ତ୍ରିଲୋଚନ ପ୍ରଧାନ

ଉଇକିପିଡ଼ିଆ ରୁ
Jump to navigation Jump to search
ତ୍ରିଲୋଚନ ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ ୩ ଜାନୁଆରୀ ୧୯୨୯(1929-01-03)
ଘଣାଶାଳିଆ,ନୟାଗଡ଼
ସମାଧି  ସ୍ଥଳ ଭୁବନେଶ୍ଵର
ଜାତୀୟତା ଭାରତୀୟ
ଶିକ୍ଷା ପି.ଏଚ.ଡି (ଚିକାଗୋ ବିଶ୍ଵବିଦ୍ୟାଳୟ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ,
ପ୍ରସିଦ୍ଧି ବୈଜ୍ଞାନିକ
ପୁରସ୍କାର ପଦ୍ମ ଭୂଷଣ, କଳିଙ୍ଗ ପୁରସ୍କାର

ତ୍ରିଲୋଚନ ପ୍ରଧାନ, ଭାରତର ଜଣେ ବୈଜ୍ଞାନିକ ଓ ବିଜ୍ଞାନ ପୁସ୍ତକ ଲେଖକ ଅଟନ୍ତି । ସେ ଭୁବନେଶ୍ଵରସ୍ଥିତ ଭୌତିକୀ ସଂସ୍ଥାନର (Institute of Physics) ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଟନ୍ତି ।

ଜୀବନୀ[ସମ୍ପାଦନା]

ତ୍ରିଲୋଚନ ପ୍ରଧାନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ନୟାଗଡ଼ ଜିଲ୍ଲାର ଘଣାଶାଳିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତକରି, ଚିକାଗୋ ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଛନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ହିଁ ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ,ସେ କଲିକତାସ୍ଥିତ ସାହା ଆଣବିକ ଭୌତିକ ବିଜ୍ଞାନ ସଂସ୍ଥାନରେ (Saha Institute of Nuclear Physics) ଜଣେ ସହାୟକ ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସମୟ କ୍ରମେ, ସେ ସେହି ଅନୁଷ୍ଠାନରେ ଆଣବିକ ଭୌତିକ ବିଜ୍ଞାନ(Nuclear Physics) ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ୧୯୭୨ ମସିହାରେ ଭୁବନେଶ୍ଵରରେ ଭୌତିକୀ ସଂସ୍ଥାନ ପ୍ରତିଷ୍ଠା କରାଗଲା ଓ ଶ୍ରୀ ପ୍ରଧାନ ଏହି ଅନୁଷ୍ଠାନରେ ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟଭାରେ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧] ସେ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଏନରିକୋ ଫର୍ମୀଙ୍କଠାରୁ କ୍ଵାଣ୍ଟମ ଯାନ୍ତ୍ରୀକି (Quantum Mechanics) ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି ଓ ଏସ୍. ଚନ୍ଦ୍ରଶେଖରଙ୍କ ସହ ଜଣେ ଅନୁସନ୍ଧାନ ସହଯୋଗୀ ହିସାବରେ କାମ କରିବାର ସୁଯୋଗ ପାଇଛନ୍ତି । ସେ ଭାରତୀୟ ବିଜ୍ଞାନ ଅକାଦେମୀ, ବାଙ୍ଗାଲୋର ସହିତ ମଧ୍ୟ ସଂଶ୍ଲିଷ୍ଟ ଅଛନ୍ତି । [୨]

ଲିଖିତ ପୁସ୍ତକ[ସମ୍ପାଦନା]

  • ଦି ଫୋଟୋନ (ନୋଭା ସାଇନ୍ସ ପବ୍ଳିସରସ, ନ୍ୟୁୟର୍କ) - ୨୦୦୧[୩]
  • କ୍ଵାଣ୍ଟମ ମେକାନିକ୍ସ (ୟୁନିଭରସିଟି ପ୍ରେସ ହାଇଦରାବାଦ) [୪]
  • ଇଲେକଟ୍ରୋନ କ୍ୟାପଚର ବାୟ ପ୍ରୋଟୋନସ ପାସିଙ୍ଗ ଥ୍ରୁ ହାଇଡ୍ରୋଜେନ[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jagannath Mohanty; Sudhansu Mohanty (୧ January ୨୦୦୬). In Quest of Quality Education and Literature: An Autobiography. Deep & Deep Publications. pp. ୧୯୦–. ISBN ୯୭୮-୮୧-୭୬୨୯-୭୬୪-୬. 
  2. ODISHA Reference Year Book ୨୦୧୪. B.K.PUBLICATIONS PVT. LTD. pp. ୭୭୬–୭୭୭. ISBN ୯୭୮୯୩୮୦୪୨୨୫୪୧. 
  3. Trilochan Pradhan (୧ January ୨୦୦୧). The Photon. Nova Publishers. ISBN ୯୭୮-୧-୫୬୦୭୨-୯୨୮-୦. 
  4. Trilochan Pradhan (୨୦୦୯). Quantum Mechanics. Anshan. ISBN ୯୭୮-୧-୮୪୮୨୯-୦୩୮-୯. 
  5. Trilochan Pradhan (୧୯୫୬). Electron Capture by Protons Passing Through Hydrogen. University of Chicago, Department of Physics. 
  6. "Physicist Trilochan Pradhan gets Kalinga Samman". Business Standard. http://www.business-standard.com/article/news-ians/physicist-trilochan-pradhan-gets-kalinga-samman-115112501082_1.html. Retrieved 26 November 2015. 
  7. http://archive.india.gov.in/myindia/padmabhushan_awards_list1.php?start=500