ସୁଇଜରଲ୍ୟାଣ୍ଡ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସ୍ଵିସ୍ ସଂଘରାଜ୍ୟ / ସ୍ଵିଜରଲ୍ୟାଣ୍ଡ / ସୁଇଜରଲ୍ୟାଣ୍ଡ
ରାଷ୍ଟ୍ରାଦର୍ଶ : Unus pro omnibus, omnes pro uno
ସଭିଙ୍କ ପାଇଁ ଏକ (ରାଷ୍ଟ୍ର), ସଭିଏଁ ଏକ (ରାଷ୍ଟ୍ର) ପାଇଁ
ଜାତୀୟ ସଙ୍ଗୀତ"ସ୍ଵିସ୍ ସାଲ୍ମ୍ (Swiss Psalm)"

ଇଉରୋପ ମାନଚିତ୍ରରେ ସବୁଜ ରଂଗରେ ଚିହ୍ନିତ ସ୍ଵିଜରଲ୍ୟାଣ୍ଡ
ରାଜଧାନୀ ବର୍ନ୍ [୧]
Largest city ଜୁରିକ୍
ରାଜ ଭାଷା ଜର୍ମାନ୍
ଫରାସୀ
ଇଟାଲୀୟ
ରୋମାଂଶ
ଏକା ଅର୍ଥ ଇଂରାଜୀ: ସ୍ଵିସ୍,
German: ଶ୍ଵାଇଜର୍,
French: ସ୍ଵିସ୍ ବା ସ୍ଵିସ୍ସେ,
ସରକାର ସଂଘୀୟ ଆଂଶିକ-ପ୍ରତ୍ୟକ୍ଷ ଲୋକତନ୍ତ୍ର, ଏକାଧିକ ରାଜନୈତିକ ଦଳବିଶିଷ୍ଟ ସଂସଦଦ୍ଵାରା ସଞ୍ଚାଳିତ ଲୋକତନ୍ତ୍ର
ବିଧାନମଣ୍ଡଳ ସଂଘୀୟ ବିଧାନ ସଭା
 -  ରାଜ୍ୟସଭା ରାଜ୍ୟ ପରିଷଦ
 -  ଲୋକସଭା ଜାତୀୟ ପରିଷଦ
ଇତିହାସ
 -  ପ୍ରତିଷ୍ଠା ଦିବସ ଆନୁମାନିକ ୧୩୦୦ (ପାରମ୍ପରିକ ଦୃଷ୍ଟିରୁ ୧ ଅଗଷ୍ଟ ୧୨୯୧) 
 -  ୱେଷ୍ଟଫାଲିଆ ଶାନ୍ତିଚୁକ୍ତି ୨୪ ଅକ୍ଟୋବର ୧୬୪୮ 
 -  ପୁନରୁଦ୍ଧାର ୭ ଅଗଷ୍ଟ ୧୮୧୫ 
 -  ସଂଘରାଜ୍ୟ ଗଠନ ୧୨ ସେପଟେମ୍ଵର୍ ୧୮୪୮ 
 -  ଜଳଭାଗ (%) ୪.୨
ଲୋକସଂଖ୍ୟା
 -  ୨୦୧୫ census ୮୩୨୭୧୨୬ [୨] 
 -  ଘନତା ୨୦୨/କିମି (୬୩ତମ)
/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) ୨୦୧୬ ଅନୁମାନ
 -  ସର୍ବମୋଟ $ ୫୧୪ ନିୟୁତ [୩] (୩୯ତମ)
 -  ମୁଣ୍ଡପିଛା ହାର ହିସାବରେ $୬୧୦୧୪ (ନବମ)
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) ୨୦୧୬ ଆକଳନ
 -  ସର୍ବମୋଟ $ ୬୫୯ ନିୟୁତ (୧୯ତମ)
 -  ପ୍ରତିଟି ମଣିଷ $ ୭୮୨୪୫ (ଦ୍ଵିତୀୟ)
ଜିନି (୨୦୧୫) ୨୯.୫ (୧୯ତମ)
ମାନବ ବିକାଶ ସୂଚନାଙ୍କ (୨୦୧୫) ୦.୯୩୯ (ଦ୍ଵିତୀୟ)
ମୁଦ୍ରା ସ୍ଵିସ୍ ଫ୍ରାଂକ୍ (CHF)
ସମୟ ମଣ୍ଡଳ କେନ୍ଦ୍ରୀୟ ଇଉରୋପୀୟ ସମୟ (CET) (ଇଉଟିସି+୧)
 -  ଖରାଦିନ (ଡ଼ିଏସଟି) କେନ୍ଦ୍ରୀୟ ଇଉରୋପୀୟ ଗ୍ରୀଷ୍ମ ସମୟ (CEST) (ଇଉଟିସି+୨)
ତିଥି ଗଠନ ଦିଦି.ମାମା.ବବବବ
ରାସ୍ତାର ଏପାଖରେ ଚାଲନ୍ତୁ ଡାହାଣ ପଟେ
ଇଣ୍ଟରନେଟ ଟିଏଲଡ଼ି .ch
ବେବସାଇଟ
admin.ch
ଫୋନ କୋଡ଼ +୪୧
ପାଟ୍ରନ ସେଣ୍ଟ ଫ୍ଲୁଏର ସନ୍ଥ ନିକୋଲାସ୍

ସୁଇଜରଲ୍ୟାଣ୍ଡ / ସ୍ଵିଜରଲ୍ୟାଣ୍ଡ ବା  ସ୍ଵିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ଵିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ଵିଜରଲ୍ୟାଣ୍ଡ ଅବସ୍ଥିତ । ସ୍ଵିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ଵାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) ।  ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍‌ପସ୍ ପର୍ବତଶ୍ରେଣୀ, ସ୍ଵିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ଵାରା ଶୋଭିତ । ଆଲ୍‌ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ଵିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ଵ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।  

ମଧ୍ୟଯୁଗରେ ବୁର୍ଗୁଣ୍ଡି ଓ ଅଷ୍ଟ୍ରିଆ ବିରୁଦ୍ଧରେ ହୋଇଥିବା ଅନେକ ସଫଳ ସାମରିକ ଅଭିଯାନ ପରେ ପ୍ରାଚୀନ ସ୍ଵିସ୍ ସଂଘୀୟ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଥିଲା । ୧୬୪୮ ମସିହାର “ୱେଷ୍ଟଫାଲିଆ ଶାନ୍ତିଚୁକ୍ତି” ପରେ ରୋମାନ୍ ସାମ୍ରାଜ୍ୟ କବଳରୁ ସ୍ଵିଜରଲ୍ୟାଣ୍ଡ ସ୍ଵାଧୀନତା ଲାଭ କରିଥିଲା । ନିଜର ସାମରିକ ନିରପେକ୍ଷତା ପାଇଁ ଏହି ଦେଶ ପ୍ରସିଦ୍ଧ ଓ ୧୮୧୫ ମସିହା ପରଠାରୁ ସ୍ଵିଜରଲ୍ୟାଣ୍ଡ କୌଣସି ଯୁଦ୍ଧରେ ଅଂଶ ଗ୍ରହଣ କରିନାହିଁ ବା କାହାରି ପକ୍ଷରେ ଠିଆ ହୋଇନାହିଁ । ୨୦୦୨ ମସିହା ପର୍ଯ୍ୟନ୍ତ ସ୍ଵିଜରଲ୍ୟାଣ୍ଡ ମିଳିତ ଜାତିସଂଘର ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲା । କିନ୍ତୁ ବୈଦେଶିକ ନୀତି ଓ ସମ୍ପର୍କ କ୍ଷେତ୍ରରେ ସ୍ଵିଜରଲ୍ୟାଣ୍ଡ ସକ୍ରିୟ ଅଂଶ ଗ୍ରହଣ କରେ ଓ ଅଧିକାଂଶ ସମୟରେ ବିଶ୍ଵରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟତା କରିଥାଏ ।  ରେଡକ୍ରସ ସଂସ୍ଥାର ଜନ୍ମସ୍ଥଳୀ ସ୍ଵିଜରଲ୍ୟାଣ୍ଡରେ ବିଶ୍ଵର ଅନେକ ପ୍ରମୁଖ ଅନ୍ତର୍ଯାତିକ ସଂସ୍ଥାଙ୍କ କାର୍ଯ୍ୟାଳୟ ରହିଛି । ମିଳିତ ଜାତିସଂଘର ଦ୍ଵିତୀୟ ବୃହତ୍ କାର୍ଯ୍ୟାଳୟ ସ୍ଵିଜରଲ୍ୟାଣ୍ଡରେ ରହିଛି । ଇଉରୋପୀୟ ସଂଘର (ଈଂରାଜୀରେ European Union) ସଦସ୍ୟ ନ ହୋଇଥିବା ସତ୍ତ୍ଵେ ଇଉରୋପୀୟ ମୁକ୍ତ ବାଣିଜ୍ୟ ସଂସ୍ଥାର ପ୍ରତିଷ୍ଠା ଓ ବିକାଶରେ ସ୍ଵିଜରଲ୍ୟାଣ୍ଡ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଅନେକ ଦେଶଙ୍କ ସହିତ ରହିଥିବା ଦ୍ଵିପାକ୍ଷିକ ଚୁକ୍ତି ଯୋଗୁଁ ସ୍ଵିଜରଲ୍ୟାଣ୍ଡ ଶେଙ୍ଗେନ୍ କ୍ଷେତ୍ର (ଶେଙ୍ଗେନ୍ କ୍ଷେତ୍ରର ସବୁ ଦେଶଙ୍କ ପାଇଁ ପ୍ରବେଶ ଅନୁମତି ପତ୍ର ଏବଂ ଦେଶମାନଙ୍କ ମଧ୍ୟରେ ଅବାଧ ଗନନାଗମନ) ଓ ଇଉରୋପୀୟ ଏକାଂଗ ବଜାର ପରି ସର୍ବ ଇଉରୋପୀୟ ନୀତିଗତ ଯୋଜନାରେ ଅଂଶ ଗ୍ରହଣ କରିଛି । 

ଇଉରୋପରେ ଜର୍ମାନିକ୍ ଓ ରୋମାଂଶ ସମୟର ଛାପ ସ୍ଵିଜରଲ୍ୟାଣ୍ଡରେ ଦେଖିବାକୁ ମିଳେ । ସ୍ଵିଜରଲ୍ୟାଣ୍ଡରେ ବୋଲାଯାଉଥିବା ଚାରୋଟି ଭାଷା ଯୋଗୁଁ ଏହାକୁ ଚାରୋଟି ସାଂସ୍କୃତିକ ଭାଗରେ (ଜର୍ମାନ୍, ଫରାସୀ, ଇଟାଲୀୟ ଓ ରୋମାଂଶ) ବିଭକ୍ତ କରାଯାଇଛି । ସ୍ଵିସ୍ ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ଜର୍ମାନ୍ ଭାଷାଭାଷୀ ହୋଇଥିଲେ ହେଁ ସ୍ଵିଜରଲ୍ୟାଣ୍ଡର ଐତିହାସିକ ପୃଷ୍ଠଭୂମି, ସଂଘୀୟ ବ୍ୟବସ୍ଥାରେ ସହଯୋଗ, ପ୍ରତ୍ୟକ୍ଷ ଲୋକତନ୍ତ୍ର ଓ ଆଲ୍ପୀୟ ସଙ୍କେତର ବ୍ୟବହାର ଦେଶବାସୀଙ୍କୁ ସ୍ଵିସ୍ ଜାତୀୟତା ଭାବରେ ବାନ୍ଧି ରଖିଛି । ଭାଷାଗତ ବିଭିନ୍ନତା ଯୋଗୁଁ ସ୍ଵିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ଵାଇଜ୍ (Schweiz), ଫରାସୀରେ ସ୍ଵିସ୍ (Suisse), ଇଟାଲୀୟରେ ସ୍ଵିଜ୍ଜେରା (Svizzera) ଓ ରୋମାଂଶରେ ସ୍ଵିଜ୍ରା (Svizra) । ସ୍ଵିଜରଲ୍ୟାଣ୍ଡରେ ପ୍ରଚଳିତ ମୁଦ୍ରା ଓ ଡାକ ମୋହରରେ କିନ୍ତୁ ଏହି ଚାରି ଭାଷା ପରିବର୍ତ୍ତେ ଲାଟିନ୍ (ହେଲଭେଟିଆ) ଭାଷା ବ୍ୟବହୃତ ହୁଏ । 

ବିଶ୍ଵର ସର୍ବାଧିକ ବିକଶିତ ଦେଶମାନଙ୍କ ମଧ୍ୟରୁ ସ୍ଵିଜରଲ୍ୟାଣ୍ଡ ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ଅନୁସାରେ ପ୍ରତି ପ୍ରାପ୍ତ ବୟସ୍କ ବ୍ୟକ୍ତି ପିଛା ଆର୍ଥିକ ସମ୍ପଦ ଦୃଷ୍ଟିରୁ ସ୍ଵିଜରଲ୍ୟାଣ୍ଡ ବିଶ୍ଵରେ ପ୍ରଥମ ଓ ମୁଣ୍ଡପିଛା ସକଳ ଘରୋଇ ଉତ୍ପାଦନରେ ବିଶ୍ଵରେ ଅଷ୍ଟମ ସ୍ଥାନ ଗ୍ରହଣ କରିଛି । ଅନେକ ରାଷ୍ଟ୍ରୀୟ ପ୍ରଦର୍ଶନର ମାନକ ଯଥା – ସରକାରୀ ପାରଦର୍ଶିତା, ନାଗରିକ ସ୍ଵାତନ୍ତ୍ର୍ୟ, ଜୀବନର ଗୁଣବତ୍ତା, ଅର୍ଥନୈତିକ ପ୍ରତିଯୋଗିତା ମନୋଭାବ ଓ ମାନବ ସମ୍ଵଳର ବିକାଶରେ ସ୍ଵିଜରଲ୍ୟାଣ୍ଡ ସର୍ବୋତ୍ତମ ବା ତାହା ପାଖାପାଖି ସ୍ଥାନ ଗ୍ରହଣ କରିଛି । ଜୀବନର ଗୁଣବତ୍ତା ମାପରେ ଜୁରିକ୍ ଓ ଜେନିଭା ବିଶ୍ଵର ଅଗ୍ରଗଣ୍ୟ ନଗର ଭାବେ ଗଣା । ମର୍ସର୍ ଅନୁସାରେ ଜୁରିକ୍ ଜୀବନର ଗୁଣବତ୍ତା ମାପରେ ବିଶ୍ଵରେ ଦ୍ଵିତୀୟ । 

ନାମକରଣର ଇତିହାସ[ସମ୍ପାଦନା]

ଈଂରାଜୀ ନାମ ସ୍ଵିଜରଲ୍ୟାଣ୍ଡ ଏକ ଯୁଗ୍ମ ଶବ୍ଦ । “ସ୍ଵିସ୍” ଶବ୍ଦର ପ୍ରାଚୀନ ଓ ବର୍ତ୍ତମାନ ଅବ୍ୟବହୃତ ରୂପ ହେଉଛି “ସ୍ଵିଜର୍”, ଯାହା ୧୬ଶରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା । ଈଂରାଜୀ ବିଶେଷଣ ଶବ୍ଦ “ସ୍ଵିସ୍ (Swiss)” ଫରାସୀ ଶବ୍ଦ “ସ୍ଵିସ୍ (Suisse)”ରୁ ଉଦ୍ଧୃତ ଓ ଷୋଡ଼ଶ ଶତାବ୍ଦୀରୁ ବ୍ୟବହୃତ ହେଉଛି । ଶ୍ଵାଇଜ୍ ନାମକ ଅଞ୍ଚଳର ଅଧିବାସୀ “ଆଲେମାନ୍ନିକ୍ ଶ୍ଵିଜର୍”ରୁ ସ୍ଵିଜର୍ ଶବ୍ଦର ଉତ୍ପତ୍ତି । ଶ୍ଵାଇଜ୍ ଅଞ୍ଚଳ ୱାଲ୍ଡଷ୍ଟେଟେନ୍ କ୍ୟାଣ୍ଟନମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁରାତନ ସ୍ଵିସ୍ ରାଜ୍ୟସଂଘ ଗଠନରେ ଏହାର ନାଭିକେନ୍ଦ୍ର ପାଲଟିଥିଲା । ୧୪୯୯ ମସିହାର ସ୍ଵାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ଵିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା । ସ୍ଵିଜରଲ୍ୟାଣ୍ଡର ଡାଟା କୋଡ୍ ହେଉଛି CH, ଯାହା ଲାଟିନ୍ ଶବ୍ଦ “କନଫୋଡେରାଟିଓ ହେଲଭେଟିକା (Confoederatio Helvetica)”ର ସୂଚକ ।  

ଶ୍ଵାଇଜ୍ ଶବ୍ଦର ଇତିହାସ ଅବଲୋକନ କଲେ ଜାଣିବାକୁ ମିଳେ ଯେ ଏହାର ଉତ୍ସ ହେଲା ପୁରାତନ ଜର୍ମାନ୍ ଶବ୍ଦ “ସ୍ଵେଡାନ୍” ଯାହାର ଅର୍ଥ ଜଳିବା । କୌଣସି ଏକ ଅଞ୍ଚଳକୁ ପୋଡ଼ାଯାଇ ସେଠାରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏହାର ବ୍ୟବହାରିକ ତାତ୍ପର୍ଯ୍ୟ । ୧୪୯୯ରେ ସ୍ଵାବିୟାନ୍ ଯୁଦ୍ଧ ପରଠାରୁ ପ୍ରଥମେ ଏହି ଅଞ୍ଚଳ ବା କ୍ୟାଣ୍ଟନ୍ ଓ ପରେ ସମଗ୍ର ରାଜ୍ୟସଂଘ ଶ୍ଵାଇଜ୍ ନାମରେ ପରିଚିତ ହେଲା ।  ସ୍ଵିସ୍-ଜର୍ମାନ୍ ଭାଷାରେ ସ୍ଵିଜରଲ୍ୟାଣ୍ଡକୁ “ଶ୍ଵିଜ୍ (Schwiiz) ବୋଲି କୁହାଯାଏ ।  

୧୮୪୮ ମସିହାରେ ରାଜ୍ୟସଂଘର ପ୍ରତିଷ୍ଠା ପରେ “କନଫୋଡେରାଟିଓ ହେଲଭେଟିକା” ଶବ୍ଦର ବ୍ୟବହାର ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ (୧୮୭୯ ମସିହା ବେଳକୁ) ନେପୋଲିଓନିକ୍ ହେଲଭେଟିକ୍ ରିପବ୍ଲିକ୍ ନାମରେ ଏହା ବିଦିତ ହେଲା । ୧୮୭୯ରୁ ମୁଦ୍ରାରେ, ୧୯୦୨ ମସିହାରୁ ରାଜ୍ୟସଂଘର ପ୍ରାସାଦରେ ଓ ୧୯୪୮ ପରଠାରୁ ଦେଶର ସରକାରୀ ମୋହରରେ ଏହି ଚିହ୍ନ ଦେଖିବାକୁ ମିଳୁଛି । ଏହି ଦେଶର ମୁଦ୍ରାକୁ ସ୍ଵିସ୍ ଫ୍ରାଂକ୍ ବୋଲି କୁହାଯାଏ । ଅନ୍ତରାଷ୍ଟ୍ରୀୟ ମାନକ ସଂଗଠନ (ISO)ଦ୍ଵାରା ସ୍ଵିସ୍ ଫ୍ରାଂକର ନିର୍ଦ୍ଧାରିତ ବ୍ୟାଙ୍କ୍ କୋଡ୍ ହେଲା "CHF" । ଏହା ମଧ୍ୟ ଲାଟିନ୍ ନାମରୁ ଗୃହୀତ ହୋଇଛି । ସ୍ଵିସ୍ ଉଚ୍ଚସମଭୂମିରେ ରୋମାନ୍ ଯୁଗରେ ବସବାସ କରୁଥିବା ହେଲଭେଟି ନାମକ ଏକ ଜାତିରୁ ହେଲଭେଟିକା (Helvetica) ଶବ୍ଦର ଉତ୍ପତ୍ତି । 

ମାତୃଭୂମିକୁ ମାତା ବୋଲି କହି ସଂସ୍କୃତି ଓ ସାହିତ୍ୟରେ ଦେଶକୁ ଜଣେ ଦେବୀଙ୍କ ରୂପରେ ପରିଚୟ ଦିଆଯାଏ । ସେହିପରି ୧୭ଶ ଶତାବ୍ଦୀରୁ ସ୍ଵିସ୍ ରାଜ୍ୟସଂଘର ଚିହ୍ନ ସାଜିଥିବା ଦେବୀ/ମହିଳା ହେଲା – ହେଲଭେଟିକା । ୧୬୭୨ ମସିହାରେ ଜୋହାନ୍ କ୍ୟାସ୍ପର୍ ୱାଇଜେନବାଖଙ୍କ ଏକ ନାଟକରେ ହେଲଭେଟିକା ଚରିତ୍ରକୁ ପ୍ରଥମେ ଦେଖାଯାଇଥିଲା । 

ଇତିହାସ[ସମ୍ପାଦନା]

ପ୍ରାକ୍-ଇତିହାସ[ସମ୍ପାଦନା]

ପୁରାତନ ସ୍ଵିସ୍ ରାଜ୍ୟସଂଘ[ସମ୍ପାଦନା]

ନେପୋଲିଅନ୍ ଯୁଗ[ସମ୍ପାଦନା]

ଗଣତାନ୍ତ୍ରିକ ଦେଶ[ସମ୍ପାଦନା]

ଆଧୁନିକ ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଜଳବାୟୁ[ସମ୍ପାଦନା]

ପରିବେଶ[ସମ୍ପାଦନା]

ରାଜନୀତି[ସମ୍ପାଦନା]

ପ୍ରତ୍ୟକ୍ଷ ଲୋକତନ୍ତ୍ର[ସମ୍ପାଦନା]

ପ୍ରଶାସନିକ ବିଭାଜନ[ସମ୍ପାଦନା]

ବୈଦେଶିକ ନୀତି ଓ ଅନ୍ତର୍ଜାତୀୟ ସମ୍ପର୍କ[ସମ୍ପାଦନା]

ସାମରିକ ବାହିନୀ[ସମ୍ପାଦନା]

ଅର୍ଥନୀତି ଓ ଶ୍ରମ ଆଇନ[ସମ୍ପାଦନା]

ଶିକ୍ଷା ଓ ବିଜ୍ଞାନ[ସମ୍ପାଦନା]

ସ୍ଵିଜରଲ୍ୟାଣ୍ଡ ଓ ଇଉରୋପୀୟ ସଂଘ[ସମ୍ପାଦନା]

ଶକ୍ତି[ସମ୍ପାଦନା]

ଜନସଂଖ୍ୟା ସମ୍ଵନ୍ଧୀୟ ତଥ୍ୟ[ସମ୍ପାଦନା]

ଭାଷା[ସମ୍ପାଦନା]

ସ୍ଵାସ୍ଥ୍ୟ[ସମ୍ପାଦନା]

ସହରୀକରଣ[ସମ୍ପାଦନା]

ପ୍ରମୁଖ ସହର/ନଗର[ସମ୍ପାଦନା]

ଧର୍ମ[ସମ୍ପାଦନା]

ସଂସ୍କୃତି[ସମ୍ପାଦନା]

ସାହିତ୍ୟ[ସମ୍ପାଦନା]

ଗଣମାଧ୍ୟମ[ସମ୍ପାଦନା]

କ୍ରୀଡ଼ା[ସମ୍ପାଦନା]

ଖାଦ୍ୟପେୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Holenstein, André (2012). "Die Hauptstadt existiert nicht" (PDF) (scientific article). UniPress – Forschung und Wissenschaft an der Universität Bern (in German) (152: Sonderfall Hauptstatdtregion). Berne: Department Communication, University of Berne. pp. 16–19. doi:10.7892/boris.41280. Retrieved 7 May 2017. Als 1848 ein politisch-administratives Zentrum für den neuen Bundesstaat zu bestimmen war, verzichteten die Verfassungsväter darauf, eine Hauptstadt der Schweiz zu bezeichnen und formulierten stattdessen in Artikel 108: «Alles, was sich auf den Sitz der Bundesbehörden bezieht, ist Gegenstand der Bundesgesetzgebung.» Die Bundesstadt ist also nicht mehr und nicht weniger als der Sitz der Bundesbehörden. 
  2. Jacqueline Kucera, Athena Krummenacher, ed (22 November 2016) (PDF). Switzerland's population 2015 (official report). Swiss Statistics. Neuchâtel, Switzerland: Swiss Federal Statistical Office (FSO), Swiss Confederation. https://www.bfs.admin.ch/bfs/en/home/statistics/population.assetdetail.1401565.html. Retrieved 7 December 2016. 
  3. "5. Report for Selected Countries and Subjects: Switzerland". Washington, DC, U.S.: International Monetary Fund. Retrieved 1 April 2017.