ଶ୍ରୀୟଙ୍କା ଷଡ଼ଙ୍ଗୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶ୍ରୀୟଙ୍କା ଷଡ଼ଙ୍ଗୀ
ଜନ୍ମ ଓ ଜନ୍ମସ୍ଥାନ ୧୦ ଜାନୁଆରୀ ୧୯୯୫ (1995-01-10) (୨୨ ବର୍ଷ)
ଜାତୀୟତା ଭାରତୀୟ
ଅଲଗା ନାଆଁ ସାକ୍ଷୀ
ଶିକ୍ଷା ଏକାଦଶ
ଶିକ୍ଷାନୁଷ୍ଠାନ ଲୋରେଟୋ କନଭେଣ୍ଟ ସ୍କୁଲ, ସେଣ୍ଟ ଷ୍ଟିଫେନସ କଲେଜ
ପ୍ରସିଦ୍ଧି ଲକ୍ଷ୍ୟ ଭେଦ (ବନ୍ଧୁକ)
ପୈତୃକ ବାସସ୍ଥାନ ମୋଦିପଡ଼ା, ସମ୍ବୁର, ଓଡ଼ିଶା
ବାପା ମା ସୀତାଂଶୁ ଚରଣ ଷଡ଼ଙ୍ଗୀ, ସୁଧା ଷଡ଼ଙ୍ଗୀ
ସମ୍ପର୍କୀୟ ସ୍ନେହାଂଶୁ ଷଡ଼ଙ୍ଗୀ(ଭାଇ)

ଶ୍ରୀୟଙ୍କା ଷଡ଼ଙ୍ଗୀ (ଜନ୍ମ ୧୦ ଜାନୁଆରୀ ୧୯୯୫)[୧] ଓଡ଼ିଶାରେ ଜନ୍ମିତ ଜଣେ ସୁଟର । ୧୦ମିଟର ଏୟାର ରାଇଫଲ ସୁଟିଂ ତାଙ୍କର ପ୍ରିୟ ଇଭେଣ୍ଟ । ଅନ୍ତର୍ଜାତୀୟ ସ୍ଥରରେ ସେ ଏଯାବତ ୪ଟି ସ୍ଵର୍ଣ୍ଣ ସହ ପ୍ରାୟ ୨୫ଟି ପଦକ ହାସଲ କରିସାରିଲେଣି ।

ଜୀବନୀ[ସମ୍ପାଦନା]

ଶ୍ରୀୟଙ୍କାଙ୍କ ପିତା ସୀତାଂଶୁ ଚରଣ ଷଡ଼ଙ୍ଗୀ ଭାରତୀୟ ସ୍ଥଳସେନା ଚାକିରି କରନ୍ତି । ସୀତାଂଶୁ ନିଜେ ଜଣେ କ୍ରିକେଟ ଖେଳାଳି । ସେ ସର୍ଭିସେସ ପକ୍ଷରୁ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ଭାରତୀୟ ସେନାର "ମିଶନ୍ ଅଲିମ୍ପିକ୍ସ କ୍ୟାଚ୍ ଦେମ୍ ୟଙ୍ଗ" କାର୍ଯ୍ୟକ୍ରମଦ୍ଵାରା ଶ୍ରୀୟଙ୍କା ସେନା ପକ୍ଷରୁ ଶୁଟିଂ ଖେଳ ପାଇଁ ବଛାଯାଇଥିଲେ । ଶ୍ରୀୟଙ୍କାଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲାର ମୋଦିପଡ଼ା । ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟ ଷ୍ଟିଫେନସ କଲେଜରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ୨୦୧୧ମସିହାରୁ ଗଗନ ନାରଙ୍ଗଙ୍କ ପୁଣେସ୍ଥିତ "ଗନ୍ ଫର୍ ଗ୍ଲୋରୀ" ଅନୁଷ୍ଠାନରେ ଟ୍ରେନିଂ କରୁଛନ୍ତି । ସେଠାରେ ରୁଷୀୟ ପ୍ରଶିକ୍ଷକ "ଉରିଲ ମିଖାଲକିନ" ତାଙ୍କୁ ୨୦୧୧-୧୨ରେ ପ୍ରଶିକ୍ଷଣ କରିଥିଲେ । "ଦୀପାଳି ଦେଶପାଣ୍ଡେ" ତାଙ୍କର ନିୟମିତ ପ୍ରଶିକ୍ଷକ ଅଟନ୍ତି । "ଗୋସ୍ପୋର୍ଟ ଫାଉଣ୍ଡେସନ" ତାଙ୍କର ପ୍ରାୟୋଜକ ଅଟନ୍ତି । ମନସ୍ତାତ୍ତିକ ପ୍ରଶିକ୍ଷକ ବୈଭବ ଆଗାସେ ମଧ୍ୟ ତାଙ୍କୁ ମନସ୍ତାତ୍ତିକ ପ୍ରଶିକ୍ଷଣ ପ୍ରଦାନ କରନ୍ତି ।[୨]

ସଫଳତା[ସମ୍ପାଦନା]

  • ଜାନୁଆରୀ ୨୦୧୨ ଦୋହାର କାତାରଠାରେ ଅନୁଷ୍ଠିତ ଦ୍ଵାଦଶ ଏସୀୟ ସୁଟିଂ ଚାମ୍ପିଅନଶିପର ଜୁନିଅର ବିଭାଗରେ ରୌପ୍ୟ ପଦକ[୩]
  • ୨୦୧୧ରେ କୁଏତରେ ଅନୁଷ୍ଠିତ ଚତୁର୍ଥ ଏସୀୟ ଏୟାର ଗନ ସୁଟିଂ ଚାମ୍ପିଅନସିପର ୧୦ମିଟର ଏୟାର ରାଇଫଲ ଜୁନିଅର ମହିଳା ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ [୪]
  • ୨୦୧୧ ଜୁନରେ ଅନୁଷ୍ଠିତ ୫୫ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ରୌପ୍ୟ ପଦକ
  • ୨୦୧୧ର ଉତ୍ତରାଞ୍ଚଳ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ଵର୍ଣ୍ଣ ଓ ହରିୟାନା ରାଜ୍ୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ଵର୍ଣ୍ଣପଦକ[୫]
  • ଫେବୃଆରୀରେ ସାରଜାହଠାରେ ଅନୁଷ୍ଠିତ ଆରବ ଓମେନ ସୁଟିଂ ଚାମ୍ପିଅନଶିପରେ ଦୁଇଟି ରୌପ୍ୟ (ବ୍ୟକ୍ତିଗତ ଓ ଦଳଗତ)
  • ୨୧ମଇ-୨୮ମଇ ୨୦୧୨ରେ ଜର୍ମାନିର ମ୍ୟୁନିକ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ଵକପ-୩ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ବ
  • ୧୩ମଇ-୨୧ମଇ ୨୦୧୨ରେ ଇଟାଲୀର ମିଲାନ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ଵକପ-୨ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ବ

ଆଧାର[ସମ୍ପାଦନା]

  1. "Personalities". Orisports.com. Retrieved 12 January 2017. 
  2. "ସ୍ଵର୍ଣ୍ଣପ୍ରିୟା ଶ୍ରୀୟଙ୍କା". ଧରିତ୍ରୀ ୨୧/୦୪/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୮. http://www.dharitri.com/Bhubaneswar/210417/p18.htm. Retrieved 21 April 2017. 
  3. "Odisha: Odia girl Shriyanka Sadangi wins silver in Asian shooting, Oriya Orbit". orissadiary.com. 2012. Retrieved 27 May 2012. Odia girl Shriyanka Sadangi bagged a silver medal in the 10m Air Rifle women junior team 
  4. "D P S Vasantkunj :: HALL OF FAME - Monica". dpsvasantkunj.com. 2012. Retrieved 27 May 2012. Gold medal in the 10m Air Rifle junior women team event 
  5. "News". orisports.com. 2012. Retrieved 27 May 2012. became a medallist in the Haryana State championship