳର ଦାୟିତ୍ତ୍ଵ ନିର୍ବାହ କରନ୍ତି ।

ସାମାଜିକ ଗଠନ[ସମ୍ପାଦନା]

ବିଲେଇ ଜାତୀୟ ପ୍ରାଣୀଙ୍କ ମଧ୍ୟରୁ କେବଳ ସିଂହ ଓ ଚିତାବାଘ ଦଳରେ ରହିବା ପସନ୍ଦ କରନ୍ତି । ମହାବଳ ବାଘ ଓ କଲରାପତରିଆ ବାଘ ଆଦି ପ୍ରାଣୀ ଏକାକୀ ରହିବା ପସନ୍ଦ କରନ୍ତି । ମାଈ ଚିତାବାଘମାନେ କିନ୍ତୁ ଏକାକୀ ହୋଇ ରୁହନ୍ତି । ଡେଭିସସ୍ଥିତ କ୍ୟାଲିଫୋର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ଟିମ୍ କ୍ୟାରୋ ଚିତାବାଘମାନଙ୍କ ସାମାଜିକ ଶ୍ରେଣୀ ଓ ତାହାର ସମୟସୀମା ଚିହ୍ନଟ କରିଛନ୍ତି । ଗର୍ଭବତୀ, ଛୁଆ ପାଳନ କରୁଥିବା ମାଈ ଚିତାବାଘ, କୌଣସି ଦଳରେ ସ୍ଥାନ ପାଇନଥିବା ଅଣ୍ଡିରା ଚିତାବାଘମାନେ ପ୍ରାୟତଃ ଏକାକୀ ରୁହନ୍ତି । କିନ୍ତୁ ଅନେକ ସମୟରେ ଭାଈ, ଭଉଣୀ ଓ ସମବୟସ୍କ ଚିତାବାଘମାନଙ୍କର ପରିବାର ଦେଖାଯାଏ ଓ ଏକ ବଡ଼ ଇଲାକାରେ ଏମାନେ ଅନ୍ୟ ଦଳମାନଙ୍କଠାରୁ ଦୂରରେ ରୁହନ୍ତି । ପ୍ରଜନନ ଋତୁ ସମୟରେ ଏମାନଙ୍କ ସମ୍ପର୍କରେ କୌଣସି ନିବିଡ଼ତା ପରିଲକ୍ଷିତ ହୁଏନାହିଁ ।

ଅଣ୍ଡିରା ଚିତାବାଘ କ୍ଷେତ୍ର ବା ଇଲାକା ନିୟନ୍ତ୍ରଣ କରିବାର ପ୍ରବୃତ୍ତି ରଖୁଥିଲେ ହେଁ କେତେକ ଅଣ୍ଡିରା ଚିତାବାଘ ସାରା ଜୀବନ ଏକ ଦଳରେ ରହିଥାନ୍ତି । ଏହି ଦଳ ମିଳିମିଶି ନିଜ ଇଲାକା ଜଗେ । ଅଧିକାଂଶ ସମୟରେ ଏକ ସମୟରେ ଓ ଗୋଟିଏ ମା’ ଠାରୁ ଜନ୍ମଗ୍ରହଣ କରିଥିବା ଅଣ୍ଡିରା ଚିତାବାଘମାନେ ମା’ ଛାଡ଼ି ଚାଲିଯିବାପରେ ଦଳବଦ୍ଧ ହୋଇ ରୁହନ୍ତି । ଏକାକୀ ଓ ଅଚିହ୍ନା ଅଣ୍ଡିରା ଚିତାବାଘମାନେ ମଧ୍ୟ ପରସ୍ପର ପ୍ରତି ସହିଷ୍ଣୁ ମନୋଭାବ ପ୍ରଦର୍ଶନ କରି ଦଳ ଗଠନ କରିବା କିମ୍ୱା ଅନ୍ୟ ଏକ ଦଳରେ ଯୋଗ କରିବାର ଉଦାହରଣ ମଧ୍ୟ ଦେଖାଯାଇଛି । ଅଣ୍ଡିରା ଚିତାବାଘମାନଙ୍କ ଦଳ କ୍ଷେତ୍ର ବା ଇଲାକା ନିୟନ୍ତ୍ରଣ କରିବାଦ୍ଵାରା ସେହି ଇଲାକାର ଶିକାର ମାରି ଖାଇବା ଓ ନିଜ ଇଲାକାର ମଧ୍ୟରେ ରହୁଥିବା ମାଈ ଚିତାବାଘଙ୍କ ସହିତ ସହବାସ କରିପାରନ୍ତି । କିଛି ଅଣ୍ଡିରା ଚିତାବାଘ ଏକାକୀ ଓ ଦଳହୋଇ ରହିବା ମଧ୍ୟରେ ବାରମ୍ଵାର ନିଜ ମନ ବଦଳାଉଥାନ୍ତି । କେଉଁ ଅବସ୍ଥାରେ ସର୍ବାଧିକ ମାଈ ଚିତାବାଘଙ୍କ ସଙ୍ଗତି ପ୍ରାପ୍ତ ହେବ ତାହା ଏମାନଙ୍କ ଅବସ୍ଥା ନିରୂପଣ କରେ । ଦଳରେ ରହୁଥିବା ଚିତାବାଘଙ୍କର ଏକାକୀ ଜୀବଙ୍କଠାରୁ ଅଧିକ ଖାଦ୍ୟ ଦରକାର ।

ମାଈ ଚିତାବାଘମାନେ କ୍ଷେତ୍ର ନିୟନ୍ତ୍ରଣ କରନ୍ତି ନାହିଁ, ଏକାକୀ ବା ନିଜ ଛୁଆଙ୍କ ସହିତ ରୁହନ୍ତି । ଯୁବ ଚିତାବାଘମାନେ ମା’ ଛାଡ଼ି ଚାଲିଯିବାପରେ ଦଳ ଗଠନ କରନ୍ତି । ଯୁବତୀ ମାଈ ଚିତାବାଘମାନେ ନିଜ ମା’ ସହିତ କିଛି ସମୟ ପର୍ଯ୍ୟନ୍ତ ରହିପାରନ୍ତି କିନ୍ତୁ ଏମାନଙ୍କର ମା’ ସହିତ କୌଣସି ସମ୍ପର୍କ ନଥାଏ । ଅଣ୍ଡିରା ଚିତାବାଘମାନେ ବଡ଼ ହେଲାପରେ କ୍ଷେତ୍ର ଅକ୍ତିଆର କରିବାରେ ମନ ବଳାନ୍ତି ।

ଶିକାର ଓ ବସବାସ କ୍ଷେତ୍ର[ସମ୍ପାଦନା]

ଅଣ୍ଡିରା ଚିତାବାଘ ମୂତ୍ର ସିଞ୍ଚନଦ୍ଵାରା ନିଜ କ୍ଷେତ୍ରର ସୀମା ଚିହ୍ନଟ କରିବା
ଛୁଆଙ୍କ ସହିତ ଏକ ମାଈ ଚିତାବାଘ

ଯୋଗାଯୋଗ[ସମ୍ପାଦନା]

ଶବ୍ଦ ଓ ଧ୍ଵନିଦ୍ଵାରା ଯୋଗାଯୋଗ[ସମ୍ପାଦନା]

ଅନ୍ୟାନ୍ୟ ପଦ୍ଧତି[ସମ୍ପାଦନା]

ପରିଦୃଷ୍ଟ ଭାବଭଙ୍ଗୀ ଓ ଠାଣି[ସମ୍ପାଦନା]

ଶିକାର ଓ ପ୍ରତିଯୋଗୀ[ସମ୍ପାଦନା]

ଚିତାବାଘ ମାଂସଭୋଜୀ ପ୍ରାଣୀ ଓ ୨୩ରୁ ୫୬ କିଲୋଗ୍ରାମ (୫୧-୧୨୩ ପାଉଣ୍ଡ୍) ଓଜନର ମଧ୍ୟମ ଆକାର ବିଶିଷ୍ଟ ଜନ୍ତୁଙ୍କୁ ଶିକାର କରିବା ପସନ୍ଦ କରେ । ବ୍ଲେସବୋକ୍, ଡ୍ଵିକର, ଗ୍ରାଣ୍ଟସ୍ ଗ୍ୟାଜେଲ୍, ଇମ୍ପାଲା, ରିଡବକ୍, ସ୍ପ୍ରିଂଗବୋକ୍, ଥୋମସନସ୍ ଗ୍ୟାଜେଲ୍ ଇତ୍ୟାଦି ଶିକାରଙ୍କ ଉପରେ ଚିତାବାଘର ଲକ୍ଷ୍ୟ ରହିଥାଏ । ବାଦୁଡିକାନୁଆ ବିଲୁଆ, ବୁଦାହରିଣ (ବୁଶବକ୍), କୁଡ଼ୁ, ହାର୍ଟେବିଷ୍ଟ୍, ନ୍ୟାଲା, ଓରାଇବି, ରୋନ୍ ଆଣ୍ଟିଲୋପ୍, ଷ୍ଟିନବୋକ୍, ସେବଲ୍ ଆଣ୍ଟିଲୋପ୍, ୱାଟରବକ୍ ଇତ୍ୟାଦି ମଧ୍ୟ ଚିତାବାଘ ବେଳେବେଳେ ଶିକାର କରେ । ଆଫ୍ରିକୀୟ ମଇଁଷି, ଜେମ୍ସବୋକ୍, ଜିରାଫ୍, ଓଟପକ୍ଷୀ, ବାରହା, ୱିଲ୍ଡେବିଷ୍ଟ୍ ଓ ଜେବରା ଇତ୍ୟାଦିଙ୍କୁ ଚିତାବାଘ ଶିକାର କରିବା କ୍ଵଚିତ୍ ଦେଖାଯାଇଛି । ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି ଯେ ଏସୀୟ ଚିତାବାଘ ସ୍ଥାନୀୟ ପ୍ରାଣୀ ଯଥା ଚିଙ୍କାରା ହରିଣ, ମରୁଠେକୁଆ, ଗୋଇଟରଡ୍ ଗ୍ୟାଜେଲ୍, ଆଇବେକ୍ସ୍, ମୂଷା ଓ ବଣୁଆ ମେଣ୍ଢା ମଧ୍ୟ ମାରି ଖାଇଥାଏ । ସାଧାରଣତଃ ଚିତାବାଘଙ୍କ ଏକ ଦଳ ମିଳିମିଶି ହାର୍ଟେବିଷ୍ଟ୍ ପରି ଶିକାର ମାରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଅଳ୍ପ ବୟସ୍କ ଛୁଆଙ୍କ ସହିତ ବେଳେବେଳେ ମାଈ ଚିତାବାଘ ମଧ୍ୟ ବଡ଼ ଶିକାର ଧରିବାକୁ ଚେଷ୍ଟା କରିଥାନ୍ତି । ଚିତାବାଘ ମଣିଷ ମାରିବା କଥା କେବେ ଶୁଣାଯାଇନାହିଁ । ରହୁଥିବା ସ୍ଥାନ ଅନୁଯାୟୀ ଚିତାବାଘମାନେ ନିଜର ଶିକାର ଓ ଖାଦ୍ୟ ବାଛିଥାଏ । ଯଥା: ପୂର୍ବ ଆଫ୍ରିକୀୟ ସମତଳ ଭୂମିରେ ଚିତାବାଘ ମୁଖ୍ୟତଃ ନିଜଠାରୁ ଅଳ୍ପ ଛୋଟ ଥୋମସନ୍ ଗ୍ୟାଜେଲର ଶିକାର କରେ । ଅପରପକ୍ଷେ କ୍ଵାଜୁଲୁ ନାଟାଲରେ ଚିତାବାଘମାନେ ପ୍ରାୟ ୧୩୦ କିଲୋଗ୍ରାମ ଓଜନର ଓ ଯଥେଷ୍ଟ ବଡ଼ ଆକାରର ଅଣ୍ଡିରା “ନ୍ୟାଲା” ପରି ପଶୁମାନଙ୍କୁ ଶିକାର କରିବା ପସନ୍ଦ କରନ୍ତି । ଅଧିକାଂଶ ସମୟରେ ଚିତାବାଘମାନେ ଶୈଶବାବସ୍ଥାରେ ଥିବା ପ୍ରାଣୀଙ୍କୁ ଠାବ କରି ସେମାନଙ୍କ ଶିକାର କରନ୍ତି, ଯାହାକି ଚିତାବାଘର ଖାଦ୍ୟର ପ୍ରାୟ ୫୦% ହୋଇଥାଏ । ଚିତାବାଘମାନେ ଦିନବେଳା ଯେକୌଣସି ସମୟରେ ଶିକାର କରିପାରନ୍ତି । ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇପାରେ । ସାହାରା ଓ ମସାଇ-ମାରା ଅଞ୍ଚଳର ଚିତାବାଘମାନେ ଦିନବେଳାର ଅତ୍ୟଧିକ ଗରମରେ ଶିକାର ନ କରି, ସୂର୍ଯ୍ୟାସ୍ତ ପରେ ଶିକାର କରନ୍ତି । ସେରେଙ୍ଗେଟି ତୃଣଭୂମିରେ ସିଂହ, କଲରାପତରିଆ ବାଘ ଓ ହେଟାବାଘ ଇତ୍ୟାଦି ଦିନବେଳା ସକ୍ରିୟ ରହୁନଥିବାରୁ ଚିତାବାଘମାନେ ଅଧିକାଂଶରେ ଦିନବେଳା ଶିକାର କରନ୍ତି । କେନିଆର ନାଇରୋବି ଜାତୀୟ ଉଦ୍ୟାନରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡିଛି ଯେ ଶିକାରରେ ଚିତାବାଘଙ୍କୁ ସଫଳତା ମିଳିବା ପଛରେ ଅନେକ କାରଣ ରହିଥାଏ । ଯଥା: ଶିକାର ଜନ୍ତୁର ବସବାସ ସ୍ଥାନ, ତାହାର ବୟସ ଓ ଲିଂଗ, ଶିକାର ଜନ୍ତୁଙ୍କ ଗୋଠର ଆକାର, ଶିକାରୀ ଚିତାବାଘର ନିପୁଣତା ଇତ୍ୟାଦି । ଚିତାବାଘ ଶିକାର କଲାବେଳେ ତାହାର ମୁଖ୍ୟ ସହାୟକ ଇନ୍ଦ୍ରିୟ ହେଲା ତାହାର ଦୃଷ୍ଟିଶକ୍ତି । ଏମାନେ ଶିକାର ସମୟରେ ଆଘ୍ରାଣ ଶକ୍ତିର ଉପଯୋଗ କରନ୍ତି ନାହିଁ । ଏକ ସୁଦୂର ଓ ଉଚ୍ଚ ସ୍ଥାନରୁ ବା ଶିକାର ଗୋଠର ନିରୀକ୍ଷଣ କରିବା ସମୟରେ ଏମାନେ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିପକାନ୍ତି । ଗୋଠର ସୀମାରେ ଚରୁଥିବା ଜୀବ ମୁଖ୍ୟତଃ ଏମାନଙ୍କ ଲକ୍ଷ୍ୟରେ ଥାଏ । ତାହାପରେ ଚିତାବାଘ ଛପିଛପି ଶିକାରର ୧୦୦-୩୦୦ ମିଟର୍ ଦୂରତା ପର୍ଯ୍ୟନ୍ତ ଅନୁସରଣ କରେ । ଲୁଚି ରହିବାର ସୁବିଧା ଥିଲେ ବେଳେବେଳେ ଚିତାବାଘମାନେ ଲକ୍ଷ୍ୟର ୬୦ ମିଟର୍ ପର୍ଯ୍ୟନ୍ତ ଛପି ଅନୁସରଣ କରିବା ଦେଖାଯାଇଛି । ଛପି ଛପି ପିଛା କରୁଥିବା ଚିତାବାଘ ସମ୍ପୂର୍ଣ୍ଣ ରୂପେ ନଇଁ ଓ ଭୂମିରେ ଘୁଷୁରି ହୋଇ ଚାଲେ, ବେଳେବେଳେ ଶିକାରକୁ ଯେପରି ସନ୍ଦେହ ନ ହେବ, ସେଥିପାଇଁ ପ୍ରାୟ ସ୍ଥିରାବସ୍ଥାରେ ରହିଯାଏ । ଠିକ୍ ସମୟରେ ଓ ପହଞ୍ଚ ଦୂରତାରେ ଚିତାବାଘ ନିଜ ଲୁକ୍କାୟିତ ସ୍ଥାନରୁ ବାହାରି କ୍ଷିପ୍ର ଗତିରେ ନିଜ ଶିକାରକୁ ଗୋଡ଼ାଇବା ଆରମ୍ଭ କରେ । ଏହି ଦୌଡ଼ ପ୍ରାୟ ଏକ ମିନିଟରୁ ଅଧିକ ସମୟ ନିଏ ନାହିଁ । ଯଦି କୌଣସି କାରଣରୁ କମ୍ ସମୟ ମଧ୍ୟରେ ଚିତାବାଘ ଶିକାରକୁ ଧରିପାରେ ନାହିଁ ତେବେ ସେ ଦୌଡ଼ିବା ବନ୍ଦ କରିଦିଏ । ଚିତାବାଘଙ୍କ ଶିକାର ସଫଳତା ହାରାହାରି ୪୦-୫୦ ପ୍ରତିଶତ ।

ଥୋମସନ୍ ଗ୍ୟାଜେଲ୍ ପଛରେ ଗୋଡ଼ାଉଥିବା ଏକ ତାଞ୍ଜାନୀୟ ଚିତାବାଘ
ଇମ୍ପାଲା ହରିଣକୁ ଶ୍ଵାସରୁଦ୍ଧ କରି ମାରୁଥିବା ଚିତାବାଘ
ଶିକାର ଛଡ଼ାଇ ନେଉଥିବା ହେଟାବାଘକୁ ଚିତାବାଘଙ୍କ ବିରୋଧ

ଦୌଡ଼ୁଥିବା ଶିକାରର ସନ୍ତୁଳନ ବିଗାଡି ଦେଇ ଚିତାବାଘ ତାହାକୁ ଭୂମିରେ ପକାଇ ଦିଏ । କେତେକ ସମୟରେ ଶିକାରର ଏଥିରେ ମୃତ୍ୟୁ ହୋଇଯାଏ । ଏପରି କରିବା ପାଇଁ ଚିତାବାଘ ନିଜ ପଞ୍ଝାର ବ୍ୟବହାର କରେ । ମଧ୍ୟମ ଓ ବଡ଼ ଶିକାର ମାରିବା ପାଇଁ ଚିତାବାଘ ସେମାନଙ୍କ ଶ୍ଵାସନଳୀ କାମୁଡ଼ି ଧରେ ଓ ସେମାନଙ୍କୁ ଶ୍ଵାସରୁଦ୍ଧ କରି ମାରେ । ବେକର ଆଗ ବା ପଛପଟେ କାମୁଡ଼ି ଧରିଲେ ତାହାର ଶ୍ଵାସରୁଦ୍ଧ ହୋଇଯାଏ । ଏହାପରେ ଚିତାବାଘ ନିଜ ଶିକାରକୁ ଗଛ ବା ବୁଦାର ଛାଇକୁ ନେଇଯାଏ । ଏପରି ବେଗରେ ଅନୁସରଣ କରିବା ଯୋଗୁଁ କ୍ଳାନ୍ତ ଚିତାବାଘ ଶିକାର ନିକଟରେ ବସି ୫ରୁ ୫୫ ମିନିଟ୍ ପର୍ଯ୍ୟନ୍ତ ଦମ୍ ନିଏ । ତାହାପରେ ଚିତାବାଘଙ୍କ ଦଳ ଶାନ୍ତିପୂର୍ବକ ଶିକାରକୁ ଖାଇବା ଆରମ୍ଭ କରନ୍ତି । ଶିକାରରେ ଭାଗ ନେଇ ନଥିବା ଚିତାବାଘମାନେ ତୁରନ୍ତ ଖାଇବା ଆରମ୍ଭ କରି ଦିଅନ୍ତି । ଚିତାବାଘମାନେ ଏକାଥରକେ ବହୁ ପରିମାଣର ଖାଦ୍ୟ ଖାଇପାରିବାର କ୍ଷମତା ରଖନ୍ତି । ନାମିବିଆର ଏଟୋଷା ଜାତୀୟ ଉଦ୍ୟାନରେ ହୋଇଥିବା ଏକ ପରୀକ୍ଷାରେ ଦେଖାଯାଇଥିଲା ଯେ ଚିତାବାଘମାନେ ପ୍ରାୟ ୨ ଘଣ୍ଟା ମଧ୍ୟରେ ୧୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ମାଂସ ଖାଇଯାନ୍ତି ଓ ଶିକାର ପାଖରେ ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ଜଗି ବସିରହିଥାନ୍ତି । ଖାଇବା ବେଳେ ଚିତାବାଘ ପାର୍ଶ୍ଵରେ ଏପଟୁ ସେପଟ ଚୋବାଇ ନିଜ ଦାନ୍ତରେ ଶିକାରର ଦେହ ଚିରିପକାଇ ଖାଉଥାନ୍ତି । ଏପରି ଭାବେ ଚିରି ପକାଇଲେ ମାଂସ ଆଉ ଚୋବାଇବାକୁ ପଡ଼ିବ ନାହିଁ ଓ ସିଧା ଗିଳି ଦେଇ ହେବ । ସେମାନେ ମୃତ ଶିକାରର ପଛ ପଟରୁ ଆରମ୍ଭ କରି ପେଟ, ମେରୁଦଣ୍ଡ ପର୍ଯ୍ୟନ୍ତ ଖାଆନ୍ତି । ସବୁଠାରୁ ଶେଷରେ ପଞ୍ଜରା ହାଡ଼ ଖାଆନ୍ତି । ଖାଇବା ବେଳେ ଏମାନେ ଅନ୍ୟ କିଛି ପ୍ରାଣୀଙ୍କ ପରି ଚାରିଗୋଡ଼କୁ ଶରୀରରୁ ଅଲଗା କରନ୍ତି ନାହିଁ ।

ଶିକାର ମାରି ସାରିବା ପରେ ଚିତାବାଘ (ବିଶେଷ କରି ଛୁଆଙ୍କ ସହିତ ରହୁଥିବା ମାଈ ଚିତାବାଘ) ଖୁବ୍ ସତର୍କତା ଅବଲମ୍ଵନ କରେ । ଏହାର କାରଣ ହେଲା – ତାଙ୍କଠାରୁ ଶକ୍ତିଶାଳୀ ଜୀବ ବଳପୂର୍ବକ ଶିକାର ଛଡ଼ାଇ ନେବା, ଶିକାର ଖାଇବା ସମୟରେ ଛୁଆଙ୍କୁ ଆକ୍ରମଣ କରିବା । ଆଫ୍ରିକାରେ ସିଂହ, କଲରାପତରିଆ ବାଘ, ଦାଗ ହେଟାବାଘ, ଖଇରିଆ ହେଟାବାଘ, ଜଙ୍ଗଲି କୁକୁର ଦଳ ଇତ୍ୟାଦି ଅଧିକ ବଡ଼ ବା ଦଳ ଭାବେ ଶିକାର ଛଡ଼ାଇବାକୁ ଆସିଲେ ଚିତାବାଘ ଶିକାରର ପରିତ୍ୟାଗ କରି ପଳାୟନ କରେ । ବଡ଼ ଓ ବଳଶାଳୀ ଜୀବମାନେ ପ୍ରାୟ ୧୦-୧୫% ସମୟରେ ଚିତାବାଘର ଶିକାର ଛଡ଼ାଇ ନିଅନ୍ତି । ୧୯୮୬ ମସିହାର ଏକ ସର୍ବେକ୍ଷଣରେ ଦେଖାଯାଇଥିଲା ଯେ ଚିତାବାଘର ଶିକାର ପ୍ରାୟ ୫୦% ସମୟ କେହି ଛଡ଼ାଇ ନେଇଗଲେ । ବୋଧହୁଏ ଏହି କାରଣରୁ ଚିତାବାଘମାନେ ଅଳ୍ପ ସମୟ ମଧ୍ୟରେ ଯଥାଧିକ ମାଂସ ଖାଇବା କୌଶଳକୁ ନିଡର ଅଭ୍ୟାସରେ ପରିଣତ କରିଦେଇଛନ୍ତି । ଚିତାବାଘ ଅନ୍ୟମାନେ ମାରିଥିବା ଶିକାର ଖାଇବା ବହୁତ କମ୍ ସମୟରେ ଦେଖାଯାଇଛି । ହେଟାବାଘ ବା ଶାଗୁଣା ସୌଭାଗ୍ୟବଶତଃ ଏକ ବଡ଼ ଜୀବ ମାରି ଓ ମୃତ ଏକ ବଡ଼ ଜୀବର ଶବକୁ ଖାଇ ନ ପାରିଲେ ଏପରି ଦୃଶ୍ୟର ସମ୍ଭାବନା ସୃଷ୍ଟି ହୋଇପାରେ । ଅତୀତରେ ୟୁରେସିଆରେ ଚିତାବାଘ ବାଘ, ସିଂହ, କଲରାପତରିଆ ବାଘ, ହେଟାବାଘ, ଗଧିଆ, ଭାଲୁ ଆଦି ସମସ୍ତ ପ୍ରାଣୀ ରହୁଥିବା ଅଞ୍ଚଳରେ ମଧ୍ୟ ବ୍ୟାପ୍ତ ଥିଲା ।

ବେଗ ଓ ତ୍ଵରଣ[ସମ୍ପାଦନା]

ଚିତାବାଘର ଶରୀର ଦ୍ରୁତବେଗ ପାଇଁ ଉଦ୍ଦିଷ୍ଟ ଓ ଏହା ଦ୍ରୁତତମ ସ୍ଥଳଚର ଜୀବ । ଏଷ୍ଟେସଙ୍କ ମତରେ “ଗ୍ରେହାଉଣ୍ଡ”ର ବିଲେଇ ରୂପ ହେଉଛି ଚିତାବାଘ, କାରଣ ଦୁହିଁଙ୍କ ଆକୃତିବିଜ୍ଞାନ ସମ୍ଵନ୍ଧୀୟ ତଥ୍ୟ ଏକା ପ୍ରକାରର ଓ ଦୁହେଁ ଦୌଡ଼ିବା ବେଳେ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ଖୁବ୍ କମ୍ ସମୟରେ ଅତି ଦ୍ରୁତ ବେଗ ପ୍ରାପ୍ତ କରିପାରନ୍ତି । ପତଳା ଓ ହାଲୁକା ଶରୀର ଯୋଗୁଁ ଚିତାବାଘ କମ୍ ସମୟରେ ଅତି ଦ୍ରୁତ ବେଗ ବା ତ୍ଵରଣରେ ପହଞ୍ଚି ପାରେ ଓ ଏପରି ଶରୀର ଗଠନ ଚିତାବାଘକୁ ଧାବମାନ ଅବସ୍ଥାରେ ଇଚ୍ଛାନୁସାରେ ଦିଗ ପରିବର୍ତ୍ତନ କରିବାରେ ମଧ୍ୟ ସାହାଯ୍ୟ କରେ । ଦ୍ରୁତ ବେଗଶାଳୀ ଶିକାରଙ୍କୁ ଗୋଡାଇ ଧରିବାରେ ଚିତାବାଘର ଶରୀର ଗଠନ ଖୁବ୍ ସହାୟକ ହୋଇଥାଏ ।

ନିଜର ସାମାନ୍ୟ ବଡ ନାକପୁଡା, ପ୍ରସାରିତ ଫୁସ୍‍ଫୁସ୍ ଓ ହୃଦୟ ଯୋଗୁଁ ଚିତାବାଘ ଅଳ୍ପ ସମୟରେ ବହୁମାତ୍ରାରେ ଅମ୍ଳଜାନ ପ୍ରଶ୍ଵାସ କରେ ଓ ଏହା ରକ୍ତର ଦ୍ରୁତ ଶୁଦ୍ଧିକରଣରେ ସହାୟକ ହୁଏ । ଏପରି ହେବାରୁ ଦୌଡ ପରେ କ୍ଳାନ୍ତ ହୋଇଥିବା ଚିତାବାଘ ଅଳ୍ପ ସମୟ ମଧ୍ୟରେ ନିଜର ଶକ୍ତି ଫେରିପାଇଥାଏ । ସାଧାରଣତଃ ଶିକାରାର୍ଥ ଦୌଡ ସମୟରେ ଚିତାବାଘର ମିନିଟ୍ ପ୍ରତି ପ୍ରଶ୍ଵାସ ନେବାର ମାତ୍ରା ୬୦ରୁ ୧୫୦କୁ ବୃଦ୍ଧି ପାଏ । ଦୌଡିବା ବେଳେ ଚିତାବାଘର ପଞ୍ଝା ଓ ଦିଗ ବଦଳାଇବା ବେଳେ ଏହାର ଲାଞ୍ଜ ଭାରସାମ୍ୟ ରଖିବାରେ ସହାୟକ ହୁଅନ୍ତି ଓ ବାରମ୍ଵାର ଦିଗ ବଦଳାଇ ଖସିଯିବା ପାଇଁ ଚେଷ୍ଟିତ ଆଣ୍ଟିଲୋପ୍ ହରିଣମାନଙ୍କୁ ଧରିବାରେ ସହାୟତା କରନ୍ତି । ପଞ୍ଝାରେ ଥିବା ନଖ ଭୂମିକୁ ଧରିରଖୁଥିବା ବେଳେ, ପଞ୍ଝା ତଳେ ଥିବା ମାଂସ ପିତୁଳା କର୍କଷ ପଥୁରିଆ ମାଟିରେ ଦୌଡିବାପାଇଁ ସହାୟକ ହୁଏ । ତିବିଆ ଓ ଫିବୁଲା ମାଂସପେଶୀର ଗଠନ ପଛ ଗୋଡର ପାର୍ଶ୍ଵଚଳନ ନିୟନ୍ତ୍ରିତ କରିଦିଏ, ଯାହା ଫଳରେ ଦୌଡିବାରେ ସହାୟତା ମିଳେ କିନ୍ତୁ ଚିତାବାଘର ଗଛ ଚଢିବାର କ୍ଷମତା ହ୍ରାସ ପାଏ । ସ୍କ୍ୟାପୁଲା ମାଂସପେଶୀର ପେଣ୍ଡୁଲମ ପରି ଗତି ଯୋଗୁଁ ଲମ୍ଫର ଦୈର୍ଘ୍ୟ ବଢେ ଓ ଝଟକା ନିୟନ୍ତ୍ରିତ ହୋଇଥାଏ । ଭର୍ଟିବ୍ରାଲ୍ ସ୍ତମ୍ଭ ଯୋଗୁଁ ଚିତାବାଘର ଲମ୍ଫର ଦୈର୍ଘ୍ୟ ପ୍ରାୟ ୩୦ ଇଞ୍ଚ୍ ବା ୭୬ ସେଣ୍ଟିମିଟର୍ ବଢିଯାଏ । ଦୌଡିବା ବେଳେ ଚିତାବାଘର ଚାରି ଗୋଡ ଅର୍ଦ୍ଧାଧିକ ସମୟ ପବନରେ ଥାଏ ଓ ଭୂମିକୁ କମ୍ ସମୟ ପାଇଁ ସ୍ପର୍ଶ କରେ । ଏହା ମଧ୍ୟ ଲମ୍ଫର ଦୈର୍ଘ୍ୟ କିଛି ମାତ୍ରାରେ ବଢାଇ ଦିଏ ।

ପୂର୍ବେ ବିଶ୍ଵାସ କରାଯାଉଥିଲା ଯେ ଚିତାବାଘର ମସ୍ତିଷ୍କରେ ଉତ୍ତାପ ବଢିଯିବାରୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଏହା ଦୌଡିପାରେ ନାହିଁ । କିନ୍ତୁ ଏହି ଅନୁମାନ ଭୁଲ ବୋଲି ପ୍ରମାଣିତ ହୋଇସାରିଛି । ଗୋଟିଏ ଦିନରେ ଚିତାବାଘର ଶରୀରର ତାପମାତ୍ରା ୩୭.୩ରୁ ୩୯.୫ ° ସେଲ୍‍ସିୟସ୍ (୯୯.୧ରୁ ୧୦୩.୧° ଫାରେନ୍‍ହାଇଟ୍) ମଧ୍ୟରେ ରହିଥାଏ । ଦୌଡିବା ପରେ ମଧ୍ୟ ଚିତାବାଘର ଶରୀର ତାପମାନ ସାଧାରଣ ସୀମା ମଧ୍ୟରେ ରହିଥାଏ ଓ ଏହାର ମାପ ପ୍ରାୟ ୩୮.୪° ସେଲ୍‍ସିୟସ୍ (୧୦୧.୧° ଫାରେନ୍‍ହାଇଟ୍) ହୋଇଥାଏ । ଚିତାବାଘମାନେ ୮୦-୧୧୨ କି.ମି. (୫୦-୭୦ ମାଇଲ୍) ପ୍ରତି ଘଣ୍ଟା ବେଗରେ କେବଳ ୫୦୦ ମିଟର୍ (୧୬୪୦ ଫୁଟ୍) ଦୂରତା ପାଇଁ ଦୌଡି ପାରନ୍ତି । ପ୍ରାୟତଃ ଦୌଡ ଗୁଡିକ ୧୦୦ ମିଟର୍ (୩୩୦ ଫୁଟ୍) ମଧ୍ୟରେ ସଫଳତା ପ୍ରଦାନ କରୁଥିବାରୁ ଲମ୍ଵା ଦୌଡ ଅଧିକାଂଶ ସମୟରେ ଦେଖିବାକୁ ମିଳେନାହିଁ ।

ପ୍ରଜନନ[ସମ୍ପାଦନା]

ମୃତ୍ୟୁହାର[ସମ୍ପାଦନା]

ବାସସ୍ଥଳୀ ଓ ବ୍ୟାପ୍ତି[ସମ୍ପାଦନା]

ଆଫ୍ରିକା[ସମ୍ପାଦନା]

ଏସିଆ[ସମ୍ପାଦନା]

ବର୍ତ୍ତମାନ ଅବସ୍ଥା ଓ ଚିତାବାଘ ପ୍ରତି ବିପଦ[ସମ୍ପାଦନା]

ସଂରକ୍ଷଣ ଦିଗରେ ପ୍ରଚେଷ୍ଟା[ସମ୍ପାଦନା]

ଆଫ୍ରିକା[ସମ୍ପାଦନା]

ଏସିଆ[ସମ୍ପାଦନା]

ମନୁଷ୍ୟ ଓ ଚିତାବାଘ[ସମ୍ପାଦନା]

ପୋଷା ଚିତାବାଘ[ସମ୍ପାଦନା]

ଚିଡ଼ିଆଘରେ ଚିତାବାଘ[ସମ୍ପାଦନା]

ସଂସ୍କୃତିରେ ଚିତାବାଘ[ସମ୍ପାଦନା]

କଳାକୃତି, ସଂସ୍କୃତି ଓ ଇତିହାସରେ ଚିତାବାଘର ଉଲ୍ଲେଖ
ବାକୁସ୍ ଓ ଆରିଆଦ୍ନେ ଚିତ୍ରରେ ଚିତାବାଘ 
ଜର୍ଜ୍ ଷ୍ଟବ୍ସଙ୍କ ଅଙ୍କିତ ଚିତ୍ରରେ ଚିତାବାଘ 
ଫର୍ନାର୍ଡ୍ ନୋଫଙ୍କ ଅଙ୍କିତ ଚିତ୍ରରେ ଚିତାବାଘ 
ବିଲ୍ ଥୋମାସ୍ ଚିତା ମୋଟର ଗାଡ଼ି 

ଅନେକ କଳାକୃତିରେ ଚିତାବାଘ ପ୍ରଦର୍ଶିତ ହୋଇଛି । ୧୬ଶ ଶତାବ୍ଦୀର ଇଟାଲୀୟ ଚିତ୍ରକାର ଟିଟିୟାନଙ୍କଦ୍ଵାରା ଅଙ୍କିତ ତୈଳଚିତ୍ର ବାକୁସ୍ ଓ ଆରିଆଦ୍ନେ (Bacchus and Ariadne)ରେ ଗ୍ରୀକ୍ ଦେବତା ଡିଓନାଇସସ୍ (ବାକୁସ୍)ଙ୍କ ରଥ ଦୁଇଟି ଚିତାବାଘମାନଙ୍କଦ୍ଵାରା ଟଣାଯିବା ପ୍ରଦର୍ଶିତ ହୋଇଛି । ପୂର୍ବେ ଏହି ଚିତ୍ରରେ ପ୍ରଦର୍ଶିତ ଚିତାବାଘମାନଙ୍କୁ କଲରାପତରିଆ ବାଘଭାବେ ଅଭିହିତ କରାଯାଇଥିଲା । ରାଜା ଜର୍ଜ୍ (ତୃତୀୟ)ଙ୍କୁ ମାନ୍ଦ୍ରାଜର ତତ୍କାଳୀନ ବ୍ରିଟିଶ୍ ଶାସକ ସାର୍ ଜର୍ଜ୍ ପିଗୋଟଙ୍କଦ୍ଵାରା ଉପହାର ଭାବେ ପ୍ରଦାନ କରାଯାଇଥିବା ଚିତାବାଘ, ଅଣ୍ଡିରା ହରିଣ ଓ ଦୁଇଟି ଚିତାବାଘର ତଦାରଖକାରୀ ଲୋକଙ୍କ ଚିତ୍ରର ସ୍ମରଣ କରି ୧୭୬୪ ମସିହାରେ ଈଂରାଜୀ ଚିତ୍ରକାର ଜର୍ଜ୍ ଷ୍ଟବ୍ସ୍ ଅଙ୍କିତ କରିଥିଲେ । ଏହି ଚିତ୍ରରେ ଦୁଇଜଣ ଭାରତୀୟ ନିବାସୀ ଗୋଟିଏ ଚିତାବାଘକୁ ବାନ୍ଧି ଧରିଥିବା ଓ ଚିତାବାଘର ଆହାର ନିମନ୍ତେ ନିକଟରେ ଏକ ଅଣ୍ଡିରା ହରିଣ ରଖାଯାଇଥିବା ଦର୍ଶିତ ହୋଇଛି । ବେଲଜିଆନ୍ ପ୍ରତୀକବାଦୀ ଚିତ୍ରକାର ଫର୍ନାର୍ଡ୍ ନୋଫ୍ ୧୮୯୬ ମସିହାରେ ଆଙ୍କିଥିବା ଓଏଡାଇପସ୍ ଓ ସ୍ଫିଙ୍କସ୍ ଥିବା “ଦ କରେସ୍” ନାମକ ଚିତ୍ରରେ ଥିବା ଜୀବର ମୁଣ୍ଡ ନାରୀର କିନ୍ତୁ ଶରୀର ଏକ ଚିତାବାଘର । ଏଠାରେ ମଧ୍ୟ ବହୁ ବର୍ଷ ପର୍ଯ୍ୟନ୍ତ ଚିତାଦାଗବିଶିଷ୍ଟ ଶରୀର କଲରାପତରିଆ ବାଘର ବୋଲି ଲୋକଙ୍କ ଭୁଲ ଧାରଣା ରହିଥିଲା ।

୧୯୬୩ ମସିହାରେ ସେଭରୋଲେ (Chevrolet) କମ୍ପାନୀଦ୍ଵାରା ନିର୍ମିତ ବିଲ୍ ଥୋମାସ୍ ଚିତା ମୋଟର ଗାଡ଼ିର ପ୍ରୋଟୋଟାଇପ୍ ନିର୍ମିତ ଓ ଚାଳିତ ହୋଇଥିଲା । କିନ୍ତୁ ୧୯୬୬ ବେଳକୁ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥିଲା । ବାଙ୍ଗାଲୋରର ପୁଲିସ୍ ବିଭାଗ ବ୍ୟବହାର କରୁଥିବା ଦୁଇ ଚକିଆ ମୋଟର ଗାଡ଼ିରେ ଚିତାବାଘ ପରି ଦାଗ ଚିତ୍ରିତ ହୋଇଥାଏ ଓ ଏମାନଙ୍କୁ “ଚିତା ବାଇକ୍” କୁହାଯାଏ ।

ଅନେକ ସାହିତ୍ୟକୃତିରେ ମଧ୍ୟ ଚିତାବାଘ ସ୍ଥାନ ପାଇଛି । ବୋର୍ନ୍ ଫ୍ରି ପୁସ୍ତକର ଲେଖକ ଜଏ ଆଡାମସନ୍ ୧୯୬୯ ମସିହାରେ ନିଜ ପୋଷା ଚିତାବାଘ ପିପାର ଆତ୍ମକାହାଣୀକୁ “ଦ ସ୍ପଟେଡ୍ ସ୍ଫିଂକସ୍” ନାମକ ପୁସ୍ତକ ଭାବେ ପ୍ରକାଶିତ କରିଥିଲେ । ପ୍ୟାଟ୍ରିକ୍ ଓ’ବ୍ରେନଙ୍କ ଲିଖିତ “ହୁସେନ୍, ଆନ୍ ଏଣ୍ଟରଟେନମେଣ୍ଟ” ପୁସ୍ତକରେ ବ୍ରିଟିଶ୍ ଶାସନ ସମୟରେ କିପରି ରାଜପରିବାରମାନଙ୍କଦ୍ଵାରା ଚିତାବାଘ ପାଳିତ ହେଉଥିଲା ଓ ହରିଣ ଶିକାର ପାଇଁ ବ୍ୟବହୃତ ହେଉଥିଲା ତାହାର ବିବରଣୀ ଦେଇଛନ୍ତି । “ହାଓ ଇଟ୍ ୱାଜ୍ ୱିଥ୍ ଡୁମ୍ସ୍” ନାମକ ପୁସ୍ତକରେ କେନିଆରେ ଏକ ପରିବାରଦ୍ଵାରା ଡୁମ୍ସ୍ ନାମକ ଏକ ଅନାଥ ଚିତାବାଘର ଲାଳନ ପାଳନର କାହାଣୀ ବର୍ଣ୍ଣିତ । ଏହି ପୁସ୍ତକର କିଛି ଅଂଶକୁ ଗ୍ରହଣ କରି ୨୦୦୫ ମସିହାରେ “ଡୁମା” ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ।

ଅନେକ ସମୟରେ ଏନିମେସନ୍ ଚଳଚ୍ଚିତ୍ର ଓ ବିଜ୍ଞାପନରେ ମଧ୍ୟ ଚିତାବାଘ ଦେଖାଯାଏ । ଚିତୋସ୍ ବ୍ରାଣ୍ଡର ବିଜ୍ଞାପନ ପାଇଁ ୧୯୮୬ ମସିହାରେ “ଚେଷ୍ଟର୍ ଚିତା” ନାମକ ମାସ୍କଟ୍ ବ୍ୟବହୃତ ହୋଇଥିଲା । ଆପଲ୍ କମ୍ପାନୀର ମ୍ୟାକ୍ ଓ.ଏସ୍. ଏକ୍ସ୍ ଓ ମ୍ୟାକ୍ ଓ.ଏସ୍. ଏକ୍ସ୍ ୧୦.୦ର ସାଙ୍କେତିକ ନାମ ଚିତା ରଖାଯାଇଥିଲା । ୨୦୧୩ ପରେ ଏହାର ପରବର୍ତ୍ତୀ ଭର୍ଜନ୍ ଗୁଡ଼ିକ ଅନ୍ୟ ବିଲେଇ ପ୍ରଜାତିର ଜୀବଙ୍କ ନାମରେ ରଖାଯାଇଛି । ଏନିମେସନ୍ ଶୃଙ୍ଖଳା ଥଣ୍ଡର୍ କ୍ୟାଟ୍ସର ଏକ ଚରିତ୍ରର ନାମ ଚିତାରା । ୱାଣ୍ଡର୍ ୱୋମେନ୍ କମିକ୍ ପୁସ୍ତକରେ ଜଣେ ଖଳନାୟିକାର ନାମ ଡଃ ବାର୍ବରା ଆନ୍ ମିନର୍ଭା ଓରଫ୍ (“ଦ ଚିତା”) ।

ଆଧାର[ସମ୍ପାଦନା]

  1. Durant, S.; Mitchell, N.; Ipavec, A.; Groom, R. (2015). "Acinonyx jubatus". IUCN Red List of Threatened Species. Version 2016.1. International Union for Conservation of Nature. 
  2. "Cheetah". Merriam-Webster Dictionary. Retrieved 12 February 2016. 
  3. "Cheetah". Oxford Dictionaries. Oxford University Press. Retrieved 22 March 2016. 
  4. "Definition of Acinonyx". Dictionary and Thesaurus. Merriam-Webster. Retrieved 11 July 2016. 
  5. Rosevear, D.R. (୧୯୭୪). The carnivores of West Africa. British Museum (Natural History). p. ୪୯୨. 
  6. "Acinonyx jubatus". IUCN Cat Specialist Group. Retrieved 6 May 2014. 
  7. Wozencraft, W.C. (୨୦୦୫). "Order Carnivora". In Wilson, D.E.; Reeder, D.M. Mammal Species of the World: A Taxonomic and Geographic Reference (୩rd ed.). Johns Hopkins University Press. pp. ୫୩୨–୫୩୩. ISBN ୯୭୮-୦-୮୦୧୮-୮୨୨୧-୦. OCLC ୬୨୨୬୫୪୯୪. 
  8. Werdelin, L.; Yamaguchi, N.; Johnson, W.E.; O'Brien, S.J. (୨୦୧୦). "Phylogeny and evolution of cats (Felidae)". In Macdonald, D.W.; Loveridge, A.J. Biology and Conservation of Wild Felids (PDF) (Reprinted ed.). Oxford, UK: Oxford University Press. pp. ୫୯–୮୨. ISBN ୯୭୮-୦-୧୯-୯୨୩୪୪୫-୫. 
  9. Johnson, W.E.; O'Brien, S.J. (1997). "Phylogenetic reconstruction of the Felidae using 16S rRNA and NADH-5 mitochondrial genes". Journal of Molecular Evolution. 44 Suppl. 1: S98–S116. PMID 9071018. doi:10.1007/PL00000060. 
  10. Sunquist, F.; Sunquist, M. (୨୦୦୨). Wild Cats of the World. Chicago, USA: The University of Chicago Press. pp. ୧୪–୩୬. ISBN ୯୭୮-୦-୨୨୬-୭୭୯୯୯-୭. 
  11. Adams, D.B. (1979). "The Cheetah: Native American". Science 205 (4411): 1155–8. PMID 17735054. doi:10.1126/science.205.4411.1155. 
  12. Leakey, L.S.B.; Hopwood, A.T. (୧୯୫୧). Olduvai Gorge: A Report on the Evolution of the Hand-axe Culture in Beds I-IV. Cambridge, UK: Cambridge University Press. pp. ୨୦–୫. 
  13. Krausman, P.R.; Morales, S.M. (2005). "Acinonyx jubatus" (PDF). Mammalian Species 771: 1–6. doi:10.1644/1545-1410(2005)771[0001:aj]2.0.co;2.  open access publication – free to read