ରବି ସିଂ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରବି ସିଂ
ଜନ୍ମ ଓ ଜନ୍ମସ୍ଥାନ ରବିନ୍ଦ୍ର ନାଥ ସିଂ
୧୯୩୪
ନବପାଟଣା,କଟକ
ଜାତୀୟତା  ଭାରତୀୟ
ପ୍ରସିଦ୍ଧି ସାହିତ୍ୟିକ, ସାମ୍ବାଦିକ ଓ ରାଜନେତା
ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ରବି ସିଂ (ଜନ୍ମ ୧୯୩୪) ଜଣେ ଓଡ଼ିଆ ସାହିତ୍ୟିକ ।[୧] ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ।


ଜୀବନୀ[ସମ୍ପାଦନା]

ରବି ସିଂ, ୧୯୩୪ ମସିହାରେ, ତତକାଳୀନ କଟକ ଜିଲ୍ଲାର ନବପାଟଣାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତା ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କରି ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ଵେ, ସେ ଓଡ଼ିଆ, ଇଂରାଜୀବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ ।

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର[୩] କବି ଭାବରେ ପରିଚିତ ।[୪] ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଏ । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ସେ ଧୂରୀଣ । ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରି, ସେ ନିଜ ଅନୁବାଦ ସାହିତ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି ଓ ସେଥିପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେ ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି ।

ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]

କବିତା ସଂକଳନ[ସମ୍ପାଦନା]

  • ପଥପ୍ରାନ୍ତର କବିତା - ୧୯୫୯
  • ଚରମ ପତ୍ର - ୧୯୬୨
  • ଶିଥିଳ ବଳ୍ଗ - ୧୯୬୧
  • ଲାଲ ପଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା - ୧୯୬୩
  • ଭୃକୁଟି - ୧୯୬୩
  • ବିଦୀର୍ଣ୍ଣ - ୧୯୬୪
  • ଅପ୍ରୀତିକର କବିତା - ୧୯୬୬
  • ଜ୍ଵାଳାର ମାଳା - ୧୯୬୭
  • କ୍ଷତ - ୧୯୬୮
  • ବିଷବାଣୀ - ୧୯୬୯
  • ଦୁର୍ଗମ ଗିରି - ୧୯୭୧
  • ଝଡ଼ - ୧୯୭୩
  • ସର୍ବହରା - ୧୯୭୪
  • ବନ୍ୟା - ୧୯୭୭
  • ଅନ୍ୟାୟର ଚର୍ଯ୍ୟାପଦ - ୧୯୭୮

ଅନୁବାଦ ପୁସ୍ତକ[ସମ୍ପାଦନା]

  • ଅନ୍ଧକାରର ସଙ୍ଗୀତ
  • ବିରସ କଷଣି
  • ନାୟକ ଆମ ସମୟର
  • ବୋତଲ ଭୂତ
  • ପୂର୍ବ କ୍ଷଣ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୭[୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଚରମ ପତ୍ର ପାଇଁ)[୬]
  • ଝଙ୍କାର ପୁରସ୍କାର, ୧୯୮୯
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ), ୨୦୧୪ [୭]
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ୧୯୯୬[୮]

ଆଧାର[ସମ୍ପାଦନା]

  1. Nagendra (୧୯୮୮). Indian Literature. Prabhat Prakashan. pp. ୪୯୪–. 
  2. Mohan Lal (୧୯୯୨). Encyclopaedia of Indian Literature: Sasay to Zorgot. Sahitya Akademi. pp. ୪୧୦୭–. ISBN ୯୭୮-୮୧-୨୬୦-୧୨୨୧-୩. 
  3. http://www.newindianexpress.com/lifestyle/books/article186786.ece?service=print
  4. Amaresh Datta (୧୯୮୮). Encyclopaedia of Indian Literature. Sahitya Akademi. pp. ୧୫୯୨–. ISBN ୯୭୮-୮୧-୨୬୦-୧୧୯୪-୦. 
  5. "Odia poet Rabi Singh wins Atibadi Jagannath Das Samman". indiatoday. Living Media India Limited. Retrieved 9 December 2017. 
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 December 2017. 
  7. "Poet Rabi Singh to get Sahitya Bharati Samman". The Pioneer. Retrieved 9 December 2017. 
  8. http://orissadiary.com/personality/writer/RABISINGH.asp