ଦୀପକ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଦୀପକ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୭ ନଭେମ୍ବର ୧୯୩୮(1938-11-07)
କମାରଖଣ୍ଡି, କେନ୍ଦ୍ରାପଡ଼ା
ମୃତ୍ୟୁ ୩୦ ଜାନୁଆରୀ ୨୦୦୮ (୬୯ ବର୍ଷ)
କେନ୍ଦ୍ରାପଡ଼ା
ମୃତ୍ୟୁର କାରଣ ହୃଦ୍‌ଘାତ
ଜାତୀୟତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର(ଇତିହାସ)
ଶିକ୍ଷାନୁଷ୍ଠାନ ଆହ୍ଲାବାଦ ବିଶ୍ଵବିଦ୍ୟାଳୟ
ପ୍ରସିଦ୍ଧି କବି
ବାପା ମା ବ୍ରଜ କୁମାର ମିଶ୍ର
ସମ୍ପର୍କୀୟ ଦୂଲାଳ ମିଶ୍ର(ଭାଇ)
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଦୀପକ ମିଶ୍ର (୭ ନଭେମ୍ବର ୧୯୩୮ - ୩୦ ଜାନୁଆରୀ ୨୦୦୮[୧]) ଜଣେ ଓଡ଼ିଆ କବି[୨], ସାମ୍ବାଦିକ ଓ ଅଧ୍ୟାପକ ଥିଲେ । ତାଙ୍କର ବହୁ କବିତା ପୁସ୍ତକ ଓ ଅଗଣିତ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି । ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । [୩]

ଜୀବନୀ[ସମ୍ପାଦନା]

ଦୀପକ ମିଶ୍ର, ୧୯୩୮ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର କମାରଖଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ବ୍ରଜ କୁମାର ମିଶ୍ର ଥିଲେ ପଣ୍ଡିତ ଓ ଜମିଦାର । ଦୀପକ ପ୍ରାଥମିକ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ପିତାଙ୍କର ନିଧନ ହୋଇଥିଲା । ଖୁବ ଅଳ୍ପ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ ଓ ତାହା ନିୟମିତ ଭାବରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । କଟକରେ ମହାବିଦ୍ୟାଳୟରେ ପଢୁଥିବା ସମୟରେ, ସେ ଜଙ୍ଗଲ ବିଭାଗରେ କିରାଣୀ ଚାକିରି କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିସାରି, ଓଡ଼ିଶା ଫେରିଥିଲେ । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରୁ କଳିଙ୍ଗ ନାମକ ଦୈନିକ ଖବରକାଗଜ ପ୍ରକାଶନ ଆରମ୍ଭ କରିବାରୁ, ଦୀପକ ମିଶ୍ର ସେହି ଖବର କାଗଜର ସମ୍ପାଦକ ମଣ୍ଡଳୀରେ ଯୋଗଦାନ କରିଥିଲେ । ବାମପନ୍ଥୀ କବି ମନମୋହନ ମିଶ୍ର ଏହି ଖବର କାଗଜରେ ସମ୍ପାଦନା ଦାୟିତ୍ଵରେ ଥିଲେ । ଭାନୁଜୀ ରାଓ, ଜ୍ଞାନେନ୍ଦ୍ର ବର୍ମା ଓ କୃଷ୍ଣ ଚନ୍ଦ୍ର ମହାନ୍ତି ସେଠାରେ ତାଙ୍କ ସହକର୍ମୀ ଥିଲେ । ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ମହାନ୍ତି, ସେହି ଖବରକାଗଜର ସମ୍ପାଦକ ନିଯୁକ୍ତ ହେବାରୁ, ସେ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ଲାଭ କରିଥିଲେ । ବର୍ଷକ ପରେ "କଳିଙ୍ଗ" ଛାଡି, ସେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେହି ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ ।

୨୦୦୮ରେ ତାଙ୍କ ଦେହାନ୍ତ ହେବାବେଳକୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।[୪] ଏହା ଥିଲା ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ।[୫]

ସାହିତ୍ୟ କୃତି[ସମ୍ପାଦନା]

  • ଅସମାପୀତ - ୧୯୬୧
  • ଅନ୍ତ୍ରୁସ୍ତୁପ - ୧୯୬୯
  • ନିଶିଧ ହ୍ରଦ - ୧୯୭୦
  • ନିର୍ଜନ ନକ୍ଷତ୍ର - ୧୯୭୧
  • ନିଦାଘ ଯାତ୍ରା - ୧୯୯୯
  • ମଧ୍ୟାନର ଛାଇ - ୧୯୭୪
  • ସପ୍ତମ ପୃଥିବୀ - ୧୯୭୭[୬]
  • ଶୂନତ୍ୟାର ଶୋଷ - ୧୯୮୧
  • ଧୂଳିର ସିଂହାସନ - ୧୯୮୯
  • ନୀରବଧି ନାଭିଶ୍ଵାସ
  • ଦୀପକ ମିଶ୍ରଙ୍କ କେତୋଟି କବିତା - ୧୯୬୩
  • ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା - ୨୦୦୩
  • ଅରଣା ମଇଁଷି - ୧୯୭୯
  • କେମିତି ହୁଅନ୍ତା
  • କପଟ ସୂର୍ଯାସ୍ତ - ୧୯୮୪
  • ରୁକ୍ - ୧୯୯୪[୭]
  • ଅନଘ
  • ବୃତ୍ତ - ୧୯୭୫
  • ସୁଖ ସଂହିତା - ୨୦୦୬[୮]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବୃତ୍ତ) - ୧୯୭୮[୯]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ସୁଖ ସଂହିତା)[୧୦] [୧୧]
  • ଝଙ୍କାର ସମ୍ମାନ
  • ବିଷୁବ ପୁରସ୍କାର - ୨୦୦୧
  • ଶାରଳା ପୁରସ୍କାର (ନିଦାଘ ଯାତ୍ରା)[୧୨] - ୨୦୦୩ (ଯୁଗ୍ମବିଜେତା ଘୋଷିତ ହେଇଥିବାରୁ ପ୍ରତ୍ୟାଖ୍ୟାନ କରିଥିଲେ)[୧୩]

ଆଧାର[ସମ୍ପାଦନା]