ସୌରୀନ୍ଦ୍ର ବାରିକ

ଉଇକିପିଡ଼ିଆ ରୁ
Jump to navigation Jump to search
ସୌରୀନ୍ଦ୍ର ବାରିକ
Saurindra1.jpg
ଜନ୍ମ ୩ ଅକ୍ଟୋବର ୧୯୩୮(1938-10-03)
ବାରିପଦା, ମୟୂରଭଞ୍ଜ
ମୃତ୍ୟୁ

୨୩ ଫେବୃଆରୀ ୨୦୧୬ (୭୭ ବର୍ଷ)

[୧]
ଭୁବନେଶ୍ଵର
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର(ଇଂରାଜୀ ଭାଷା)
ଶୈଳୀ କବିତା
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌରୀନ୍ଦ୍ର ବାରିକ(୦୩ ଅକ୍ଟୋବର ୧୯୩୮-୨୩ ଫେବୃଆରୀ ୨୦୧୬), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୨] ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରୀୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।

ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ।

ରଚନବଳୀ[ସମ୍ପାଦନା]

ନିଜ କବିତା ସମ୍ପର୍କରେ ସୌରୀନ୍ଦ୍ର କହିଥିଲେ "କବିତାର ଦାସାନୁଦାସ ମୁଁ । ତା ମରଜିରେ ମୁଁ ଚାଳିତ ହୁଏ । ନିଜ ଖୁସିରେ ତାକୁ ଆୟତ୍ତ କରିପାରେନାହିଁ । ତା ତାଡ଼ନାରୁ ନିଜକୁ ସମ୍ଭାଳି ମଧ୍ୟ ପାରେନାହିଁ ।"

କାବ୍ୟଗ୍ରନ୍ଥ[ସମ୍ପାଦନା]

  • ସାମାନ୍ୟ କଥନ - ୧୯୭୫
  • ଉପଭାରତ - ୧୯୮୪
  • ଗୁଣୁଗୁଣୁ ଚିତ୍ରପଟ୍ଟ - ୧୯୮୬
  • ଆକାଶ ପରି ନିବିଡ଼
  • ଲୁହ ଠୁଁ ବି ଅନ୍ତରଙ୍ଗ - ୧୯୮୯
  • ଭାରି ମନେପଡ
  • ଆକାଶପରି ନିବିଡ଼ - ୧୯୮୫
  • ଚାହାଳ ଛାଇରେ ଘଡିଏ - ୧୯୯୦
  • ଅନୁବ୍ରତ - ୧୯୯୦
  • ଆମେ ଦୁହେଁ - ୧୯୯୧
  • ପଢ଼ ବା ନପଢ଼ - ୧୯୯୭
  • ମା
  • ଆଉ ଯାହା କହିବାକୁ ଥିଲା
  • ହଳଦି ବସନ୍ତ

ସମାଲୋଚନା[ସମ୍ପାଦନା]

  • ଅନ୍ଵେଷାର ସ୍ଵର
  • ଚେତନାର ଚୌହଦୀ
  • ସତ୍ୟର କୁହୁକ
  • ବାମନର ପାଦ
  • ସମସାମୟିକ ଓଡ଼ିଆ କବିତା[୪]

ଅନ୍ୟାନ୍ୟ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ସାମାନ୍ୟ କଥନ ପାଇଁ
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮(ଆକାଶପରି ନିବିଡ଼ ପାଇଁ)[୬]
  • ବିଷୁବ ପୁରସ୍କାର - ୨୦୦୮[୭]
  • ଧରିତ୍ରୀ ସମ୍ମାନ[୮]

୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ଵରଠାରେ ନିଧନ ଘଟିଥିଲା ।[୯]

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]