ପୂର୍ବଘାଟ ପର୍ବତମାଳା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭାରତର ପୂର୍ବ ଉପକୂଳେ ଥିବା ପାହାଡଗୁଡିକର ସମୂହକୁ ପୂର୍ବ-ଘାଟ ପର୍ବତମାଳା କୁହାଯାଏ । ଏହି ପର୍ବତମାଳା ଉତ୍ତର ଓଡ଼ିଶାରୁ ଆରମ୍ଭ ହୋଇଛି ଏବଂ କ୍ରମଶଃ ଆନ୍ଧ୍ର ପ୍ରଦେଶତାମିଲ ନାଡୁ ମଧ୍ୟ ଦେଇ କର୍ଣ୍ଣାଟକ ରାଜ୍ୟର ଦକ୍ଷିଣ ପାର୍ଶ୍ଵ ଓ କେରଳର ୱାୟାନାଦ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଉପଦ୍ୱିପୀୟ ଭାରତର ଚାରୋଟି ପ୍ରମୁଖ ନଦୀ, ଯଥା - ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ନଦୀମାନଙ୍କଦ୍ଵାରା ଖଣ୍ଡିତ ଓ ବିଭକ୍ତ ହୋଇଛି ।