ସତ୍ୟବାଦୀ ବନ ବିଦ୍ୟାଳୟ

ଉଇକିପିଡ଼ିଆ ରୁ
(ସତ୍ୟବାଦୀ ବନବିଦ୍ୟାଳୟ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ ।[୧] ଏହି ଶିକ୍ଷାନୁଷ୍ଠାନଟି ୧୯୧୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ , ପଣ୍ଡିତ ଗୋଦାବରୀଶ ମିଶ୍ର , ପଣ୍ଡିତ କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ଶ୍ରୀୟୁକ୍ତ ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ଓଡ଼ିଶାର ସବୁ ଅଞ୍ଚଳରୁ, ବହୁ ଦୂରଦୂରାନ୍ତରୁ ପିଲାମାନେ ଆସି ପଢୁଥିଲେ ।

ଭାରତର ଚାରିଆଡେ ଏହି ସ୍କୁଲଟିର ଖ୍ୟାତି ରହିଥିଲା । ସେ ସମୟର ବଡବଡ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ସ୍କୁଲ ଦେଖିବାକୁ ଆସୁଥିଲେ । ସ୍କୁଲ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।

ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ଵବିଦ୍ୟଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।

ଆଧାର[ସମ୍ପାଦନା]

  1. Lalneihzovi (୧ January ୨୦୦୭). Women's development in India. Mittal Publications. pp. ୧୧୭–. ISBN ୯୭୮-୮୧-୮୩୨୪-୧୯୦-୮. 

ଆଧାର[ସମ୍ପାଦନା]